୧୧୪ ଅଙ୍ଗନଓ୍ବାଡି କେନ୍ଦ୍ରର ନାହିଁ ନିଜସ୍ବ କୋଠା

ଖୋର୍ଦ୍ଧା ଅଫିସ,୨୦।୪: ଗର୍ଭବତୀଙ୍କ ସ୍ବାସ୍ଥ୍ୟର ଯତ୍ନ ଏବଂ ପିଲାଙ୍କ ଶୈକ୍ଷିକ ବିକାଶ ନିମନ୍ତେ ରାଜ୍ୟରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ପ୍ରାକ୍‌ ବିଦ୍ୟାଳୟ ପୂର୍ବରୁ ବିଭିନ୍ନ ଉପକରଣ, ଗପ, ଗୀତ ମାଧ୍ୟମରେ ପିଲାଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ୫ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଶାରୀରିକ ବିକାଶ ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ୧୧୪ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ସ୍କୁଲ ବାରଣ୍ଡା ଓ କୋଠଘରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଥିବା ଦେଖିବାକୁ ମିଳିଛି। ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତି ଏଥିରେ ବାଧକ ସାଜିଛି।
ପ୍ରକାଶ ଯେ, ବୋଲଗଡ଼ ବ୍ଲକରେ ୨୨୮ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏଥିରୁ ୧୧୪ଟି କେନ୍ଦ୍ର ନିଜସ୍ବ ଗୃହରେ ଚାଲୁଥିବା ବେଳେ ବଳକା କେନ୍ଦ୍ର ସ୍କୁଲ ବାରଣ୍ଡା ଓ କୋଠ ଘରେ ଚାଲୁଥିବା ଜଣାପଡିଛି। ଏହି ବ୍ଲକର ଅସରଳା ପଞ୍ଚାୟତର ଅସରଳା ଗ୍ରାମରେ ୪ଟି କେନ୍ଦ୍ର ରହିଥିବା ବେଳେ ନିଜସ୍ବ ଗୃହ ନାହିଁ। ସ୍କୁଲ ବାରଣ୍ଡାରେ ଚାଲୁଛି ଏହି କେନ୍ଦ୍ର। ଗ୍ରାମର ଗୋଟିଏ କେନ୍ଦ୍ର ନିର୍ମାଣ ପାଇଁ ୧୦ବର୍ଷ ପୂର୍ବେ ୫ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ଏଯାବତ୍‌ କାର୍ଯ୍ୟ ଶେଷ ହୋଇପାରିନାହିଁ। ପିଲାଙ୍କୁ ସୁଷମ ରନ୍ଧା ଖାଦ୍ୟ ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ତେବେ ଖାଦ୍ୟ ରାନ୍ଧିବା ପାଇଁ କୌଣସି ସୁବିଧା ନ ଥିବାରୁ ଅଙ୍ଗନଓ୍ବାଡି କର୍ମୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏବେ ସକାଳୁଆ ସ୍କୁଲ ଚାଲିଛି। ପ୍ରଥମ କ୍ଲାସର ପିଲାଙ୍କ ସହ ଅଙ୍ଗନଓ୍ବାଡି ପିଲାମାନେ ଏକାଠି ବସୁଛନ୍ତି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ କିମ୍ବା ଲୋକପ୍ରତିନିଧିଙ୍କ ଏଥିପ୍ରତି ଦୃଷ୍ଟି ପଡୁ ନ ଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ କୁହନ୍ତି, ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ସମ୍ପର୍କରେ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନ୍ୟପଟେ ସିଡିପିଓ କ୍ରିଷ୍ଣାପ୍ରିୟା ପ୍ରଧାନ କୁହନ୍ତି, ନିର୍ମାଣାଧୀନ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ କିପରି ଶେଷ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ,୨୯।୮(ପ୍ରଭୁକଲ୍ୟାଣ ପାଲ): ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ। ପାର୍କର ବିଭିନ୍ନ କାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri