ପରଘରେ ଚାକରାଣୀ କାମ କରୁଥିଲେ ଅଭିନେତ୍ରୀ

୭୦ ଦଶକର ହିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଶଶିକଳା ଅନ୍ୟତମ। ସେ ବଲିଉଡ୍‌ର ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଶଶିଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ଶଶିକଳା ଜାଭଲକର। ଶଶି ଏକ ମରାଠୀ ପରିବାରର ଥିଲେ। ତାଙ୍କ ଜୀବନ ଉତ୍ଥାନପତନରେ ପରିପୂର୍ଣ୍ଣ ଥିଲା। ଅଭିନେତ୍ରୀ ହେବା ପୂର୍ବରୁ ସେ ଲୋକଙ୍କ ଘରେ ଚାକରାଣୀ ଭାବରେ କାମ କରିଥିବା କୁହାଯାଏ। ବହୁ ସଂଘର୍ଷ ପରେ ସେ ଚଳଚ୍ଚିତ୍ରରେ କାମ ପାଇଥିଲେ।
ଶଶିକଳାଙ୍କ ପରିବାର ବହୁତ ଧନୀ ଥିଲେ। ତାଙ୍କ ବାପା ଜଣେ ବଡ଼ ବ୍ୟବସାୟୀ ଥିଲେ। ମାତ୍ର ସେ ଗୀତ ଏବଂ ଅଭିନୟକୁ ଭଲ ପାଉଥିଲେ। ତେଣୁ ସେ ସୋଲାପୁର ଜିଲାର ଅନେକ ସହରରେ ଷ୍ଟେଜ ଶୋ କରିଥିଲେ। ତାଙ୍କୁ ସେତେବେଳେ ମାତ୍ର ୫ ବର୍ଷ ହୋଇଥିଲା। ଏପରି ଏକ ସମୟ ଆସିଲା ଯେତେବେଳେ ତାଙ୍କ ବାପା ଦରିଦ୍ର ହୋଇଗଲେ। ତାଙ୍କ ପକ୍ଷେ ବଞ୍ଚିବା କଷ୍ଟକର ହୋଇଗଲା। ପରେ ତାଙ୍କ ପରିବାର ମୁମ୍ବାଇ ପଳାଇ ଆସିଲେ।
ସେ ଏକ ସାକ୍ଷାତ୍‌କାରରେ କହିଥିଲେ, ମୋ ବାପା ତାଙ୍କ ପୂରା ରୋଜଗାର ଟଙ୍କାକୁ ସାନଭାଇଙ୍କ ନିକଟକୁ ପଠାଉଥିଲେ। ଭାଇ ଲଣ୍ଡନରେ ରହି ପଢ଼ୁଥିଲା। ଆମେ ୬ ଜଣ ଭାଇଭଉଣୀ ଥିଲୁ । ଏକ ସମୟ ଆସିଗଲା ଯେତେବେଳେ ତାଙ୍କ ସାନଭାଇ ବହୁତ ଭଲ ଚାକିରି ପାଇଲା। କିନ୍ତୁ ପରେ ସେ ଆମ ପରିବାରକୁ ଭୁଲିଗଲା। ମୋ ବାପା ଦେବାଳିଆ ହୋଇଗଲେ। ସେହି ଦିନଗୁଡ଼ିକ ବହୁତ କଷ୍ଟସାଧ୍ୟ ଥିଲା। ଆମକୁ ୮ ଦିନ ପର୍ଯ୍ୟନ୍ତ ଖାଦ୍ୟ ମିଳି ନ ଥିଲା। ଅମେ ଚାହିଁଥାଉ ମଧ୍ୟାହ୍ନଭୋଜନ ପାଇଁ କିଏ ଆମକୁ ନିମନ୍ତ୍ରଣ କରନ୍ତା କି।
ତେବେ ସେ ମୁମ୍ବାଇରେ କାମ ପାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୌଣସି କାମ ପାଇପାରି ନ ଥିଲେ। ବାଧ୍ୟହୋଇ ଲୋକଙ୍କ ଘରେ କାମ କରିବା ଆରମ୍ଭ କଲେ। ‘ଚାକରାଣୀ ଭାବରେ କାମ କରୁଥିବାବେଳେ ସେ ଜଣେ ଅଭିନେତ୍ରୀ ତଥା ଗାୟକ ନୁରଜାହାନଙ୍କୁ ଭେଟିଥିଲେ । ନୁରଜାହାନ ତାଙ୍କ ସ୍ବାମୀଙ୍କୁ ଶଶିିକଳାଙ୍କୁ ଏକ ଫିଲ୍ମରେ କାମ ଦେବାକୁ କହିଥିଲେ। ଏହିପରି ଭାବରେ ୧୯୪୫ ମସିହାରେ ‘ଜିନତ୍‌’ ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ୨୫ ଟଙ୍କା ଦରମା ମିଳିଥିଲା। ଏହା ପରେ ସେ କ୍ରମାଗତ ଭାବରେ ଅନେକ ଫିଲ୍ମରେ କାମ କରି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ନିର୍ମାତା, ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଏହି ଅଭିନେତ୍ରୀ: ଫିଲ୍ମରେ ତାଙ୍କ ପାଇଁ ଲେଖାଯାଉଛି ସ୍ବତନ୍ତ୍ର ସଂଳାପ

ଫିଲ୍ମ ‘ବାହୁବଳୀ’ରେ ଦେବସେନା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ପାଇଁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଗୋଟିଏ...

ଫିଲ୍ମ ‘ଭୋଳା’ରେ ନଜର ଆସିବେ ଅଜୟ ଦେବଗନ, ଟିଜର ରିଲିଜ୍‌

ଅଭିନେତା ଅଜୟ ଦେବଗନ ଆଜିକାଲି ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଅଜୟଙ୍କ ଫିଲ୍ମ ‘ଦୃଶ୍ୟମ-୨’ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ରେକର୍ଡ କରୁଛି।...

ଲକ୍‌ଡାଉନ ହୋଇ ନ ଥିଲେ ଏବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିଥାନ୍ତେ ସୁଶାନ୍ତ: ବଲିଉଡ୍‌ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଏବେ ତାଙ୍କ ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତେ ତାଙ୍କ ମୃତ୍ୟୁ ପଛରେ...

ପୁଣିଥରେ ଅଭିନୟ ଦୁନିଆକୁ ଫେରିବେ ସୋନାଲି: ଗୋଲ୍‌ଡି

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ୨୦୧୮ରେ କ୍ୟାନସରରେ ପୀଡିତ ହେବା ପରଠାରୁ ଆଉ ବଡ ପରଦାରେ ନଜର ଆସି ନାହାଁନ୍ତି। ତେବେ ସେ କ୍ୟାନସରର...

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ...

୧୮ ବର୍ଷ ପୂର୍ବେ କରିସ୍ମାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିଷେକ, କେବଳ ମା’ଙ୍କ ଏହି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ...

ନୋରାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି...

ଭିଡିଓ ଜାରି କରି କ’ଣ କହିଲେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ,୩୧।୭-ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଶୁକ୍ରବାର ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ସୁଶାନ୍ତଙ୍କ ପ୍ରେମିକା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟା ଏକ...

Advertisement
Archives

Model This Week