ପ୍ରିନ୍ସ ଚାର୍ଲସଙ୍କୁ ସ୍ବାଗତ କରିବା ପାଇଁ ଏହି ଅଭିନେତ୍ରୀ କରିଥିଲେ ଏମିତି କିଛି, ଯାହାକୁ ନେଇ ଭାରତରୁ ବ୍ରିଟେନ୍‌ ଯାଏ ହୋଇଥିଲା ଚର୍ଚ୍ଚା

୮୦ ଦଶକର ସୁପରହିଟ୍‌ ହିରୋଇନ ପଦ୍ମିନୀ କୋହ୍ଲାପୁରୀ ଶିଶୁ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ କିନ୍ତୁ  ସଫଳ ଅଭିନେତ୍ରୀ ହୋଇଗଲେ। ‘ୟଦୋଁ କି ବାରାତ’ ଏବଂ ’ଦୁଷ୍ମନ ଦୋସ୍ତ’ ଭଳି କିଛି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ। ପରେ ସେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ କିନ୍ତୁ ଫିଲ୍ମ ‘ପ୍ରେମ ରୋଗ’ ତାଙ୍କ କ୍ୟାରିୟରର ପ୍ରଥମ ସୁପରହିଟ ଫିଲ୍ମ ହୋଇଥିଲା । ଏହି ଚଳଚ୍ଚିତ୍ରରୁ ପଦ୍ମିନୀ ୮୦ ଦଶକର ଶ୍ରେଷ୍ଠ ହିରୋଇନଙ୍କ ମଧ୍ୟରେ ଗଣନା ହେବାକୁ ଲାଗିଲେ।
ପଦ୍ମିନୀ ଏତେ ବଡ ଅଭିନେତ୍ରୀ ଥିଲେ ଯେ ତାଙ୍କୁ ନେଇ ଚର୍ଚ୍ଚା ହେବା ଏକ ସାଧାରଣ କଥା। ୧୯୮୦ ମସିହାରେ ପ୍ରିନ୍ସ ଚାଲର୍‌ସ ଭାରତ ଗସ୍ତରେ ଆସିଥିଲେ। ସେ ହଠାତ୍‌ ବଲିଉଡ ଫିଲ୍ମର ଶୁଟିଂ ଦେଖିବାକୁ ମନ କରିଥିଲେ। ଏଭଳି ପରିସ୍ଥିତିରେ ପ୍ରିନ୍ସ ଚାଲର୍‌ସଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓକୁ ନିଆଯାଇଥିଲା। ଉକ୍ତ ରାଜକାମାଲ ଷ୍ଟୁଡିଓରେ ପଦ୍ମିନୀ ଫିଲ୍ମ ‘ଆହିସ୍ତା-ଅହିସ୍ତା’ ଶୁଟିଂ ଚାଲିଥିଲା। ଯେତେବେଳେ ସେ ପ୍ରିନ୍ସ ଚାଲର୍‌ସଙ୍କ ଆଗମନ ବିଷୟରେ ଜାଣିଲେ, ସେ ନିଜେ ତାଙ୍କୁ ଭେଟିବାକୁ ଯାଇଥିଲେ ।
ଅଭିନେତ୍ରୀ ଶଶିକଳା ମଧ୍ୟ ସେଟରେ ଉପସ୍ଥିତ ଥିଲେ। ସେ ପ୍ରିନ୍ସଙ୍କୁ ବନ୍ଦାପନା କରିଥିଲେ। ହେଲେ ପଦ୍ମିନୀ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ସେହି ସମୟରେ ଜଣେ ଅଭିନେତ୍ରୀଙ୍କ ପାଇଁ ସେହିଭଳି କାହାକୁ ଚୁମ୍ବନ ଦେବା ସାଧାରଣ କଥା ନୁହେଁ। କାରଣ ସେତେବେଳେ ପରଦାରେ ବହୁତ କମ ଚୁମ୍ବନ ଦୃଶ୍ୟ ମଧ୍ୟ ଶୁଟ୍‌ କରାଯାଇଥିଲା । ଏପରି ପରିସ୍ଥିତିରେ, ଲୋକମାନେ ପଦ୍ମିନୀଙ୍କ ଏହି ପଦକ୍ଷେପକୁ ବହୁତ ବୋଲ୍ଡ ବୋଲି କହିଥିଲେ। ପ୍ରିନ୍ସ ଚାଲର୍‌ସ ବିବାହିତ ନଥିଲେ। ଏପରି ପରିସ୍ଥିତିରେ, ପଦ୍ମିନୀଙ୍କୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ଭାରତରେ ଏହି ଘଟଣା ଏତେ ଚର୍ଚ୍ଚିତ ହେଲା ଯେ, ଏହା ବ୍ରିଟେନରେ ପହଞ୍ଚିଥିଲା। ଅଭିନେତ୍ରୀ କହିଥିଲେ, ଏହି ଘଟଣା ପରେ ମୁଁ ବ୍ରିଟେନକୁ ଯାଇଥିଲି ଯେଉଁଠାରେ ଇମିଗ୍ରେସନ ଅଧିକାରୀ ମୋତେ ପଚାରିଥିଲେ ଯେ, ତୁମେ ହିଁ ପ୍ରିନ୍ସ ଚାଲର୍‌ସଙ୍କୁ ଚୁମ୍ବନ ଦେଇଥିଲ। ଏହି ଚୁମ୍ବନ ଯୋଗୁ ତାଙ୍କୁ ବହୁତ ଲଜ୍ଜାଜନକ ଅନୁଭବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri