୫ ଟ୍ରିଲିୟନ ଡଲାର ଜିଡିପି ଲକ୍ଷ୍ୟ କଷ୍ଟସାଧ୍ୟ

ନୂଆଦିଲ୍ଲୀ:  ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୮୩ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି। ଏହି ଅବଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩% ଖସିଛି। ୨୦୨୫ ଯାଏ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ(ଲକ୍ଷ କୋଟି) ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟ ହାସଲ କରିବା ବର୍ତ୍ତମାନ ଏକ ପ୍ରକାର ଅସମ୍ଭବ ବ୍ୟାପାର ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କରୋନା ପୂର୍ବରୁ ଭାରତର ଜିଡିପିରେ ହ୍ରାସ ପରିଲକ୍ଷିତ ହୋଇଥିଲା। କରୋନା ମହାମାରୀ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଏହା ପୂର୍ବରୁ ୨୦୧୮ରେ ଭାରତର ଅଭିବୃଦ୍ଧି ନିମ୍ନଗାମୀ ହୋଇଚାଲିଛି। ଫଳରେ ସଞ୍ଚୟ ଏବଂ ନିବେଶ କ୍ଷେତ୍ରରେ ସୁଧହାର ହ୍ରାସ ହୋଇଛି। ବଜାର ବିଶେଷଜ୍ଞ କହିଛନ୍ତି, ବିମୁଦ୍ରୀକରଣ ଏବଂ ଜିଏସ୍‌ଟି କାର୍ଯ୍ୟକାରୀର ପ୍ରଭାବ ବଜାର ଉପରେ ପଡିଛି।
ବଜାର ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଥିବା ବେଳେ ସମସ୍ୟା ଏତେ ଶୀଘ୍ର ସମାଧାନ ହେବ ନାହିଁ କୁହାଯାଉଛି। କାରଣ କରୋନାର ଦୁଇଟି ଲହର ବଜାରକୁ ଆହୁରି ଚାପଗ୍ରସ୍ତ କରି ଦେଇଛି। ଦେଶ ମଧ୍ୟରେ ବେରୋଜଗାରୀ ବଢିବା ସହ ବ୍ୟବସାୟ କ୍ଷତି, ଲୋକଙ୍କ ସଞ୍ଚୟ ଏବଂ ଖର୍ଚ୍ଚ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଅର୍ଥ ବ୍ୟବସ୍ଥାରେ ସୁଧାର, ଲୋକଙ୍କୁ ରୋଜଗାର ଦେବା, ନିବେଶ ଏବଂ ସଞ୍ଚୟ ଧାରା ଠିକ୍‌ କରିବାରେ ସମୟ ଲାଗିବ। ଅର୍ଥନୀତିଜ୍ଞଙ୍କ କହିବା ମୁତାବକ, ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟାର୍ଦ୍ଧରେ ଜିଡିପି ସୁଧାର ପଥକୁ ଫେରିପାରେ। ୨୦୧୨ ପରଠାରୁ ଭାରତୀୟ ଅର୍ଥ ବ୍ୟବସ୍ଥାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଏହି ସମୟରେ ଜିଡିପି ୫.୫% ବଢିଥିଲା। ସେହିଭଳି ୨୦୧୩-୨୪ରେ ୬.୪%, ୨୦୧୪-୧୫ରେ ୭.୪%, ୨୦୧୫-୧୬ରେ ୮% ଜିଡିପି ରହିଥିଲା। ୨୦୧୬-୧୭ରେ ଜିଡିପି ୮.୩% ଥିବା ବେଳେ ଏହାର ପର ଆର୍ଥତ୍କ ବର୍ଷରେ ଏହା ୬.୮%କୁ ଖସିଥିଲା। ୨୦୧୮-୨୯ରେ ଜିଡିପି ୬.୫% ରହିଲା। ଯାହା ୨୦୧୯-୨୦ରେ ୪%କୁ ଖସିଆସିଲା। ଗତ ଆର୍ଥତ୍କ ବର୍ଷରେ ଜିଡିପି ୭.୩% ଖସିଛି। ଏହା ୪୦ ବର୍ଷର ସବୁଠାରୁ ସର୍ବନିମ୍ନ ସ୍ତର।
୨୦୨୫ ଯାଏ ୫ ଟ୍ରିଲିୟନ ଡଲାର ଜିଡିପି ହାସଲ କାହିଁକି କଷ୍ଟସାଧ୍ୟ ସେ ଉପରେ ନଜର ପକାଇଲେ ଜଣାପଡିବ ଯେ, କରୋନା ଯୋଗୁ ଜିଡିପିକୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଆଗାମୀ ୩ ବର୍ଷରେ ଭାରତକୁ ବାର୍ଷିକ ୨୫% ହିସାବରେ ଜିଡିପି ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏହା ହେଲେ ଯାଇ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିହେବ। ମାତ୍ର ଏହା ହାସଲ କରିବା କଷ୍ଟକର। କାରଣ ଭାରତ ଅଦ୍ୟାବଧି ଏହି ହାରରେ କେବେ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇନାହିଁ। କରୋନା ସଙ୍କଟ ଏବେ ଟଳିନାହିଁ। ଆଗକୁ ଯଦି ତୃତୀୟ ଏବଂ ଚତୁର୍ଥ ଲହର ଆସେ ତେବେ ଭାରତ ପାଇଁ ଏହା ଆହୁରି ବଡ଼ ଆହ୍ବାନ ହେବ। ବିଶେଷଜ୍ଞ କୁହନ୍ତି, ସବୁ କିଛି ପରେ ଯଦି ଅର୍ଥ ବ୍ୟବସ୍ଥା ଚଳିତ ବର୍ଷ ଟ୍ରାକ୍‌କୁ ଆସିଯାଏ ତେବେ ୨୫% ଅଭିବୃଦ୍ଧି କିଭଳି ହାସଲ କରିବ। ବିଶ୍ୱର ଅନ୍ୟ ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକ କରୋନା କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ଚଳିତ ଆର୍ଥତ୍କ ବର୍ଷରେ ଭାରତର ଜିଡିପି ପ୍ରାୟ ୯% ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri