ପ୍ରାଚୀନ ନୌବାଣିଜ୍ୟ ମୂକସାକ୍ଷୀ ଜରାଜୀର୍ଣ୍ଣ

ମହାକାଳପଡ଼ା, ୧୬ା୯ (ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀ କୂଳରେ ଜମ୍ବୁ ଦ୍ୱୀପ ଅଞ୍ଚଳର ପ୍ରାଚୀନ ଐତିହ୍ୟ ଲାଲ୍‌ କୋଠା ପ୍ରାଚୀନ ନୌବାଣିଜ୍ୟର ମୂକ ସାକ୍ଷୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦିନ ଥିଲା ଏହି ଜମ୍ବୁ ଦ୍ୱୀପରେ ବିଶାଳ ବାଲୁକା ସ୍ତୂପରେ ଜାମୁ ଗଛଗୁଡିକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏହି ସ୍ଥାନରେ ଜଣେ ବୃଦ୍ଧା ଜମ୍ବୁଆଣୀ ବୋଲି ଅବସ୍ଥାନ କରୁଥିଲେ। ଏହି ସ୍ଥାନକୁ ସୁରକ୍ଷିତ ମଣି ପ୍ରଥମେ ଇଷ୍ଟଇଣ୍ଡିଆ କମ୍ପାନୀ ଉପନିବେଶ ସ୍ଥାପନ କରିଥିଲା। ସେହି ସମୟରେ ଓଡ଼ିଶାରେ ଖାଦ୍ୟାଭାବ ଉତ୍କଟ ରୂପ ନେଉଥିଲା। ଓଡ଼ିଶାରୁ କମ୍ପାନୀ ବିପୁଳ ପରିମାଣରେ ମୂଲ୍ୟବାନ ସମ୍ପତ୍ତି ହାତେଇବାକୁ ଲକ୍ଷ୍ୟ ରଖି ଖାଦ୍ୟ ବଦଳରେ ଲୋକଙ୍କ ଲୁଟିବା ଆରମ୍ଭ କରିଥିଲା। କମ୍ପାନୀ ବିଦେଶରୁ ଖାଦ୍ୟ ସାମଗ୍ରୀ ଆମଦାନୀ କରି ଜମ୍ବୁ ଲାଲ୍‌ କୋଠା ଗୋଦାମ ଘରେ ଗଚ୍ଛିତ ରଖୁଥିଲା। ସଡ଼କ ପଥରେ ପରିବହନ ଗମନା ଗମନ ସୁବିଧା ନ ଥିବାରୁ ଜଳପଥରେ ପଣ୍ୟଦ୍ରବ୍ୟ କାରବାର ହେଉଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ କଟକର ଯୋବ୍ରା, ଚୌଦ୍ୱାର, ଚାନ୍ଦବାଲି, ବାଲେଶ୍ୱର, ଧାମରା, ଅସ୍ତରଙ୍ଗ, ପୁରୀ ଆଦି ଅଞ୍ଚଳକୁ ଷ୍ଟିମର ଯୋଗେ ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଥିଲା।
କୁହାଯାଏ ଜମ୍ବୁ ଲାଲ୍‌ କୋଠାଟି ବଡ଼ ବଡ଼ ନାଲି ଇଟା, ଲାଖ, ଗୁଡ଼ ଓ ଚୂନରେ ନିର୍ମିତ ହୋଇଥିଲା। ଏହି ଦ୍ୱିତଳ ବିଶିଷ୍ଟ ଗୃହଗୁଡ଼ିକ ଖୁବ୍‌ ଉଚ୍ଚ ଓ ଓସାର ରହିଛି। ଛାତଗୁଡ଼ିକ ବିଶାଳ ଲୁହା ବିମ୍‌, ଶାଗୁଆନ କାଠ ଓ ସ୍ଲାବରେ ବଡ଼ ବଡ଼ କୋଠରି ନିର୍ମିତ ହୋଇଥିଲା। ଏହି ଗୃହର ଉପର ମହଲାରେ ବିଶ୍ରାମ କକ୍ଷ ଓ ତଳ ମହଲାରେ ଗୋଦାମ ଗୃହ ଥିଲା। ୧୮୩୬ରେ ବତିଘର ଫଲ୍‌ସ ପଏଣ୍ଟ ଓ ହୁକିଟୋଲା ଗୃହ ନିର୍ମାଣର ବହୁ ପୂର୍ବରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଜମ୍ବୁଠାରେ ଉକ୍ତ ଲାଲ୍‌ କୋଠା ନିର୍ମାଣ କରିଥିଲା। ଅଦ୍ୟାବଧି ଏହି ଗୃହ ଜରାଜୀର୍ଣ୍ଣ ହୋଇପଡ଼ିଛି। ଛାତ, କାନ୍ଥଗୁଡ଼ିକରେ ଗଛ ଲତା ମାଡ଼ି ରହିଛି। ବଡ଼ ବଡ଼ ସାମୁଦ୍ରିକ ଝଡ଼ ତୋଫାନରେ ଏହି ଗୃହର କିଛି ଅଂଶ ଫାଟିବା ସହ ଦୁର୍ବଳ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗୃହର ପୁନରୁଦ୍ଧାର ପାଇଁ ନାର୍ବାଡ ସହାୟତାରେ ୨୦୧୪/୧୫ ମସିହାରେ ଉଦ୍ୟମ କରିଥିଲା। ହେଲେ ଗୃହ ଅସୁରକ୍ଷିତ ଥିବାରୁ ଏହାର କାମ ବନ୍ଦ କରାଯାଇଥିଲା। ଗୃହଟି ଜରାଜୀର୍ଣ୍ଣ ହେବା ପରେ ସ୍ଥାନୀୟ ଅଞ୍ଚଳର କେତେଜଣ ଦୁର୍ବୃତ୍ତ ଝରକା, କବାଟ, ଲୁହା କଡି ଓ ଅନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏହି ବିଶାଳ ଗୃହକୁ ଲାଗି ରହିଛି ନିକଟ ଜମ୍ବୁ ସରକାରୀ ଉଚ୍ଚ ବିଦ୍ୟାଳୟ। କିଛିବର୍ଷ ପୂର୍ବେ ଏହି ଗୃହରେ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଖେଳୁଥିବା ବେଳେ କୋଠାର କିଛି ଅଂଶର କଂକ୍ରିଟ ସ୍ଲାବ ଭୁଶୁଡ଼ି ପଡ଼ିଥିଲା। ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ପ୍ରାଚୀନ ନୌବାଣିଜ୍ୟ ଲାଲ୍‌ କୋଠା ନିର୍ମିତ ସମ୍ପର୍କରେ ସ୍ଥାନୀୟ ଜମ୍ବୁ ପଞ୍ଚାୟତ ସରପଞ୍ଚ ତଥା ପ୍ରାକ୍ତନ ସେନା ଅଧିକାରୀ ବିଶ୍ୱଜିତ ବସୁ କୁହନ୍ତି, ଜମ୍ବୁ ଦ୍ୱୀପ ଇତିହାସ ସମ୍ପର୍କରେ ଅଜାଙ୍କଠାରୁ ଶୁଣିଛି। ଏହି ଅଞ୍ଚଳଟି ଖୁବ୍‌ ଘଞ୍ଚ ଜଙ୍ଗଲ ଥିବାରୁ ଦିନରେ ବାହାରକୁ ବାହାରି ହେଉ ନ ଥିଲା। ଏହି ସ୍ଥାନରେ ଜମ୍ବୁଆଣୀ ନାମକ ବୟସ୍କା ବୃଦ୍ଧା ବାସ କରୁଥିଲେ। ତାହାର ପରିଚୟ ଏବେ ବି ଅସ୍ପଷ୍ଟ ରହିଛି। ତାଙ୍କ ନାମ ଅନୁସାରେ ଜମ୍ବୁ ଦ୍ୱୀପର ନାମକରଣ ହୋଇଛି ବୋଲି କୁହାଯାଏ। ସ୍ଥାନୀୟ ଲୋକମାନେ ଏହି କୋଠାଟି ଅସୁରକ୍ଷିତ ମଣୁଛନ୍ତି। ଏହି କୋଠା ନିକଟରେ ସର୍ବସାଧାରଣ ରାସ୍ତା ଥିବାରୁ ଲୋକମାନେ ଯାତାୟାତବେଳେ ଦୁର୍ଘଟଣାର ଆଶଙ୍କା ରହିଛି। ତୁରନ୍ତ ଏହାକୁ ଉଚ୍ଛେଦ କରିବାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri