ମିହିରଙ୍କ ୭ଫୁଟର ପ୍ରତିମୂର୍ତ୍ତି ତିଆରି କଲେ କୁମ୍ଭାରସାହି ବାସିନ୍ଦା

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ରର ବରିଷ୍ଠ ଅଭିନେତା ମିହିର ଦାସଙ୍କର ନିକଟରେ ପରଲୋକ ଘଟିଛି। ସେ ଦର୍ଶକଙ୍କ ଗହଣରେ ନାହାନ୍ତି ସତ, କିନ୍ତୁ ନିଜର ଚମତ୍କାର, ହୃଦୟ ସ୍ପର୍ଶୀ ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଛାଡ଼ି ଯାଇଛନ୍ତି। କଳାକାର କେବେ ମରେ ନାହିଁ, ନିଜ କଳା ଜରିଆରେ ଲୋକଙ୍କ ମନ ଆଉ ହୃଦୟରେ ସବୁଦିନ ବଞ୍ଚତ୍ ରହେ, ଯାହା ମିହିରଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳୁଛି। ତାଙ୍କୁ ଭଲ ପାଇବାର ନିଆରା ନିଦର୍ଶନ ସ୍ବରୂପ କଟକ କୁମ୍ଭାର ସାହିର ବାସିନ୍ଦା କାକାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି। ପ୍ରାୟ ୧୦ଦିନ ଧରି ଦିନରାତି ଏକକରି ୧୫ଜଣ ଶିଳ୍ପୀ ମୂର୍ତ୍ତି ତିଆରିରେ ଲାଗିପଡିଛନ୍ତି। ଏହାର ଉଚ୍ଚତା ପ୍ରାୟ ୭ ଫୁଟ ରହିଥିବାବେଳେ ଅବିକଳ ମିହିର ଦାସଙ୍କ ପ୍ରତିଛବି ଭଳି ଦୃଶ୍ୟମାନ ହେଉଛି। ଶୁକ୍ରବାର ୧୧ ତାରିଖରେ ମିହିରଙ୍କ ୬୩ତମ ଜନ୍ମଦିନ ଅବସରରେ ଏହି ମୂର୍ତ୍ତିର ଅନାବରଣ କରାଯିବ।
ସୂଚନା ଅନୁସାରେ, ମାଟିର ଏହି ମୂର୍ତ୍ତି ତିଆରି ପଛରେ ଏକ ରୋଚକ କାହାଣୀ ରହିଛି। ଜଣେ ମୂର୍ତ୍ତି କାରିଗରର ଜୀବନୀକୁ ନେଇ ଫିଲ୍ମ ‘ମାଟିର ବନ୍ଧନ’ ତିଆରି ହୋଇଥିଲା। ଚଳଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ମିହିର ଦାସ। କଟକ କୁମ୍ଭାର ସାହିରେ ସେହି ଫିଲ୍ମର କିଛି ଦୃଶ୍ୟ ଶୁଟିଂ ମଧ୍ୟ ହୋଇଥିଲା। କୌଣସି କାରଣରୁ ଫିଲ୍ମଟି ଏଯାଏ ରିଲିଜ୍‌ ହୋଇପାରିନାହିଁ। ତେଣୁ କଟକ କୁମ୍ଭାର ସାହିର ଶିଳ୍ପୀମାନେ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ମାଟିର ମୂର୍ତ୍ତି ନିର୍ମାଣ କରିଛନ୍ତି। ସଂସ୍କୃତି ବିଭାଗ କିମ୍ବା କଳିଙ୍ଗ ଷ୍ଟୁଡିଓ ପରିସରରେ ମିହିର ଦାସଙ୍କ ଏହି ମୂର୍ତ୍ତି ରଖିବାକୁ ଶ୍ରୀତମ ଦାସ ପ୍ରସ୍ତାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବକୁଣ୍ଡ, ଭୀମକୁଣ୍ଡର ବିକାଶ ଲାଗି ସମୀକ୍ଷା

ବାରିପଦା ଅଫିସ/ଉଦଳା/ଠାକୁରମୁଣ୍ଡା/ରାଇରଙ୍ଗପୁର,୩ା୩(ଡି.ଏନ.ଏ.): ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଗୁରୁବାର ହେଲିକେପ୍ଟର ଯୋଗେ ଉଦଳା ଉପଖଣ୍ଡ ଦେବକୁଣ୍ଡରେ ପହଞ୍ଚତ୍...

ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜେନ୍ଦ୍ରଙ୍କୁ...

ପ୍ରଭାବିତ ହୋଇଛି ଅର୍ଥନୀତି

ଭୁବନେଶ୍ୱର,୧୦ା୯(ବ୍ୟୁରୋ):କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍‌ଡିପି), ରାଜସ୍ବ ବଳକା ହ୍ରାସ ପାଇବା ସହିତ ଋଣ ଭାର ଓ...

‘ବୈବାହିକ ସମ୍ପର୍କ ନ ଥିଲେ ସଂଯମୀ ହୁଅନ୍ତୁ ମହିଳା’

କଟକ,୯।୭(କାର୍ତ୍ତିକ ସାହୁ): ପରସ୍ପର ମଧ୍ୟରେ ଭଲ ସମ୍ପର୍କ ଥାଇ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି ହାଇକୋର୍ଟ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ...

ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦର୍ଶନ: ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ,୧.୧(ଡି.ଏନ.ଏ): ନବବର୍ଷ ଉପଲକ୍ଷେ ପ୍ରଥମ ସୂର୍ଯ୍ୟଦର୍ଶନ ପାଇଁ ବୁଧବାର ଭୋର ଚାରିଟାରୁ ଚନ୍ଦ୍ରଭାଗା କୂଳରେ ହଜାର ହଜାର ସଂଖ୍ୟାର ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଭିଡ଼...

ଚାକିରି ଫେରି ପାଇବାକୁ ଅଧିଆ

ସୁନ୍ଦରଗଡ,୧୯ା୧୧(ଡି.ଏନ୍‌.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ...

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରବିବାର ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ। ଶନିବାର ପ୍ରଥମ ଦିନର ଗଣତି ଆରମ୍ଭ ହୋଇଥିଲେ ହେଁ ତାହା ଶେଷ ହୋଇପାରି ନାହିଁ।...

ନାଁ ବଦଳାଇ ଆଉ ଥରେ ଘୋଷଣା କରୁଛନ୍ତି ସରକାର: ସ୍ମୃତି

ଭୁବନେଶ୍ବର, ୨୩ା୬(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାରେ ପୁଷ୍ଟି ଓ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’କୁ କ୍ୟାବିନେଟ୍‌ରେ ଅନୁମୋଦନ ଦେଇଛନ୍ତି। ଏହା...

Advertisement
Archives

Model This Week