ପ୍ରଶାସନ କଲାନି, ରାସ୍ତା ମରାମତି କଲା ସାମାଜିକ ସଂଗଠନ

ଅମରପାଲି, ୩।୧୧(ଡି.ଏନ.ଏ.)
ଶୁଣିଲାନି ପ୍ରଶାସନ। ଶେଷରେ ବାଧ୍ୟ ହୋଇ ନିଜ ଅଞ୍ଚଳର ରାସ୍ତାକୁ ମରାମତି କରି ଉଦାହରଣ ସୃଷ୍ଟି କଲେ ସାମାଜିକ ସଂଗଠନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଅଞ୍ଚଳରେ। ଖଣ୍ଡହତାସ୍ଥିତ ସାମାଜିକ ସଂଗଠନ ସିୟା ଖାଲଖମା ରାସ୍ତାକୁ ନିଜ ଖର୍ଚ୍ଚରେ ମରାମତି କରଛି। ମୁର୍ଷୁଣ୍ଢୀ-ସୁବଳୟାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଦୀର୍ଘଦିନ ହେଲା ଖରାପ ହୋଇପଡିଛି। ରାସ୍ତାର ଅନେକ ସ୍ଥାନରେ ଖାଲଖମା ହେବା ସହିତ ପିଚୁ ଉଠିଯାଇଛି। ଖଣ୍ଡହତା ନିକଟ ଚଣ୍ଡୀପୁରଠାରେ ରାସ୍ତାରୁ ପିଚୁ ସମ୍ପୂର୍ଣ୍ଣ ଉଠି ଯିବା ସହ ଆଣ୍ଠୁଏ ଲେଖାଏ ଖାଲ ହୋଇଥିଲା। ଏଠାରେ ପ୍ରାୟତଃ ଦୁର୍ଘଟଣା ଘଟୁଥିଲା। ରାସ୍ତା ଦୁରବସ୍ଥା ନେଇ ବାରମ୍ବାର ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଥିଲା। ତଥାପି ରାସ୍ତା ମରାମତି ନ ହେବାରୁ କିଛିଦିନ ପୂର୍ବରୁ ସିୟା ସଂଗଠନ ପକ୍ଷରୁ ସୋସିଆଲ ମିଡିଆରେ ଏ ସମ୍ପର୍କିତ ଏକ ଅଭିଯୋଗ ପ୍ରଶାସନକୁ ଅବଗତ କରାଯାଇଥିଲା। ମାତ୍ର ଅଭିଯୋଗର ୧୦ ଦିନ ପରେ ମଧ୍ୟ ଏହାର ମରାମତି ନ ହେବାରୁ ଶେଷରେ ଚାମ୍ଭୀପାଲି ଗ୍ରାମବାସୀ ଓ ସିୟା ସଂଗଠନର ସଭାପତି ଦିଲୀପ ପଧାନ, ପ୍ରତିଷ୍ଠାତା ଆନନ୍ଦ ବିଶ୍ୱାଳ, ଉପସଭାପତି ସୁଶାନ୍ତ ଭୋଇ, ଲଳିତ କର୍ଣ୍ଣ, ସାନନ୍ଦ ବିଶ୍ୱାଳ ଓ ରାମ୍ଭୀପାଲି ଗ୍ରାମର ଶ୍ରୀକାନ୍ତ ପଧାନ ପ୍ରମୁଖ ଶ୍ରମ ଓ ଆର୍ଥିକ ସହାୟତା ପ୍ରଦାନ କରି ଉକ୍ତ ରାସ୍ତା ମରାମତି କରିଛନ୍ତି। ସେମାନଙ୍କ ଏହି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି। ଏ ନେଇ ବିଭାଗୀୟ ଏଏସଇ ଅମିତ ଟୁଡୁଙ୍କୁ ପଚାରିବାରୁ ସଂଗଠନର କାମକୁ ପ୍ରଶଂସା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମଦ ବିକ୍ରି ବନ୍ଦ ଦାବିରେ ଏକଜୁଟ ହେଲେ ମହିଳା, ଅବକାରୀ ବିଭାଗର ସହଯୋଗ ଲୋଡ଼ିଲେ

ଅମରପାଲି,୨୯।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗ୍ରାମରେ ମଦ ବିକ୍ରି ବନ୍ଦ ଦାବିରେ ମହିଳାମାନେ ଏକଜୁଟ ହୋଇଛନ୍ତି । ଏନେଇ…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?