ଅଭିଯୁକ୍ତ ଛାତ୍ରଙ୍କୁ ୩ ଦିନ ରିମାଣ୍ଡ

ନୟାଗଡ଼ ଅଫିସ,୨୩ା୧୨: ଏସ୍‌ଆଇଟି ସୋମବାର ଗିରଫ କରିଥିବା କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏଥିପାଇଁ କୋର୍ଟ ୩ ଦିନ ଅନୁମତି ପ୍ରଦାନ କରିଛନ୍ତି। ୨୨, ୨୩ ଓ ୨୪ ତାରିଖ ଯାଏ ଗିରଫ ଛାତ୍ର ଏସ୍‌ଆଇଟି ହେପାଜତରେ ରହିବେ। ୨୫ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲକୁ ପଠାଯିବ। ଏନେଇ ନୟାଗଡ଼ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଉମେଶ ବଳବନ୍ତରାୟ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏସ୍‌ଆଇଟି ସମ୍ପୃକ୍ତ ଛାତ୍ରଙ୍କୁ ରିମାଣ୍ଡରେ ନେଇଛି।
ପରୀକୁ ନ୍ୟାୟ ମିଳିନାହିଁ : ଅଶୋକ
ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍‌ଆଇଟି ଜଣେ କଲେଜ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇବା ପରେ ପରୀର ମା’ସୌଦାମିନୀ ଓ ବାପା ଅଶୋକ ସାହୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପରୀକୁ ନ୍ୟାୟ ମିଳିନାହିଁ ବରଂ ଜଣେ ନିରୀହ କଲେଜ ଛାତ୍ରଙ୍କୁ ହତ୍ୟାକାରୀ ବୋଲି ଚିତ୍ରଣ କରାଯାଇଛି। ଯଦି ସମ୍ପୃକ୍ତ କଲେଜ ଛାତ୍ର ନିଜ ଘରେ ପରୀକୁ ହତ୍ୟା କଲେ ଓ ପୋଖରୀରେ ଫୋପାଡିଲେ, ତେବେ ତାଙ୍କ ମା’ଭଉଣୀ ଜାଣି ନ ପାରିବା ଆଶ୍ଚର୍ଯ୍ୟ କଥା। ପରୀର ମୃତଦେହ ଜବତ ବେଳେ କେମିକାଲ ଗନ୍ଧ ବାହାରୁଥିଲା। ହେଲେ ମୃତଦେହରେ କୌଣସି କେମିକାଲ ବ୍ୟବହାର ହୋଇ ନ ଥିବା ଏସ୍‌ଆଇଟି କହିଛି। ଆମକୁ ଏସ୍‌ଆଇଟି ନ୍ୟାୟ ଦେଇପାରିଲା ନାହିଁ। ଆଗକୁ ଆଉ କାହାକୁ ଏହି ଘଟଣାରେ ଏସ୍‌ଆଇଟି ଛନ୍ଦିବ କହି ହେବ ନାହିଁ। ଏଣୁ ସିବିଆଇ ତଦନ୍ତ କରାଗଲେ ହତ୍ୟାକାରୀ ଚିହ୍ନଟ ହେବେ।ଆମେ ସିବିଆଇ ତଦନ୍ତ ଦାବିରେ ଭାଜପା ସହ ଆନ୍ଦୋଳନରେ ପୂର୍ବପରି ସାମିଲ ହୋଇ ରହିଛୁ ବୋଲି ସମ୍ପୃକ୍ତ ଦମ୍ପତି କହିଛନ୍ତି ା
ଏସ୍‌ଆଇଟି ବିରୋଧରେ ଥାନାରେ ଅଭିଯୋଗ
ମୋ ପୁଅ ନିର୍ଦ୍ଦୋଷ। ତାକୁ ମାରପିଟ୍‌ କରି ଭୟ ଦେଖାଇ ଫସାଇ ଦିଆଯାଇଛି। ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ କରାଯାଉ। ଏକଥା ମୁଁ ନୁହେଁ, ପରୀର ମା’ ମଧ୍ୟ କହୁଛନ୍ତି। ହେଲେ ଦୁଇ ମା’ର ବେଦନାକୁ କେହି ବୁଝୁନାହାନ୍ତି। ପରୀ ମୋର ବି ଝିଅ। ପରୀକୁ ହତ୍ୟା କରିଥିଲେ ମୋ ପୁଅକୁ କେବେବି କ୍ଷମା ଦେଇ ନ ଥା’ନ୍ତି। ପରୀ ପରି ମୋର ଦୁଇ ଝିଅ ଅଛନ୍ତି। ମୋ ପୁଅ ଗଁାର କୌଣସି ଝିଅକୁ ଆଜିଯାଏ ଖରାପ ବ୍ୟବହାର କରିନାହିଁ। ଏଣୁ ମୁଁ ସତ୍ୟ ଉନ୍ମୋଚନ ପାଇଁ ନୟାଗଡ ସଦର ଥାନାରେ ଏସ୍‌ଆଇଟି ଟିମ୍‌ ଓ ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଅଭିଯୋଗ କରିଛି। ଏସ୍‌ଆଇଟି ଉପରେ ମୋର ଆଉ ଭରସା ନାହିଁ। ସିବିଆଇ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ଗିରଫ ଛାତ୍ରଙ୍କ ମା’ କହିଛନ୍ତି।
ପରୀର ଲେଗିନ୍ସ ପୋଖରୀରୁ ମିଳିଲା
ପରୀର ଶାର୍ଟ ମିଳିଥିଲା। ହେଲେ ଲେଗିନ୍ସ ମିଳି ନ ଥିଲା ା ଗିରଫ ଛାତ୍ର ପରୀର ଲେଗିନ୍ସକୁ ପୋଖରୀରେ ପକାଇ ଦେଇଥିବା ଏସ୍‌ଆଇଟିକୁ କହିବା ପରେ ପୋଖରୀରୁ ପାଣି ବାହାର କରିବା କାମ ଆରମ୍ଭ ହୋଇଥିଲା ା ଲେଗିନ୍ସ ଖୋଜିବା ପାଇଁ ନୟାଗଡ ଦମକଳ ବାହିନୀ ମୋଟର ଲଗାଇ ମଙ୍ଗଳବାର ଜଳ ନିଷ୍କାସନ କରୁଥିଲା । ସକାଳୁ ଜଳ ନିଷ୍କାସନ ଚାଲୁ ରହିଥିଲା ା ରାତି ପ୍ରାୟ ୯ଟା ବେଳେ ପୋଖରୀର ସବୁ ପାଣି ବାହାର କରାଯିବା ପରେ ପରୀର ଲେଗିନ୍ସ ଖୋଜା କାମ ଆରମ୍ଭ ହୋଇଥିଲା ା ଶେଷରେ ପୋଲିସ ସେହି ଲେଗିନ୍ସ ପାଇଛି ବୋଲି ସଦରଥାନା ଆଇଆଇସି ଶରତ ପାତ୍ର କହିଛନ୍ତି ା ଏସ୍‌ଆଇଟିର ଗୁମର ଖୋଲିବ କଂଗ୍ରେସ
ଜିଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ୍‌ ଦାଶ କହିଛନ୍ତି, ଏସ୍‌ଆଇଟି ଆଇନ ମୁତାବକ ଗଠନ କରାଗଲା ନାହିଁ। ଏବେବି ଏସ୍‌ଆଇଟି ପରୀକୁ ନ୍ୟାୟ ଦେଇପାରିବ ନାହିଁ। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତର ବ୍ୟାଖ୍ୟା ହତ୍ୟାକାରୀକୁ ଖସିଯିବା ପାଇଁ ବାଟ ଦେଖାଇଛି। ଏସ୍‌ଆଇଟି ମୁଖ୍ୟ କହିଛନ୍ତି, ହତ୍ୟା ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ତାଙ୍କର ଏ କଥା ସହ ମୁଁ ଏକମତ ନୁହଁ। ଏନେଇ କଂଗ୍ରେସ ବୁଧବାର ମୁହଁ ଖୋଲି ଏସ୍‌ଆଇଟିର କିଛି ଗୁମର କଥାକୁ ପଦାରେ ପକାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri