ପ୍ରଶାସନ କଲାନି, ରାସ୍ତା ମରାମତି କଲା ସାମାଜିକ ସଂଗଠନ

ଅମରପାଲି, ୩।୧୧(ଡି.ଏନ.ଏ.)
ଶୁଣିଲାନି ପ୍ରଶାସନ। ଶେଷରେ ବାଧ୍ୟ ହୋଇ ନିଜ ଅଞ୍ଚଳର ରାସ୍ତାକୁ ମରାମତି କରି ଉଦାହରଣ ସୃଷ୍ଟି କଲେ ସାମାଜିକ ସଂଗଠନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଅଞ୍ଚଳରେ। ଖଣ୍ଡହତାସ୍ଥିତ ସାମାଜିକ ସଂଗଠନ ସିୟା ଖାଲଖମା ରାସ୍ତାକୁ ନିଜ ଖର୍ଚ୍ଚରେ ମରାମତି କରଛି। ମୁର୍ଷୁଣ୍ଢୀ-ସୁବଳୟାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦୀର୍ଘଦିନ ହେଲା ଖରାପ ହୋଇପଡିଛି। ରାସ୍ତାର ଅନେକ ସ୍ଥାନରେ ଖାଲଖମା ହେବା ସହିତ ପିଚୁ ଉଠିଯାଇଛି। ଖଣ୍ଡହତା ନିକଟ ଚଣ୍ଡୀପୁରଠାରେ ରାସ୍ତାରୁ ପିଚୁ ସମ୍ପୂର୍ଣ୍ଣ ଉଠି ଯିବା ସହ ଆଣ୍ଠୁଏ ଲେଖାଏ ଖାଲ ହୋଇଥିଲା। ଏଠାରେ ପ୍ରାୟତଃ ଦୁର୍ଘଟଣା ଘଟୁଥିଲା। ରାସ୍ତା ଦୁରବସ୍ଥା ନେଇ ବାରମ୍ବାର ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା। ତଥାପି ରାସ୍ତା ମରାମତି ନ ହେବାରୁ କିଛିଦିନ ପୂର୍ବରୁ ସିୟା ସଂଗଠନ ପକ୍ଷରୁ ସୋସିଆଲ ମିଡିଆରେ ଏ ସମ୍ପର୍କିତ ଏକ ଅଭିଯୋଗ ପ୍ରଶାସନକୁ ଅବଗତ କରାଯାଇଥିଲା। ମାତ୍ର ଅଭିଯୋଗର ୧୦ ଦିନ ପରେ ମଧ୍ୟ ଏହାର ମରାମତି ନ ହେବାରୁ ଶେଷରେ ଚାମ୍ଭୀପାଲି ଗ୍ରାମବାସୀ ଓ ସିୟା ସଂଗଠନର ସଭାପତି ଦିଲୀପ ପଧାନ, ପ୍ରତିଷ୍ଠାତା ଆନନ୍ଦ ବିଶ୍ୱାଳ, ଉପସଭାପତି ସୁଶାନ୍ତ ଭୋଇ, ଲଳିତ କର୍ଣ୍ଣ, ସାନନ୍ଦ ବିଶ୍ୱାଳ ଓ ରାମ୍ଭୀପାଲି ଗ୍ରାମର ଶ୍ରୀକାନ୍ତ ପଧାନ ପ୍ରମୁଖ ଶ୍ରମ ଓ ଆର୍ଥିକ ସହାୟତା ପ୍ରଦାନ କରି ଉକ୍ତ ରାସ୍ତା ମରାମତି କରିଛନ୍ତି। ସେମାନଙ୍କ ଏହି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି। ଏ ନେଇ ବିଭାଗୀୟ ଏଏସଇ ଅମିତ ଟୁଡୁଙ୍କୁ ପଚାରିବାରୁ ସଂଗଠନର କାମକୁ ପ୍ରଶଂସା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri