ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ବୁଧବାରଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଦିବାରାତ୍ର ଟେଷ୍ଟ ହେବ। ଭାରତୀୟ ଦଳ ମ୍ୟାଚ ପୂର୍ବରୁ ଜୋରଦାର ଅଭ୍ୟାସ କରିଥିଲେ। ଏହି ସମୟରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ମଜାଦାର ମନୋଭାବରେ ଦେଖାଦେଇଥିଲେ। ପନ୍ତଙ୍କ ମଜାଦାର ଭିଡିଓ ବିସିସିଆଇ ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛି। ଭିଡିଓରେ ପନ୍ତ ଡ୍ରୋନ ଉଡୁଥିବା ନଜର ଆସିଛନ୍ତି। ଭିଡିଓରେ ଡ୍ରୋନ ବିରାଟ କୋହଲିଙ୍କ ନିକଟକୁ ଆସିବା କ୍ଷଣି ସେ ହଠାତ୍ ଡରି ଯାଇଥିଲେ। ଏହାଦେଖି ପନ୍ତ ହସିଥିଲେ। ସୂଚନାଯୋଗ୍ୟ,ଭାରତ ଏପର୍ଯ୍ୟନ୍ତ ଦିବାରାତ୍ର ଦୁଇଟି ଟେଷ୍ଟ ଖେଳିଛି। ଦଳ ୨୦୧୯ରେ ବାଂଲାଦେଶକୁ ନିଜ ମାଟିରେ ପରାସ୍ତ କରିଥିଲା, କିନ୍ତୁ ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।
Pulls off brilliant catches & stumpings 👍
Hits big sixes with ease 💪@RishabhPant17 now has some fun with the drone camera. 👌👌 @Paytm #INDvENG #TeamIndia pic.twitter.com/vRW6oslCrg— BCCI (@BCCI) February 23, 2021