୫୦ ଆଦିବାସୀ ପରିବାରକୁ ଭଣ୍ଡାଇଲା ପ୍ରଶାସନ

ଚଣ୍ଡିଖୋଲ,୨୮ା୨(ଡି.ଏନ.ଏ.):ଶିକ୍ଷାର ଅଭାବ ହେତୁ ଅଧିକାଂଶ ସମୟରେ ଆଦିବାସୀମାନେ ଅବହେଳିତ ହୋଇଥାନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ନାନା ପ୍ରତିଶ୍ରୁତି ଦେଇ ଠକିଥାଆନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୁଏନାହିଁ ା ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କେଶରାଇପୁର ରାଜସ୍ବ ଗ୍ରାମରେ ୬୦ବର୍ଷ ଧରି ବସବାସ କରୁଥିବା ଆଦିବାସୀ ପରିବାର ଏବେ ବି ସେମିତି ନାନା ପ୍ରତିଶ୍ରୁତିରେ ଛନ୍ଦି ହୋଇ ଅବହେଳିତ ଭାବେ ଜୀବନ କାଟୁଛନ୍ତି ବୋଲି ଅଭିଯୋଗ ହୋଇଛି ା
ପଲେଇ ପଞ୍ଚାୟତ ଅଧୀନ କେଶରାଇପୁର ଏକ ରାଜସ୍ବ ଗ୍ରାମ ା ଏଠାରେ ରହିଛି ପାରାଭାଡ଼ି ପାହାଡ଼ ା ୨୦୨୧ ଡ଼ିସେମ୍ବରରେ କେଶରାଇପୁର ପାହାଡ଼ର ଖାତା ନଂ.୧୨୧୮ ଓ ୧୨୧୯ରେ ୪୬.୧୫୯ହେକ୍ଟର ପାହାଡ଼ରୁ ଓଡ଼ିଶା ଖଣି ନିଗମ ତରଫରୁ ଖଣ୍ଡୋଲାଇଟ ପଥର ଖନନ କରାଯିବ ବୋଲି ଜନ ଶୁଣାଣି ହୋଇଥିଲା। ଏହି ମୌଜାରେ ପାହାଡ଼ ପାଦଦେଶରେ ରହୁଥିବା ୫୦ ଆଦିବାସୀ ପରିବାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ଯାଜପୁର ଜିଲା ପ୍ରଶାସନ ତରଫରୁ ପ୍ରତିଶ୍ରୁତି ମିଳିଲା। ତେବେ ପ୍ରାଥମିକ ଭାବେ ଏହି ଖଣ୍ଡୋଲାଇଟ୍‌ ଖଣିକୁ ରାସ୍ତା କରିବା ପାଇଁ ୩ କୋଟି ୯୧ଲକ୍ଷ ୫ହଜାର ୧୩୭ଟଙ୍କା ବ୍ୟୟରେ ୨୦୨୨ ଜୁଲାଇ ୨ରେ ଶୁଭ ଦିଆଗଲା। ୯ମାସ ମଧ୍ୟରେ କାମ ଶେଷ ହେବ ବୋଲି ପୁର୍ତ୍ତବିଭାଗ ତରଫରୁ ଘୋଷଣା କରାଗଲା। ରାସ୍ତା କାମ ଆରମ୍ଭ ହେବାର ୨ମାସ ପରେ କାମ ବନ୍ଦ କରିଦିଆଗଲା। ପୁର୍ତ୍ତବିଭାଗ ତରଫରୁ କୁହାଗଲା କି ଓଏମ୍‌ସି ଯେଉଁ ଅନୁଦାନ ଦେବା କଥା ତାହା ମନା କରିଥିବାରୁ ଠିକାଦାରକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଗଲା। ଏପରି କି ସେଠାରେ ବହୁ ପୂର୍ବରୁ ଥିବା ଗୋଟିଏ କ୍ଲବ ଘରକୁ ଭାଙ୍ଗି ଦିଆଗଲା। ସେହି ଘର ବଦଳରେ ସେଠାରେ ନୂଆ ବିଲ୍‌ଡ଼ିଂ ନିର୍ମାଣ ହେବ କହି କାମ ଆରମ୍ଭ ହେଲା। କାମ ମାତ୍ର ଡ଼ିପିସି ଲେବ୍‌ଲ ହେବା ପରେ କାମକୁ ବନ୍ଦ କରିଦିଆଗଲା। ସେହିଭଳି ୪୫ପରିବାରକୁ ପାଇଖାନା ଦେବା ଏବଂ ୨ଟି ନଳକୂପ ଖୋଳି ପାନୀୟ ଜଳ ଦେବାକୁ ୨୦୨୨ ଜୁଲାଇ ୫ରେ ବଡ଼ଚଣାର ତତ୍କାଳୀନ ବିଡ଼ିଓ ଅଜିତ୍‌ ନାରାୟଣ ଗିରି ଚିଠି ନଂ. ୩୨୬୪ରେ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ୫୦ ପରିବାର ମଧ୍ୟରୁ ୪୦ପରିବାରର ଘର ନାହିଁ। ସେମାନେ ନୁଆଁଣିଆ ଚାଳଘରେ ଏବେ ବି ବସବାସ କରୁଛନ୍ତି।
ସୂଚନାଯୋଗ୍ୟ, ୧୯୬୨ ରେ ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ ଏହି ଆଦିବାସୀ ପରିବାର ବିଜୁବାବୁଙ୍କ ସ୍ବପ୍ନର ତ୍ୱରିତ ଜାତୀୟ ରାଜପଥ କାମ କରିବାକୁ ଆସିଥିଲେ। କାମ କରୁ କରୁ ସେଠାରେ ସ୍ଥାୟୀ ବାସିନ୍ଦା ହୋଇ ରହିଗଲେ। ୧୯୮୩ ରେ କଂଗ୍ରେସ ସରକାର ଅମଳରେ ଏହି ଆଦିବାସୀ ପରିବାରକୁ ଇନ୍ଦିରା ଆବାସ ଦିଆଯାଇ ଇନ୍ଦିରା କଲୋନୀରେ ଥଇଥାନ କରାଗଲା। ତା’ପରେ ସେମାନେ ଏଠାକର ସ୍ଥାୟୀ ବାସିନ୍ଦା ହୋଇଗଲେ। ୧୯୯୯ ମହାବାତ୍ୟାରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ବର୍ତ୍ତମାନ ସେମାନେ ପାଇଥିବା ଜମିପଟ୍ଟା ନାହିଁ କିମ୍ବା ଘର ନାହିଁ। ସରକାର ପୁନର୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆମକୁ ଭଣ୍ଡାଇ ଦେଇଥିବା ଅଭିଯୋଗ କରିଛନ୍ତି ଏହି ଗ୍ରାମର ଅର୍ଜୁନ ଦେହୁରୀ, ଭାରତୀ ଦେହୁରୀ, ଅକ୍ଷୟ ହେମ୍ବ୍ରମ୍‌, ଜିଗିନ୍‌ ସିଂ । ଏ ସମ୍ପର୍କରେ ପୁର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଳ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଓଏମ୍‌ସି ଆମକୁ କହିଥିଲା ଟେଣ୍ଡର କରି ରାସ୍ତା କାମ କରିବା ପାଇଁ ା ଟେଣ୍ଡର ସରି କାମ ଦିଆଗଲା ପରେ ଆଉ ଟଙ୍କା ଦେଲା ନାହିଁ। ସେଥିପାଇଁ ରାସ୍ତାକାମକୁ ବନ୍ଦ କରିଦିଆଗଲା। ଏ ସଂକ୍ରାନ୍ତରେ ସତ୍ୟ ଜାଣିବା ପାଇଁ ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ଗଙ୍ଗାଧର ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?