୫ ଟ୍ରିଲିୟନ ଡଲାର ଜିଡିପି ଲକ୍ଷ୍ୟ କଷ୍ଟସାଧ୍ୟ

ନୂଆଦିଲ୍ଲୀ:  ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୮୩ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି। ଏହି ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩% ଖସିଛି। ୨୦୨୫ ଯାଏ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ(ଲକ୍ଷ କୋଟି) ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ବର୍ତ୍ତମାନ ଏକ ପ୍ରକାର ଅସମ୍ଭବ ବ୍ୟାପାର ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କରୋନା ପୂର୍ବରୁ ଭାରତର ଜିଡିପିରେ ହ୍ରାସ ପରିଲକ୍ଷିତ ହୋଇଥିଲା। କରୋନା ମହାମାରୀ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଏହା ପୂର୍ବରୁ ୨୦୧୮ରେ ଭାରତର ଅଭିବୃଦ୍ଧି ନିମ୍ନଗାମୀ ହୋଇଚାଲିଛି। ଫଳରେ ସଞ୍ଚୟ ଏବଂ ନିବେଶ କ୍ଷେତ୍ରରେ ସୁଧହାର ହ୍ରାସ ହୋଇଛି। ବଜାର ବିଶେଷଜ୍ଞ କହିଛନ୍ତି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି କାର୍ଯ୍ୟକାରୀର ପ୍ରଭାବ ବଜାର ଉପରେ ପଡିଛି।
ବଜାର ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସମସ୍ୟା ଏତେ ଶୀଘ୍ର ସମାଧାନ ହେବ ନାହିଁ କୁହାଯାଉଛି। କାରଣ କରୋନାର ଦୁଇଟି ଲହର ବଜାରକୁ ଆହୁରି ଚାପଗ୍ରସ୍ତ କରି ଦେଇଛି। ଦେଶ ମଧ୍ୟରେ ବେରୋଜଗାରୀ ବଢିବା ସହ ବ୍ୟବସାୟ କ୍ଷତି, ଲୋକଙ୍କ ସଞ୍ଚୟ ଏବଂ ଖର୍ଚ୍ଚ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ସୁଧାର, ଲୋକଙ୍କୁ ରୋଜଗାର ଦେବା, ନିବେଶ ଏବଂ ସଞ୍ଚୟ ଧାରା ଠିକ୍‌ କରିବାରେ ସମୟ ଲାଗିବ। ଅର୍ଥନୀତିଜ୍ଞଙ୍କ କହିବା ମୁତାବକ, ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଜିଡିପି ସୁଧାର ପଥକୁ ଫେରିପାରେ। ୨୦୧୨ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏହି ସମୟରେ ଜିଡିପି ୫.୫% ବଢିଥିଲା। ସେହିଭଳି ୨୦୧୩-୨୪ରେ ୬.୪%, ୨୦୧୪-୧୫ରେ ୭.୪%, ୨୦୧୫-୧୬ରେ ୮% ଜିଡିପି ରହିଥିଲା। ୨୦୧୬-୧୭ରେ ଜିଡିପି ୮.୩% ଥିବା ବେଳେ ଏହାର ପର ଆର୍ଥତ୍କ ବର୍ଷରେ ଏହା ୬.୮%କୁ ଖସିଥିଲା। ୨୦୧୮-୨୯ରେ ଜିଡିପି ୬.୫% ରହିଲା। ଯାହା ୨୦୧୯-୨୦ରେ ୪%କୁ ଖସିଆସିଲା। ଗତ ଆର୍ଥତ୍କ ବର୍ଷରେ ଜିଡିପି ୭.୩% ଖସିଛି। ଏହା ୪୦ ବର୍ଷର ସବୁଠାରୁ ସର୍ବନିମ୍ନ ସ୍ତର।
୨୦୨୫ ଯାଏ ୫ ଟ୍ରିଲିୟନ ଡଲାର ଜିଡିପି ହାସଲ କାହିଁକି କଷ୍ଟସାଧ୍ୟ ସେ ଉପରେ ନଜର ପକାଇଲେ ଜଣାପଡିବ ଯେ, କରୋନା ଯୋଗୁ ଜିଡିପିକୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଆଗାମୀ ୩ ବର୍ଷରେ ଭାରତକୁ ବାର୍ଷିକ ୨୫% ହିସାବରେ ଜିଡିପି ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏହା ହେଲେ ଯାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିହେବ। ମାତ୍ର ଏହା ହାସଲ କରିବା କଷ୍ଟକର। କାରଣ ଭାରତ ଅଦ୍ୟାବଧି ଏହି ହାରରେ କେବେ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇନାହିଁ। କରୋନା ସଙ୍କଟ ଏବେ ଟଳିନାହିଁ। ଆଗକୁ ଯଦି ତୃତୀୟ ଏବଂ ଚତୁର୍ଥ ଲହର ଆସେ ତେବେ ଭାରତ ପାଇଁ ଏହା ଆହୁରି ବଡ଼ ଆହ୍ବାନ ହେବ। ବିଶେଷଜ୍ଞ କୁହନ୍ତି, ସବୁ କିଛି ପରେ ଯଦି ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ଟ୍ରାକ୍‌କୁ ଆସିଯାଏ ତେବେ ୨୫% ଅଭିବୃଦ୍ଧି କିଭଳି ହାସଲ କରିବ। ବିଶ୍ୱର ଅନ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକ କରୋନା କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ପ୍ରାୟ ୯% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri