Posted inଜାତୀୟ

ଗେହଲଟ-ପାଇଲଟଙ୍କୁ ପରାମର୍ଶ ଦେଲେ ଥରୁର…

ଜୟପୁର,୨୧।୧ : କଂଗ୍ରେସ ନେତା ଶଶି ଥରୁର ଶନିବାର କହିଛନ୍ତି ଯେ ପ୍ରତ୍ୟେକ ରାଜନୈତିକ ଦଳର କିଛି ନା କିଛି ଗୋଷ୍ଠୀ କନ୍ଦଳ ରହିଛି। କିନ୍ତୁ ନେତାମାନେ ବ୍ୟାପକ ଭାଭମୂର୍ତ୍ତି ଏବଂ ସାମୂହିକ ଲକ୍ଷ୍ୟକୁ ଗୁରୁତ୍ୱ ଦେବା ଉଚିତ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ତାଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶକ୍ତି ସଂଗ୍ରାମର ପୃଷ୍ଠଭୂମିରେ ଥରୁରଙ୍କର ଏହି ମନ୍ତବ୍ୟ ଆସିଛି। ସେ ଉଭୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି।

ଜୟପୁର ସାହିତ୍ୟ ମହୋତ୍ସବରେ ଯୋଗଦେଇ ଥରୁର ପ୍ରଶ୍ନ କରିଛନ୍ତି ଭାରତରେ କୌଣସି ଦଳ ଅଖଣ୍ଡ କି? ଭାଜପାରେ କ’ଣ ଭିନ୍ନ ମତ ନାହିଁ କି? କଂଗ୍ରେସ ନେତା କହିଛନ୍ତି ଯେ ଗଣତନ୍ତ୍ରରେ ଦୁଇ ଜଣଙ୍କ ମଧ୍ୟରେ ମତଭେଦ ହୋଇପାରେ, କିନ୍ତୁ ଯଦି ଆପଣ ବିଚାରଧାରା ମଧ୍ୟରେ ସନ୍ବୟ ରଖନ୍ତି ଏବଂ ସମାନ କାରଣ ପାଇଁ ଲଢୁଛନ୍ତି, ତେବେ ଦଳ ଯାହା କହୁଛି ତାହା ହିଁ ହେବା ଜରୁରୀ।

ବଡ କଥା ହେଉଛି ଆମେ ସମସ୍ତେ ଭାଜପାର ବିରୋଧୀ। ବୃହତ ପ୍ରସଙ୍ଗ ତୁଳନାରେ ଏଗୁଡିକ ବହୁତ ଛୋଟ କଥା। ଯେତେବେଳେ ଆମେ ଆମର ସହକର୍ମୀମାନଙ୍କ ବିଷୟରେ କହୁଛୁ, ସେତେବେଳେ ଭାବିବା ପରେ କହିବା ଉଚିତ। ଏହା ଗର୍ବର ବିଷୟ ଯେ ମୁଁ ୧୪ ବର୍ଷ ଧରି ରାଜନୀତିରେ ରହିଆସିଛି, ଏପର୍ଯ୍ୟନ୍ତ ମୁଁ କାହା ଉପରେ ଆକ୍ଷେପ କରି ନାହିଁ। କୌଣସି କଥା କହିବାକୁ କିମ୍ବା ପ୍ରବର୍ତ୍ତାଇବାକୁ ଚେଷ୍ଟା କରି ନାହିଁ। ମୁଁ ମୋର ସହକର୍ମୀଙ୍କୁ ଅନୁରୋଧ କରୁଛି ଯେ ଆମର ନିଜ ଭାଇ ଓ ଭଉଣୀମାନଙ୍କ ବିଷୟରେ ଏଭଳି କହିବା ଭଲ ନୁହେଁ। ଆମର ମତଭେଦ ସମାଧାନ କରିବାକୁ ଚେଷ୍ଟା କରିବା ଭଲ। ତଥାପି ଲୋକଙ୍କ ଭିନ୍ନ ମତ ରହିଛି। କିନ୍ତୁ ଏହାର ସମାଧାନର ଅବଶ୍ୟ ଅନ୍ୟ ଉପାୟ ଅଛି। ଥରେ କିମ୍ବା ଦୁଇଥର କହିଛି ଯେମୁଁ କାଦୁଅରେ କୁସ୍ତି ଲଢ଼ିବାକୁ ଚାହୁଁ ନାହିଁ। ଏହିପରି ଭାବରେ ମୁଁ ବିବାଦରୁ ଦୂରେଇ ଯାଇଥିଲି। ବାସ୍ତବରେ ମୁଁ ଅନ୍ୟ ଦଳର ନେତାମାନଙ୍କୁ ମଧ୍ୟ ଅପମାନିତ କରିବାକୁ ଚାହେଁ ନାହିଁ, କାରଣ ଆମ ରାଜନୀତି ଉପରେ ସମସ୍ତଙ୍କ ଭଲ ବିଶ୍ୱାସ ରହିବା ଉଚିତ।

ନ୍ୟାୟପାଳିକା ଉପରେ କଂଗ୍ରେସ ନେତାମାନେ ଉଠାଇଥିବା ପ୍ରଶ୍ନ ଉପରେ ଥରୁର କହିଛନ୍ତି, ମୁଁ ଭାବୁଛି ପ୍ରଶ୍ନ ଉଠାଇବା ଦଳର ନ୍ୟାୟପାଳିକାକୁ ଦମନ କରିବାର ସଂକେତ ନୁହେଁ। ଆମେ ନ୍ୟାୟପାଳିକାକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହୁଁଛୁ। ସମ୍ବିଧାନ ତାଙ୍କ ସହ ଅଛି। ସମସ୍ତେ ଚାହାଁନ୍ତି ଯେ ଦେଶ ଉନ୍ନତ ହେଉ, ଯଦି ଆମର ଆଦର୍ଶ ଏବଂ ବିଶ୍ୱାସ ଭୋଟ ପାଏ ତେବେ ଦେଶ ଉନ୍ନତ ଏବଂ ବିକଶିତ ହେବ।

ଏହାପୂର୍ବରୁ ଶୁକ୍ରବାର ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି କହିଥିଲେ ଯେ ବୟସ୍କମାନେ ଯୁବ ପିଢ଼ିଙ୍କ ବିଷୟରେ ଚିନ୍ତା କରିବା ଉଚିତ ଏବଂ ଯୁବବର୍ଗମାନେ ନ୍ୟାୟ ପାଇବା ଉଚିତ। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନଙ୍କ ଇସ୍ତଫା ସମ୍ପର୍କରେ ପାଇଲଟ କହିଥିଲେ ଯେ ଆଠ ବର୍ଷ ପୂର୍ବେ ଆର୍ଡର୍ନଙ୍କୁ ଶୀର୍ଷ ପଦରେ ନିଯୁକ୍ତ କରାଯାଇଥିଲା, କିନ୍ତୁ ସାଧାରଣ ଜନତାଙ୍କ ମାନ୍ୟତା ନ ଥିବାରୁ ସେ ଇସ୍ତଫା ଦେଇଥିଲେ।

ନିକଟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ମହାମାରୀ ପରେ ଏକ ବଡ କରୋନା ଦଳ ଭିତରକୁ ପ୍ରବେଶ କରିଥିବା ଅଭିଯୋଗ କରିଥିଲେ। ଅନୁମାନ କରାଯାଉଛି ଯେ ଗେହଲଟ ପାଇଲଟଙ୍କୁ କରୋନା ଭାଇରସ ସହିତ ତୁଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri