ପୋଷା କୁକୁରକୁ ‘କୁକୁର’ କହିବାରୁ ବୃଦ୍ଧଙ୍କୁ ହତ୍ୟା କଲେ ପଡ଼ୋଶୀ

ଚେନ୍ନାଇ,୨୧ା୧: ପୋଷା କୁକୁରକୁ ଜଣେ ବୃଦ୍ଧ କୁକୁର କହିବାରୁ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ଡିନଡିଗୁଲ ଜିଲାରେ।

ପୋଲିସର ସୂଚନାନୁସାରେ, ତାମିଲନାଡୁର ଡିଣ୍ଡିଗୁଲ ଜିଲାର ତାଡିକମ୍ବୁ ଥାନା ଅନ୍ତର୍ଗତ ଉଲାଗାମ୍ପାଟିଆର୍କୋଟାମର ବାସିନ୍ଦା ରାୟପ୍ପନ (୬୨) ପଡ଼ୋଶୀଙ୍କ କୁକୁରର ଦିଆଯାଇଥିବା ନାଁରେ ନ ଡାକି କେବଳ କୁକୁର ବୋଲି ସମ୍ବୋଧନ କରୁଥିଲେ। କୁକୁରର ମାଲିକ ନିର୍ମଳା ଫାତିମା ରାନୀ, ତାଙ୍କ ପୁଅ ଡାନିଏଲ ଏବଂ ଭିନ୍ସେଣ୍ଟ ଏପରି ନ ଡାକିବାକୁ ବାରମ୍ବାର ଚେତାବନୀ ଦେଉଥିଲେ। କିନ୍ତୁ ରାୟପ୍ପନ କୁକୁରକୁ ଏକ ବେଲ୍ଟରେ ବାନ୍ଧି ରଖିବାକୁ କହୁଥିଲେ। ସେମାନେ କୁକୁରକୁ ଖୋଲା ଛାଡ଼ି ଦେଉଥିବାରୁ କୁକୁରକୁ ବାନ୍ଧି ରଖ ବୋଲି ରାୟପ୍ପନ କହୁଥିଲେ।

ତେବେ ଗୁରୁବାର ତାଙ୍କ ନାତି କେଲଭିନଙ୍କୁ ତାଙ୍କ ନିକଟସ୍ଥ ଚାଷଜମିରେ ବୋରଓ୍ବେଲ ବନ୍ଦ କରିବାକୁ କହିଥିଲେ। ପଡ଼ୋଶୀଙ୍କ କୁକୁର ବାହାରେ ବୁଲୁଛି ସାବଧାନରେ ଯିବାକୁ ସେ ତାଙ୍କ ନାତିଙ୍କୁ କହିଥିଲେ। ଏହା ଶୁଣିଦେଇଥିଲେ ପଡ଼ୋଶୀ ନିର୍ମଳା ଏବଂ ତାଙ୍କ ଦୁଇ ପୁଅ। ଏଥିରେ ନିର୍ମଳାଙ୍କ ପୁଅ କ୍ରୋଧିତ ହୋଇ ରାୟପ୍ପନଙ୍କ ଛାତିରେ ଏକ ପଥର ଫିଙ୍ଗିଥିଲେ। ତାଙ୍କୁ କହିଥିଲେ ତୁମକୁ କେତେଥର କହିଛୁ ଆମ କୁକୁର ନାଁ ଧରି ଡାକିବ। କୁକୁର କହିବନି। ରାୟପ୍ପନ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଘଟଣା ପରଠାରୁ ନିର୍ମଳାଙ୍କ ପରିବାର ଫେରାର ଥିଲେ। ସୂଚନା ପାଇବା ପରେ ପୋଲିସ ନିର୍ମଳାଙ୍କ ପରିବାରକୁ ଟ୍ରାକ୍‌ କରି ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମରିବୁ ପଛେ ଛାଡିବୁ ନାହିଁ : ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ମତ୍ସ୍ୟଜୀବୀ, ସମାଧାନ ନ ହେଲେ…

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ମରିବୁ ପଛେ ଛାଡିବୁ ନାହିଁ। ପ୍ରଶାସନ ଓ ପୋର୍ଟ କର୍ତ୍ତୃପକ୍ଷ ଆମକୁ ଦିନକୁ ଦିନ ଧୋକା ଦେବାରେ ଲାଗିଛନ୍ତି । ଏନେଇ ଆନ୍ଦୋଳନ…

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ଘଣ୍ଟାକରେ ‘ବ୍ରଶ୍‌ ଟେଷ୍ଟ’ରୁ ଜଣାପଡ଼ିବ ପାଟି କ୍ୟାନ୍‌ସର

ଲଣ୍ଡନ/ନୂଆଦିଲ୍ଲୀ, ୯ା୭ପାଟି କର୍କଟ ବା ଓରାଲ କ୍ୟାନ୍‌ସର ଚିହ୍ନଟ କ୍ଷେତ୍ରରେ ଚିକିତ୍ସା ବିଜ୍ଞାନକୁ ବଡ଼ ସଫଳତା ମିଳିଛି। ବ୍ରିଟେନ୍‌ର କୁଇନ୍‌ ମେରି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ଗବେଷକମାନଙ୍କ…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri