ପୁଞ୍ଜିପତିଙ୍କୁ ଚାଷୀଙ୍କ ଜମି ଟେକିଦେବା ହିଁ କୃଷିନୀତିର ଲକ୍ଷ୍ୟ: ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ

ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): କୃଷକମାନଙ୍କୁ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ । ଏହି କାରଣରୁ କୃଷକମାନେ ଋଣଗ୍ରସ୍ତ ହେଉଛନ୍ତି। ବ୍ୟାଙ୍କ ଏବଂ ସାହୁକାରଙ୍କଠାରୁ ଋଣ ଆଣି ଚାଷୀମାନେ ଚାଷବାସ କରୁଛନ୍ତି। ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁ ଚାଷୀଙ୍କୁ ଉତ୍ପାଦିତ ଫସଲର ଉଚିତ୍‌ ମୂଲ୍ୟ ମିଳୁ ନାହିଁ। ଫଳରେ ସବୁବେଳେ କ୍ଷତି ସହିବାକୁ ପଡ଼ଛି। ଋଣଗ୍ରସ୍ତ ଚାଷୀ ଚାଷ ଛାଡ଼ି ଦାଦନ ଯାଉଛି କିମ୍ବା ଆତ୍ମହତ୍ୟା କରୁଛି। ସରକାରଙ୍କ ଭୁଲ କୃଷିନୀତି ଏହାର ମୂଳ କାରଣ। ପୁଞ୍ଜିପତିଙ୍କ ହାତରେ ଚାଷୀଙ୍କ ଜମି ଟେକି ଦେବା ପାଇଁ ହିଁ ସରକାର ସେଭଳି ଭୁଲ କୃଷିନୀତି ଆଣିଛନ୍ତି ବୋଲି ସୋମବାର ବରଗଡ଼ ବ୍ଲକ ସାୟଂ ଖେଳ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତରେ ଉଦ୍‌ବୋଧନ ଦେଇ ଭାରତୀୟ କିଷାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ୍‌ କହିଛନ୍ତି। ସେ ଆହୁରି କହିଥିଲେ, ସରକାର ଏପର୍ଯ୍ୟନ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେଇ ନାହାନ୍ତି। ସେହିପରି ବିଦ୍ୟୁତ୍‌ ଆମେଣ୍ଡମେଣ୍ଟ ଆକ୍ଟ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ସେଥିପ୍ରତି ସରକାର ଗୁରୁତ୍ୱ ଦେବା ପରିବର୍ତ୍ତେ ବିଦ୍ୟୁତ୍‌କୁ ଘରୋଇକରଣ କରାଯାଇଛି। ସ୍ମାର୍ଟ ମିଟର ଲଗାଇ ଉପଭୋକ୍ତାଙ୍କୁ ଲୁଟ କରାଯାଉଛି। ଏହାର ପ୍ରତିବାଦରେ ବରଗଡ଼ରେ ହୋଇଥିବା ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି ବୋଲି ଟିକାୟତ୍‌ କହିଥିଲେ। ଟିକାୟତକୁ ସୋହେଲାଠାରେ ସ୍ବାଗତ କରାଯାଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ସଭାସ୍ଥଳକୁ ନିଆଯାଇଥିଲା। ଦଶମାଇର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଟିକାୟତ୍‌ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ସେହିପରି କୃଷକ ନେତା ଆଶିଷ ମିତ୍ତଳ, ସତ୍ୟବାନ ଜି, ଅଫ୍ଲାତୁନ, ଚୌଧୁର, ରାଜେନ୍ଦ୍ର, ଜୟତୁ ଦେଶମୁଖ, କ୍ରିଷ୍ନା ମହାନ୍ତି, ରଘୁନାଥ ଦାସ, ଅଶୋକ ପଧାନଙ୍କ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା ନେତାମାନେ ପାର୍ବତୀ ଗିରି, ମହାତ୍ମାଗାନ୍ଧୀ, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିରାଟ ଶୋଭାଯାତ୍ରାରେ ମଞ୍ଚକୁ ପହଞ୍ଚିଥିଲେ। ସେହିପରି ସୁରେଶ ପାଣିଗ୍ରାହୀ ଏବଂ ବିଜୁ କ୍ରିଷ୍ଣନଙ୍କୁ ମଧ୍ୟ ଅତାବିରାରୁ ସ୍ବାଗତ ସମର୍ଦ୍ଧନା କରି ପଡ଼ିଆକୁ ଶୋଭାଯାତ୍ରାରେ ଅତାବିରା କୃଷକ ସଂଗଠନ ଆଣିଥିଲେ। ପରେ ସଂଗଠନ ଉପଦେଷ୍ଟା ଉତ୍ପନ୍ନ ଭୋଇ ସ୍ବାଗତ ବକ୍ତବ୍ୟ ରଖିଥିବା ବେଳେ ଲିଙ୍ଗରାଜ ପଧାନ ମଞ୍ଚ ସଞ୍ଚାଳନ କରିଥିଲେ। ଅଜିତ ଶତପଥି ଉଦେଶ୍ୟ ଜ୍ଞାପନ କରିଥିଲେ। ବକ୍ତାମାନେ ତ୍ରୁଟିପୂର୍ଣ୍ଣ କୃଷିନୀତି ଏବଂ କମ୍ପାନୀ କରଣ ପ୍ରସଙ୍ଗ ଦୃଢ ସ୍ବରରେ ଉପସ୍ଥାପନା କରିଥିଲେ। ସାରା ଭାରତବର୍ଷରେ ସମସ୍ତ କୃଷକଙ୍କ ସମାନ ସମସ୍ୟା ରହିଛି ବୋଲି ବକ୍ତାମାନେ ସୂଚନା ଦେଇଥିଲେ। ପରେ ବକେୟା ବିଦ୍ୟୁତ୍‌ ବିଲ ଛାଡ଼, କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ବିଲ ଜଳସେଚନ ଆଧାରରେ ନେବା ଏବଂ ୩୦୦ ୟୁନିଟ ବିଦ୍ୟୁତ୍‌ ମାଗଣା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ମାଧ୍ୟମରେ ଲକ୍ଷେ ଚାଷୀ ଲେଖିକରି ଦେବା ପାଇଁ ନିଷ୍ପତ୍ତି ହୋଇଛି। କ୍ରିଷ୍ନା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସମସ୍ତ ସଂଗଠନର ସମସ୍ତ ସଭାପତିମାନେ ବକ୍ତବ୍ୟ ରଖିଥିଲେ। ଓକିଲ ସଂଘ, ନିଷ୍ଠା ପରିବାର, ସକଳ୍ପ ପରିବାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପର୍ଯ୍ୟବରଣ ରକ୍ଷା ପାଇଁ ଦଶ ଗୋଟି ଗଛ ଲଗାଯାଇଥିଲା। ରମେଶ ମହାପାତ୍ର ଧନ୍ୟବାଦ ଦେଇ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁମ୍ବାଇ କ୍ୟାପଟେନ୍ ହେବେ ରୋହିତ ଶର୍ମା! ହାର୍ଦ୍ଦିକଙ୍କୁ ହଟାଇ ପୁଣିଥରେ ଅଧିନାୟକ କରିବାକୁ…

ମୁମ୍ବାଇ,୧୩|୧୦: ଆଇପିଏଲ୍‌ (IPL) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (MI) କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାଞ୍ଚାଇଜ୍‌ ପୁଣି ଥରେ…

ବିହାରରେ ମର୍ମନ୍ତୁଦ ନୌକା ଦୁର୍ଘଟଣା: ଗଙ୍ଗା ନଦୀରେ ଡଙ୍ଗା ଓଲଟି ୧୧ ଜଣଙ୍କ ମୃତ୍ୟୁ, ୪ ଲକ୍ଷ କ୍ଷତିପୂରଣ ଘୋଷଣା

ବୈଶାଳୀ,୧୩।୧୦: ବିହାରର ବୈଶାଳୀ ଜିଲା ରାଘୋପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଏକ ଅତ୍ୟନ୍ତ ଦୁଃଖଦ ନୌକା ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ପ୍ରାୟ ୧୫ରୁ…

ବଜାପଲ୍ଲୀରେ ଶିଶୁ ମହୋତ୍ସବ ‘ସୁରଭି’: କୋମଳମତି ଶିଶୁଙ୍କ ନୃତ୍ୟ କଳାରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଅଧୀନ ବଜାପଲ୍ଲୀ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଗୋକର୍ଣ୍ଣପୁର…

ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା; ପୋଲିସର ଅତର୍କିତ ଚଢ଼ାଉରେ ୬ ଜଣ ଗିରଫ; ଟଙ୍କା-ମୋବାଇଲ ସହ…

ପାରଳାଖେମୁଣ୍ଡି,୧୩।୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଜୁଆ ଆଡ୍ଡା ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଆଦର୍ଶ…

ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍‌ଚୁପ୍‌ରେ କମ୍ପିଲା କଲେଜ କ୍ୟାମ୍ପସ୍…

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…

ବୈତରଣୀ ନଦୀରୁ ନାବାଳକଙ୍କ ଗଳିତ ମୃତଦେହ ଜବତ, ପରିଚୟ ଖୋଜୁଛି ତୁରୁମୁଙ୍ଗା ପୋଲିସ

ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଜୁମେଇଁ ଗ୍ରାମ ନିକଟ ବୈତରଣୀ ନଦୀର ସିନ୍ଦୁରିଗୌରୀ ଘାଟରୁ ମଙ୍ଗଳବାର ଦିନ ଜଣେ…

ଦାରିଙ୍ଗବାଡିରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଗଞ୍ଜେଇ ବେପାରୀ; ୨୩ କେଜିରୁ ଅଧିକ ଗଞ୍ଜେଇ ଜବତ

ଦାରିଙ୍ଗବାଡି, ୧୩।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଜବତ କରାଯାଇଛି। ପାଟ୍ରୋଲିଂ ବେଳେ ପୋଲିସ ୨୩…

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?