Posted inଜାତୀୟ

ଏହି ଦିନ ଚାଷୀଙ୍କ ଖାତାକୁ ଯିବ ୧୭ ତମ କିସ୍ତି, ଡେଟ କନଫର୍ମ

ନୂଆଦିଲ୍ଲୀ,୧୩।୬: ସମଗ୍ର ଦେଶରେ କୃଷକମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି ପାଇଁ ସେମାନଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। କେନ୍ଦ୍ରରେ ଏନଡିଏ ସରକାର ଗଠନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଅନୁମୋଦନ ପାଇଁ ସେ ପ୍ରଥମେ ଦସ୍ତଖତ କରିଥିଲେ। ଯଦିଓ ଏହାର ତାରିଖ ପ୍ରକାଶ କରାଯାଇ ନାହିଁ, ଗୁରୁବାର ଏହା ଜାଣିବାକୁ ମିଳିଛି ଯେ ଏହି ପରିମାଣ ୧୮ ଜୁନ ୨୦୨୪ ରେ ଚାଷୀ ଆକାଉଣ୍ଟରେ ଜମା ହେବ।

ପ୍ରଧାନମନ୍ତ୍ରୀ ମୋଦି ଜୁନ ୧୮ରେ ବାରାଣାସୀରେ ରହିବେ ଏବଂ ଏଠାରୁ ସେ କୃଷକମାନଙ୍କୁ ପିଏମ କିଷାନ ସାମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଉପହାର ଦେବେ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ଜୁନ ୧୮ ରେ ରହିବେ ଯେଉଁଠାରୁ ସେ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି ରିଲିଜ କରିବେ।
ଦେଶର ୯.୩ କୋଟି କୃଷକ ସିଧାସଳଖ ଆର୍ଥିକ ଲାଭ ଟ୍ରାନ୍ସଫର ଯଥା ଡିବିଟି ମାଧ୍ୟମରେ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ କେନ୍ଦ୍ର ସରକାରଙ୍କଠାରୁ ଏହି ଆର୍ଥିକ ସହାୟତା ପାଇବେ।
ପ୍ରତ୍ୟେକ ଯୋଗ୍ୟ କୃଷକଙ୍କ ଆକାଉଣ୍ଟକୁ ୨୦୦୦ଟଙ୍କା ହସ୍ତାନ୍ତର କରାଯିବ ଏବଂ ଏଥର ୧୭ତମ କିସ୍ତି ମାଧ୍ୟମରେ କେନ୍ଦ୍ର ସରକାର ମୋଟ ୨୦ ହଜାର କୋଟି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ଶିକ୍ଷକ, ଅଣଶିକ୍ଷକଙ୍କ ୧୫ ଦାବି

ଭୁବନେଶ୍ୱର,୧୪।୧୧(ସୁନିତ୍‌ ମିଶ୍ର):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ…

ଆଜି ଫାଇନାଲରେ ଭାରତ-ପାକିସ୍ତାନ ମହାଲଢ଼େଇ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୧୪ ତାରିଖରେ ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମହାମୁକାବିଲାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗ୍ରୁପ ପର୍ଯ୍ୟାୟରେ…

ହୃଦୟ ଜିତିଲେ ସଞ୍ଜୁ ସାମସନ, ଅସହାୟ ପରିବାର ପାଇଁ ଦେବଦୂତ ସାଜି କଲେ ଏମିତି କାମ, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୧୪।୧୧: ଭାରତୀୟ କ୍ରିକେଟର ସଞ୍ଜୁ ସାମସନଙ୍କ ଚାରିଟେବଲ ଫାଉଣ୍ଡେସନର ସହାୟତାରେ ଶେଷରେ କେରଳର ଏକ ପରିବାରକୁ ୧୦ ବର୍ଷ ପରେ ନିଜ ଘରର ଚାବି ମିଳିଛି। ପ୍ରାୟ…

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ…

‘ଅକ୍ୱାନ’ ଭୟ: ଓଡ଼ିଶାରେ ୧୮ରୁ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୩ା୧୧ (ବନ୍ଦନା ସେଠୀ)- ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଶନିବାର ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ…

ରୋହିତ-ବିରାଟଙ୍କ ପାଖରେ ଶେଷ ସୁଯୋଗ! ବଡ଼ ପ୍ରଦର୍ଶନ ପାଇଁ ଚାପରେ…

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପାଇଁ ନଭେମ୍ବର ୧୩ ତାରିଖ ଅତ୍ୟନ୍ତ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି। ଦିନିକିଆ ସିରିଜରେ ୨-୦ରେ ଆଗୁଆ…

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?