୫୦ ଆଦିବାସୀ ପରିବାରକୁ ଭଣ୍ଡାଇଲା ପ୍ରଶାସନ

ଚଣ୍ଡିଖୋଲ,୨୮ା୨(ଡି.ଏନ.ଏ.):ଶିକ୍ଷାର ଅଭାବ ହେତୁ ଅଧିକାଂଶ ସମୟରେ ଆଦିବାସୀମାନେ ଅବହେଳିତ ହୋଇଥାନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ନାନା ପ୍ରତିଶ୍ରୁତି ଦେଇ ଠକିଥାଆନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୁଏନାହିଁ ା ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କେଶରାଇପୁର ରାଜସ୍ବ ଗ୍ରାମରେ ୬୦ବର୍ଷ ଧରି ବସବାସ କରୁଥିବା ଆଦିବାସୀ ପରିବାର ଏବେ ବି ସେମିତି ନାନା ପ୍ରତିଶ୍ରୁତିରେ ଛନ୍ଦି ହୋଇ ଅବହେଳିତ ଭାବେ ଜୀବନ କାଟୁଛନ୍ତି ବୋଲି ଅଭିଯୋଗ ହୋଇଛି ା
ପଲେଇ ପଞ୍ଚାୟତ ଅଧୀନ କେଶରାଇପୁର ଏକ ରାଜସ୍ବ ଗ୍ରାମ ା ଏଠାରେ ରହିଛି ପାରାଭାଡ଼ି ପାହାଡ଼ ା ୨୦୨୧ ଡ଼ିସେମ୍ବରରେ କେଶରାଇପୁର ପାହାଡ଼ର ଖାତା ନଂ.୧୨୧୮ ଓ ୧୨୧୯ରେ ୪୬.୧୫୯ହେକ୍ଟର ପାହାଡ଼ରୁ ଓଡ଼ିଶା ଖଣି ନିଗମ ତରଫରୁ ଖଣ୍ଡୋଲାଇଟ ପଥର ଖନନ କରାଯିବ ବୋଲି ଜନ ଶୁଣାଣି ହୋଇଥିଲା। ଏହି ମୌଜାରେ ପାହାଡ଼ ପାଦଦେଶରେ ରହୁଥିବା ୫୦ ଆଦିବାସୀ ପରିବାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ଯାଜପୁର ଜିଲା ପ୍ରଶାସନ ତରଫରୁ ପ୍ରତିଶ୍ରୁତି ମିଳିଲା। ତେବେ ପ୍ରାଥମିକ ଭାବେ ଏହି ଖଣ୍ଡୋଲାଇଟ୍‌ ଖଣିକୁ ରାସ୍ତା କରିବା ପାଇଁ ୩ କୋଟି ୯୧ଲକ୍ଷ ୫ହଜାର ୧୩୭ଟଙ୍କା ବ୍ୟୟରେ ୨୦୨୨ ଜୁଲାଇ ୨ରେ ଶୁଭ ଦିଆଗଲା। ୯ମାସ ମଧ୍ୟରେ କାମ ଶେଷ ହେବ ବୋଲି ପୁର୍ତ୍ତବିଭାଗ ତରଫରୁ ଘୋଷଣା କରାଗଲା। ରାସ୍ତା କାମ ଆରମ୍ଭ ହେବାର ୨ମାସ ପରେ କାମ ବନ୍ଦ କରିଦିଆଗଲା। ପୁର୍ତ୍ତବିଭାଗ ତରଫରୁ କୁହାଗଲା କି ଓଏମ୍‌ସି ଯେଉଁ ଅନୁଦାନ ଦେବା କଥା ତାହା ମନା କରିଥିବାରୁ ଠିକାଦାରକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଗଲା। ଏପରି କି ସେଠାରେ ବହୁ ପୂର୍ବରୁ ଥିବା ଗୋଟିଏ କ୍ଲବ ଘରକୁ ଭାଙ୍ଗି ଦିଆଗଲା। ସେହି ଘର ବଦଳରେ ସେଠାରେ ନୂଆ ବିଲ୍‌ଡ଼ିଂ ନିର୍ମାଣ ହେବ କହି କାମ ଆରମ୍ଭ ହେଲା। କାମ ମାତ୍ର ଡ଼ିପିସି ଲେବ୍‌ଲ ହେବା ପରେ କାମକୁ ବନ୍ଦ କରିଦିଆଗଲା। ସେହିଭଳି ୪୫ପରିବାରକୁ ପାଇଖାନା ଦେବା ଏବଂ ୨ଟି ନଳକୂପ ଖୋଳି ପାନୀୟ ଜଳ ଦେବାକୁ ୨୦୨୨ ଜୁଲାଇ ୫ରେ ବଡ଼ଚଣାର ତତ୍କାଳୀନ ବିଡ଼ିଓ ଅଜିତ୍‌ ନାରାୟଣ ଗିରି ଚିଠି ନଂ. ୩୨୬୪ରେ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ୫୦ ପରିବାର ମଧ୍ୟରୁ ୪୦ପରିବାରର ଘର ନାହିଁ। ସେମାନେ ନୁଆଁଣିଆ ଚାଳଘରେ ଏବେ ବି ବସବାସ କରୁଛନ୍ତି।
ସୂଚନାଯୋଗ୍ୟ, ୧୯୬୨ ରେ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ଏହି ଆଦିବାସୀ ପରିବାର ବିଜୁବାବୁଙ୍କ ସ୍ବପ୍ନର ତ୍ୱରିତ ଜାତୀୟ ରାଜପଥ କାମ କରିବାକୁ ଆସିଥିଲେ। କାମ କରୁ କରୁ ସେଠାରେ ସ୍ଥାୟୀ ବାସିନ୍ଦା ହୋଇ ରହିଗଲେ। ୧୯୮୩ ରେ କଂଗ୍ରେସ ସରକାର ଅମଳରେ ଏହି ଆଦିବାସୀ ପରିବାରକୁ ଇନ୍ଦିରା ଆବାସ ଦିଆଯାଇ ଇନ୍ଦିରା କଲୋନୀରେ ଥଇଥାନ କରାଗଲା। ତା’ପରେ ସେମାନେ ଏଠାକର ସ୍ଥାୟୀ ବାସିନ୍ଦା ହୋଇଗଲେ। ୧୯୯୯ ମହାବାତ୍ୟାରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ବର୍ତ୍ତମାନ ସେମାନେ ପାଇଥିବା ଜମିପଟ୍ଟା ନାହିଁ କିମ୍ବା ଘର ନାହିଁ। ସରକାର ପୁନର୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆମକୁ ଭଣ୍ଡାଇ ଦେଇଥିବା ଅଭିଯୋଗ କରିଛନ୍ତି ଏହି ଗ୍ରାମର ଅର୍ଜୁନ ଦେହୁରୀ, ଭାରତୀ ଦେହୁରୀ, ଅକ୍ଷୟ ହେମ୍ବ୍ରମ୍‌, ଜିଗିନ୍‌ ସିଂ । ଏ ସମ୍ପର୍କରେ ପୁର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଳ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଓଏମ୍‌ସି ଆମକୁ କହିଥିଲା ଟେଣ୍ଡର କରି ରାସ୍ତା କାମ କରିବା ପାଇଁ ା ଟେଣ୍ଡର ସରି କାମ ଦିଆଗଲା ପରେ ଆଉ ଟଙ୍କା ଦେଲା ନାହିଁ। ସେଥିପାଇଁ ରାସ୍ତାକାମକୁ ବନ୍ଦ କରିଦିଆଗଲା। ଏ ସଂକ୍ରାନ୍ତରେ ସତ୍ୟ ଜାଣିବା ପାଇଁ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରୁ ଦେଓଘର: ସାଇକେଲରେ ଫେରୁଛନ୍ତି ୭ ଶ୍ରମିକ

କେନ୍ଦୁଝର,୧୬ା୪ (ସ୍ବ.ପ୍ର.): ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ ଡାଉନ ଘୋଷଣା ହୋଇଛି। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବା ପାଇଁ ସରକାର...

୩ରୁ ଖୋଲିବ ଶାରଳା ମନ୍ଦିର, ଗୋରଖନାଥ ପୀଠ

ଜଗତ୍‌ସିଂହପୁର ଅଫିସ୍‌, ୨୨।୧୨: ଜାନୁୟାରୀ ୩ରୁ ଜଗତ୍‌ସିଂହପୁର ଜିଲାର ପ୍ରସିଦ୍ଧ ଶାରଳା ମନ୍ଦିର ଓ ଗୋରଖନାଥ ପୀଠ ଖୋଲିବ ବୋଲି ସୋମବାର ଜିଲାପାଳ ସରୋଜ କୁମାର...

ବିଭିନ୍ନ ଦାବିନେଇ ଚାଷୀଙ୍କ ରିଲେ ଅନଶନ

ସମ୍ବଲପୁର,୨୨ା୧୦(ବ୍ୟୁରୋ): ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି ଓ ଜିଲା କୃଷକ ସଂଗଠନର ମିଳିତ ଡାକରାରେ ମଙ୍ଗଳବାର ସମ୍ବଲପୁର ଜିଲାପାଳଙ୍କ ଅଫିସ ନିକଟରେ ଚାଷୀମାନେ...

ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଆଇଆଇସି, ଗାଡ଼ିରୁ ମିଳିଲା ବିଡାବିଡା ଟଙ୍କା

କୋଟଗଡ଼,୨୩।୧୦(ଡି.ଏନ,ଏ.): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା କୋଟଗଡ଼ ଥାନା ଆଇଆଇସି ଧୀରଜ ଲେଙ୍କା। କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଡିଏସ୍‌ପି ଅରୁଣ ନାୟକଙ୍କ ନେତୃତ୍ୱରେ...

ଛେଣ୍ଡିପଦାରେ ୨୪ ହାତୀ: ଭାଙ୍ଗିଲେ ଘର, ନଷ୍ଟ କଲେ କଦଳୀ ଫସଲ

ଛେଣ୍ଡିପଦା,୨୩।୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବୁଧବାର ବିଳମ୍ବିତ ରାତିରେ ଶିମିଳିପାଳ ପଞ୍ଚାୟତ ଚରାକାନି ଗାଁରେ...

ଶୃଙ୍ଖଳା ରକ୍ଷା ପ୍ରଶାସନ ପାଇଁ ହେବ ଚ୍ୟାଲେଞ୍ଜ

ବରୀ,୨୩ା୨(ଡି.ଏନ.ଏ.): ଆସନ୍ତା ୨୪ ତାରିଖରେ ବରୀ ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା...

ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ପରିବାରକୁ ଭେଟିଲେ ରାଜ୍ୟ ଭାଜପାର ପ୍ରତିନିଧି ଦଳ

ମାର୍ଶାଘାଇ,୧୦।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ମୃତ୍ୟୁକୁ ନେଇ ସୋମବାର ଉକ୍ତ ଗ୍ରାମରେ ରାଜ୍ୟ...

କଲଭର୍ଟ ଦବିଲା: କରଡ଼ା-ବାଲାପାଙ୍କା ଯାତାୟାତ ବନ୍ଦ

ରାଇକିଆ,୮ା୯(ଡ଼ି.ଏନ.ଏ)-କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଶନିବାର ବର୍ଷାରେ କରଡ଼ାରୁ ବାଲାପାଙ୍କାକୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲଭର୍ଟ...

Advertisement
Archives

Model This Week