Posted inଫୁରସତ

୯୫ ବର୍ଷୀୟା ସୁପର୍‌ ମଡ଼େଲ, ଏ ବୟସରେ ବି…

ମଡେଲିଂର ଗ୍ଲାମର୍ସ ଜଗତରେ ୟଙ୍ଗ, ସ୍ମାର୍ଟ ଓ ସୁନ୍ଦର ମଡେଲଙ୍କୁ ପ୍ରାଧାନ୍ୟ ଦିଆଯାଏ। ଯେଉଁ ମଡେଲ ଯେତେ ମେଣ୍ଟେନ କରି ନିଜର ଯୌବନକୁ ଧରି ରଖିପାରନ୍ତି ସେ ଏହି ଦୁନିଆରେ ତିଷ୍ଠିପାରନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଡାଫ୍‌ନେ ସେଲ୍‌ଫ ନାମ୍ନୀ ଜଣେ ବ୍ରିଟିଶ ମଡେଲ ୯୫ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଆଜି ବି ସୁପର୍‌ ମଡେଲ ହୋଇ ରହିଛନ୍ତି। ଫଳରେ ସେ ପୃଥିବୀର ସବୁଠାରୁ ବୟସ୍କା ସୁପର୍‌ ମଡେଲ ଭାବେ ପରିଚିତ ହେଉଛନ୍ତି। ୭୦ ବର୍ଷରୁ ଉର୍ଦ୍ଧ୍ୱ ହେଉଛି ତାଙ୍କ ମଡେଲିଂ କ୍ୟାରିୟର। ସେ ପୃଥିବୀର ଅନେକ ବଡ଼ ବଡ଼ ବ୍ରାଣ୍ଡ ପାଇଁ କାମ କରିଛନ୍ତି। ଆଉ ଫ୍ୟାଶନ ଜଗତରେ ବୟସ୍କା ମହିଳାଙ୍କ ପ୍ରତୀକ ଭାବେ ତାଙ୍କୁ ଗ୍ରହଣ କରାଯାଏ। ମଡେଲିଂ ଜଗତର ପରମ୍ପରାଗତ ଧାରଣାକୁ ବଦଳାଇଥିବା ଡାଫ୍‌ନେ ନିଜ ଅନୁଭୂତି ସମ୍ପର୍କରେ କୁହନ୍ତି, ‘ପୂର୍ବେ ଲଣ୍ଡନ ଫ୍ୟାଶନ ଉଇକ୍‌ ହେଉ ନ ଥିଲା। ଆମେ କେବଳ ବଡ଼ ବଡ଼ ଷ୍ଟୋର୍‌ରେ କ୍ୟାଟ୍‌ ଓ୍ବାକ କରୁଥିଲୁ। ଆଉ ଏକ କଥା ଏହି ଜଗତରେ ତିଷ୍ଠି ରହିବାକୁ ହେଲେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ନିହାତି ଜରୁରୀ। କାରଣ ସଫଳ ମଡେଲ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ।’ ଏ ବୟସରେ ବି ଡାଫ୍‌ନେ ନିଜକୁ ଫିଟ୍‌ ରଖିବା ଲାଗି ବ୍ୟାୟାମ, ଯୋଗ ଓ ସାଇକେଲିଂ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri