୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତିଦେଲେ

ଇସଲାମାବାଦ,୮।୭: ପାକିସ୍ତାନରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜର ୧୫ ଦିନର ଶିଶୁ କନ୍ୟାକୁ ଜୀବନ୍ତ ପୋତି ଦେଇଛନ୍ତି। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ତଥା ଜଘନ୍ୟ ଅପରାଧ ପାକିସ୍ତାନର ତରୁଶା ଜିଲାରେ କରାଯାଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ତୈୟବ ନାମକ ଜଣେ ବ୍ୟକ୍ତି ତାଙ୍କର ଏହି ଘୃଣ୍ୟ କାର୍ଯ୍ୟକୁ ସ୍ବୀକାର କରିଛନ୍ତି।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜଣକ କହିଥିଲେ ଯେ ଜନ୍ମରୁ ତାଙ୍କ ଝିଅ ଅସୁସ୍ଥ ଥିଲା। ଆର୍ଥିକ ପ୍ରତିବନ୍ଧକ ହେତୁ ସେ ତାଙ୍କ ଝିଅକୁ ଚିକିତ୍ସା କରିବାରେ ସକ୍ଷମ ହୋଇନଥିଲେ, ଯେଉଁଥିପାଇଁ ସେ ତାଙ୍କୁ କବର ଦେବାକୁ ନିଷ୍ପତ୍ତି ନେଇଥିଲେ। ଅଭିଯୁକ୍ତ ପିତା ତୈୟବ ନବଜାତ ଝିଅକୁ କବର ଦେବା ପୂର୍ବରୁ ଏକ ଅଖା ଭିତରେ ରଖିଥିବା ସ୍ବୀକାର କରିଛନ୍ତି। ସମ୍ପୃକ୍ତ ବିଭାଗ ଅଧୀନରେ ତୈୟବଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। କୋର୍ଟଙ୍କ ନିର୍ଦ୍ଦେଶରେ ଶିଶୁର କବର ଖୋଳାଯିବ ବୋଲି ଆର୍‌ ନ୍ୟୁଜ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛନ୍ତି। ମୃତଦେହ ବାହାର କରିବା ପରେ ଏହାକୁ ପୋଷ୍ଟମର୍ଟମ ହାଉସକୁ ପଠାଯିବ ଏବଂ ଫୋରେନସିକ ଟିମ ଏହାର ତଦନ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବିମ୍ବଲଡନ୍‌ ଫାଇନାଲ ଦେଖିଲେ ରାଜକୁମାରୀ

ଲଣ୍ଡନ,୧୪ା୭:ବ୍ରିଟେନ୍‌ ରାଜକୁମାରୀ କେଟ୍‌ ମିଡିଲଟନ୍‌ କ୍ୟାନ୍‌ସରରୁ ଆରୋଗ୍ୟ ହେଉଥିବାବେଳେ ରବିବାର ଲଣ୍ଡନରେ ଅନୁଷ୍ଠିତ ଓ୍ବିମ୍ବଲଡନ୍‌ ପୁରୁଷ ଫାଇନାଲ୍‌ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ସେ ରୟାଲ ବକ୍ସରେ ଆସନ...

ଟ୍ରମ୍ପ୍‌ଙ୍କୁ ଆକ୍ରମଣ ଘଟଣାକୁ ନେଇ ଏମିତି କହିଲା ରୁଷିଆ

ମସ୍କୋ,୧୪ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଆଗାମୀ ନିର୍ବାଚନ ପାଇଁ ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ପେନ୍‌ସିଲ୍‌ଭାନିଆର ବଟଲର ସହରରେ ଏକ ପ୍ରଚାର ରାଲିକୁ ସମ୍ବୋଧନ କରୁଥିବାବେଳେ...

ୟୁଟ୍ୟୁବ୍‌ ଦୁନିଆରେ ଇତିହାସ ରଚିଲେ ‘ମିଷ୍ଟର ବିଷ୍ଟ’: ହାସଲ କଲେ ବଡ଼ ଉପଲବ୍ଧି

ପ୍ରସିଦ୍ଧ ୟୁଟ୍ୟୁବର ଜିମି ଡୋନାଲ୍ଡସନ୍‌(ମିଷ୍ଟର ବିଷ୍ଟ ନାମରେ ଜଣାଶୁଣା) ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ୟୁଟ୍ୟୁବର ହୋଇପାରିଛନ୍ତି ଯାହାଙ୍କ ସବ୍‌ସ୍କ୍ରାଇବରଙ୍କ...

ଗୁଳି ଫୁଟିବା ପରେ ଏମିତି କ’ଣ କହିଲେ ଟ୍ରମ୍ପ, ଚମକି ପଡିଲେ ପାଖରେ ଥିବା ଲୋକେ

ଓ୍ବାଶିଂଟନ,୧୪।୭: ଏକ ନିର୍ବାଚନ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ ପାଇଥିଲା...

ପୁଣି ସତ ହେଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଟ୍ରମ୍ପଙ୍କୁ ନେଇ କହିଥିଲେ ଏମିତି…

ଓ୍ବାଶିଂଟନ୍‌,୧୪।୭: ପେନସିଲଭାନିଆରେ ଏକ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଛି। ଯଦିଓ ଡୋନାଲ୍ଡ ଟ୍ରମ୍ପ ଏହି...

ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ଯୁବକଙ୍କୁ ମିଳିସାରିଛି ଏହି ପୁରସ୍କାର

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ପେନସିଲଭେନିଆର ବଟଲରରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଡାହାଣ କାନର ଉପର...

ଟ୍ରମ୍ପଙ୍କୁ ହତ୍ୟା କରିବାର ଥିଲା ଯୋଜନା: ଏଫ୍‌ବିଆଇର ବଡ଼ ଖୁଲାସା

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଛି। ପେନସିଲଭେନିଆ ଠାରେ ଟ୍ରମ୍ପ ଏକ ସାଧାରଣ ସଭାକୁ ସମ୍ବୋଧନ କରୁଥିବାବେଳେ ତାଙ୍କୁ ଗୁଳିମାଡ ହୋଇଥିଲା।...

‘ମୁଁ ଟ୍ରମ୍ପଙ୍କୁ ଘୃଣା କରେ’…ଗୁଳି ଚଳାଇବା ପୂର୍ବରୁ ଭିଡିଓ ଜାରି କରିଥିଲେ ଶୁଟ୍‌ର, ଦେଖନ୍ତୁ…

ଓ୍ବାଶିଂଟନ,୧୪।୭: ଏକ ନିର୍ବାଚନୀ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ତାଙ୍କ କାନରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri