ଶୁଣିଲାନି ପ୍ରଶାସନ, ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ, ଚେତାବନୀ ଦେଇ କହିଲେ…

ଥୁଆମୂଳ ରାମପୁର,୩୦ା୮(ଦୁର୍ଗା କୀର୍ତ୍ତି): ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲାନି ପ୍ରଶାସନ । ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ୮ ଖଣ୍ଡ ଗାଁର ଲୋକେ। ଗାଁରର ସମସ୍ତ ପୁରୁଷ ଏବଂ ଯୁବକ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିବା ସହ ଆଗାମୀ ମାସେ ମଧ୍ୟରେ ଏହି ରାସ୍ତା ପ୍ରତି ଯୋଦି ପ୍ରଶାସନ କୌଣସି ବ୍ୟବସ୍ଥା ନ କରନ୍ତି ତେବେ ଆମେ ସମସ୍ତ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସଦରସ୍ଥିତ ଥୁଆମୂଳ ରାମପୁର (ନୂଆପଡ଼ା)ରେ।

ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୧ କିଲୋମିଟର ଦୂରତାରେ ଦେଖାଦେଇଛି ଏଭଳି ଘଟଣା। ଏହି ରାସ୍ତା ଥୁଆମୂଳ ରାମପୁର (ନୂଆପଡ଼ା/ତହସିଲ ପଡ଼ା) ଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ଟିକ୍ରାଗୁଡ଼ା, ପିଣ୍ଡା ପଦର, ମେଲକୁନ୍ଦେଲ, ବଡ଼ବଣ୍ଡେଲକୁ ଗତ କିଛି ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ମାତ୍ର ୩ଶହ ମିଟରରୁ ଊର୍ଦ୍ଧ୍ୱ ରାସ୍ତା ନିର୍ମାଣ ନ କରି ଛାଡ଼ି ଦିଆଯାଇଛି। ଫଳରେ ବର୍ଷାଦିନ ଆସିଲେ ସେହି ରାସ୍ତାରେ ଏହି ଗ୍ରାମ ସମେତ ନୂଆପଡ଼ା, ପୋଇଗୁଡା, ଦେରଗୁଡ଼ା, ଜାମଗୁଡ଼ା, ଘୁଟିଗୁଡ଼ା, ବାଇଗଣଗୁଡ଼ା ଭଳି ଅନେକ ଗ୍ରାମର ଯିବା ଆସିବା କରୁଥିବା ଗାଡ଼ିମୋଟର ଯାତାୟାତରେ ବାଧାପ୍ରାପ୍ତ ହେବା ସହ ବିଦ୍ୟାଳୟକୁ ଛାତ୍ରୀଛାତ୍ର ତଥା ଶିକ୍ଷକ ଶିକ୍ଷୟିତ୍ରୀ ଯିବା ମୁସ୍କିଲ ହୋଇପଡୁଥିବା ଅଞ୍ଚଳବାସୀ କହିଛନ୍ତି। ଏବେ ଜରୁରୀକାଳିନ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଆସିବା ମଧ୍ୟ ସେ ଅଳ୍ପ ରାସ୍ତାରେ କଷ୍ଟ ହେଉଛି। ଉକ୍ତ ରାସ୍ତାରେ ପାଖାପାଖି ୮ଖଣ୍ଡ ଗ୍ରାମ ତଥା ପଡ଼ାର ଜନସାଧାରଣ ନିର୍ଭର କରୁଥିବା ବେଳେ ସେମାନେ ମଧ୍ୟ ବ୍ଲକ ତଥା ପଞ୍ଚାୟତକୁ ପିଡିଏସ୍‌ ଚାଉଳ ହେଉ କି ସରକାରୀ ଓ ବେସରକାରୀ କାର୍ଯ୍ୟ ପାଇଁ ସେମାନେ ଥୁଆମୂଳ ରାମପୁର ଯିବାକୁ ଗାଁରୁ ବାହାରିଲେ ସେହି ୩ଶହ ମିଟର କଚ୍ଚା ରାସ୍ତାରେ ଯାତାୟାତ କରୁଛନ୍ତି। ଗାଁକୁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳିନ ପରିସ୍ଥିତିରେ ଦମକଳ ହେଉ କି ଅନ୍ୟ କିଛି ଗାଡ଼ି ଆସିବା ପାଇଁ ନାନାଦି ଅସୁବିଧା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନେ ଏହି ୩ଶହ ମିଟର କାଦୁଅ ରାସ୍ତା ସମ୍ପ୍ରସାରଣ /ମରାମତି ପାଇଁ ପଞ୍ଚାୟତ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି।

ସେହିପରି ବିଧାୟକ, ଏମ୍ପିଙ୍କୁ ମଧ୍ୟ ବହୁବାର ଜଣାଇଥିଲେ ମଧ୍ୟ ଫଳ ଶୂନ। ଶେଷରେ ସବୁ ଆଡୁ ନିରାଶ ହୋଇ ୮ଖଣ୍ଡ ଗ୍ରାମବାସୀ ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାସ୍ତା ମରାମତି କରିଛନ୍ତି। ରାସ୍ତାକଡ଼ରେ ଥିବା ଲତାବୁଦା କଟାଯିବା ସହ ଖାଲଢିପକୁ ସମତଳ ପାଇଁ ମାଟି ଖୋଳି ପକାଯାଇ ଗାତ ପୋତା ଯାଇଛି।

ଏନେଇ ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ଆମେ ଜିଲାପାଳଙ୍କ ସହ ଏ ବିଷୟରେ ଆଲୋଚନା କରିଛୁ ଏବଂ ଆମେ ଚେଷ୍ଟା ମଧ୍ୟ କରୁଛୁ ଜମି ମାଲିକଙ୍କ ସହ କଥା ହୋଇ କ’ଣ ହୋଇପାରିବ ଆମେ କରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?