ଥାଲାସିମିଆ

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲାବିନର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା। ଆପଣମାନଙ୍କ ମଧ୍ୟରୁ ଅନେକେ ଥାଲାସିମିଆ ରୋଗଟିର ନାଁ ଶୁଣିଥିବେ । କାହାର ପୁଅ କି ଝିଅ ହୁଏତ ଏହି ରୋଗ ଭୋଗୁ ଥାଇପାରନ୍ତି। ଜିନ୍‌ ଦୋଷରୁ ଜାତ ଏହି ରୋଗଟି ଆଦୌ ବିରଳ ନୁହେଁ। ଏହି ଦିବସ ଅବସରରେ ଚଳିତ ବର୍ଷର ସ୍ଲୋଗାନ ରହିଛି – ‘ବି ଆଓ୍ବେର, ଶେୟାର, କେୟାର: ଷ୍ଟ୍ରେନ୍ଦେନିଙ୍ଗ ଏଜୁକେଶନ ଟୁ ବ୍ରିଜ୍‌ ଦ ଥାଲାସିମିଆ କେୟାର ଗ୍ୟାପ’।
କାହିଁକି ହୁଏ : ଆମ ସମସ୍ତଙ୍କ ରକ୍ତରେ ରହିଛି ଆଇ.ବି.ସି. ବା ଲୋହିତ ରକ୍ତ କୋଷିକା। ଲୋହିତ ରକ୍ତ କୋଷିକା ଭିତରେ ଥାଏ ହିମୋଗ୍ଲୋବିନ୍‌ ନାମକ ଏକ ଉପାଦାନ। ‘ହିମ୍‌’ ଓ ‘ଗ୍ଲୋବିନ୍‌’-ଏହି ଦୁଇଟି ଉପାଦାନ ଥାଏ ହିମୋଗ୍ଲୋବିନ୍‌ରେ। ‘ହିମ’ରେ ଥାଏ ଲୌହ ଏବଂ ‘ଗ୍ଲୋବିନ୍‌’ ହେଉଛି ଏକ ପ୍ରୋଟିନ୍‌। ହିମୋଗ୍ଲୋବିନ୍‌ ବିନା ଆମେ ବଞ୍ଚତ୍ପାରିବା ନାହିଁ। କାରଣ ଏହା ପ୍ରଶ୍ୱାସ ବାୟୁରୁ ଅମ୍ଳଜାନ ଗ୍ରହଣ କରି ସବୁ ଜୀବକୋଷ ନିକଟରେ ପହଞ୍ଚାଇ ଦିଏ ଏବଂ ସବୁ ଜୀବକୋଷରୁ କାର୍ବନଡାଇଅକ୍ସାଇଡ୍‌ ଆଣି ନିଃଶ୍ୱାସ ବାୟୁ ମାଧ୍ୟମରେ ନିଷ୍କାସନ କରିଦିଏ। ‘ଆଲଫା’ ଓ ‘ବିଟା’ ଗ୍ଲୋବିନ୍‌ଜେନକୁ ନେଇ ଗ୍ଲୋବିନ୍‌ ଅଣୁଟି ଗଠିତ। କିନ୍ତୁ ନିର୍ଦ୍ଦିଷ୍ଟ ଏକ କ୍ରୋମୋଜୋମ୍‌ ବା ଗୁଣସୂତ୍ରରେ ତ୍ରୁଟି ରହିଗଲେ ତ୍ରୁଟିର ପ୍ରକାରକୁ ଚାହିଁ ଆଲଫା ଗ୍ଲୋବିନ୍‌ ଚେନ୍‌ କି ବିଟାଗ୍ଲୋବିନ୍‌ ଚେନ୍‌ର ତିଆରି ତ୍ରୁଟିଯୁକ୍ତ ହୋଇଯାଏ। ଆଲଫା ଚେନ୍‌ର ତ୍ରୁଟି ହେଲେ ତାକୁ ‘ଆଲଫା ଥାଲାସିମିଆ’ ଏବଂ ବିଟା ଚେନ୍‌ରେ ତ୍ରୁଟି ହେଲେ ତାହାକୁ କହନ୍ତି ‘ବିଟା ଥାଲାସିମିଆ’। ଥାଲାସିମିଆ ରୋଗଟି ବଂଶଗତ ଜିନ୍‌ ରୋଗ ହୋଇଥିବାରୁ ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଟିରେ ଆକ୍ରାନ୍ତ ହେବା ଆଦୌ ଅସ୍ବାଭାବିକ ନୁହେଁ।
ଜିନ୍‌ ଦୋଷଟି କାହାଠାରେ ଥାଏ: ଜିନ୍‌ ଦୋଷଟି ଥାଏ ପିତା କିମ୍ବା ମାତା ନ ହେଲେ ପିତା-ମାତା ଉଭୟଙ୍କଠାରେ। ପୁରୁଷଙ୍କ ଗୋଟିଏ ମାତ୍ର ଜିନ୍‌ରେ ଦୋଷ ଥିଲେ ସେ ଜିନ୍‌ର ବାହକ ବା ଥାଲାସିମିଆ ଟ୍ରେଟ୍‌। ସେହିପରି ମହିଳାମାନଙ୍କର ଗୋଟିଏ ମାତ୍ର ଜିନ୍‌ରେ ଦୋଷ ଥିଲେ ସେ ମଧ୍ୟ ଥାଲାସିମିଆ ଜିନ୍‌ର ବାହକ ସାଜିଥାଏ। ଥାଲାସିମିଆ ଟ୍ରେଟ୍‌ ପୁରୁଷ କି ଥାଲାସିମିଆ ଟ୍ରେଟ୍‌ ମହିଳା ଥାଲାସିମିଆ ରୋଗୀ ନୁହନ୍ତି।
ମାତ୍ର ସଂଯୋଗବଶତଃ ଥାଲାସିମିଆ ଟ୍ରେଟ୍‌ ପୁରୁଷ ଓ ଥାଲାସିମିଆ ଟ୍ରେଟ୍‌ ମହିଳାମାନଙ୍କ ମଧ୍ୟରେ ବିବାହ ହୋଇଗଲେ ସେମାନଙ୍କ ସନ୍ତାନମାନଙ୍କ ମଧ୍ୟରୁ କେହି କେହି ଥାଲାସିମିଆ ରୋଗରେ ଆକ୍ରାନ୍ତ ହୋଇପଡ଼ିବାର ଆଶଙ୍କା ଉପୁଜିଥାଏ। ପୁତ୍ର ସନ୍ତାନ ରୋଗ ଭୋଗିପାରେ, କନ୍ୟା ସନ୍ତାନ ମଧ୍ୟ ରୋଗ ଭୋଗିପାରେ। ଉକ୍ତ ଦମ୍ପତିଙ୍କଠାରୁ ସୁସ୍ଥ ସନ୍ତାନ ଜନ୍ମ ନେବା ମଧ୍ୟ ସମ୍ଭବ। ଯେଉଁ ସନ୍ତାନଟି ଦୁଇଟିଯାକ ଗ୍ଲୋବିନ୍‌ ଜିନ୍‌ର ଦୋଷ ଥାଏ, ସେହି ସନ୍ତାନଟି ହିଁ ଥାଲାସିମିଆ ରୋଗର ଶିକାର ହୋଇପଡ଼େ।
ପ୍ରକାରଭେଦ: ଥାଲାସିମିଆକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇଛି। ତାହା ହେଉଛି-ଥାଲାସିମିଆ ମେଜର, ଥାଲାସିମିଆ ମାଇନର ଏବଂ ଥାଲାସିମିଆ ଇଣ୍ଟରମେଡିଆ। ଥାଲାସିମିଆ ମେଜରକୁ ମଧ୍ୟ ‘ବିଟା ଥାଲାସିମିଆ’ ବୋଲି କହନ୍ତି। ଏହି ପ୍ରକାରଟି ସବୁଠାରୁ ବେଶି ସାଧାରଣ। ଏହି ପ୍ରକାରଟିରେ ଗ୍ଲୋବିନ୍‌ର ବିଟାଚେନ୍‌ ତିଆରି ବାଧାପ୍ରାପ୍ତ ହୋଇପଡ଼ିଥିବାରୁ ଜାତ ହୁଏ ଗୁରୁତର ଧରଣର ରକ୍ତହୀନତା ବା ଆନିମିଆ।
ଚିହ୍ନିବ କିପରି: ସାଧାରଣ ଭାବରେ ଦେଖିଲେ ଭୂମିଷ୍ଠ ହେବା ସମୟରେ ଶିଶୁଟି ଦେଖାଯାଏ ଶେତାଳିଆ। ପରେ ପରେ ଯକୃତ୍‌ ଓ ପ୍ଳୀହା ଆସ୍ତେ ଆସ୍ତେ ବଢ଼ିବାକୁ ଆରମ୍ଭ କରେ। ଯେଉଁ ରୋଗାକ୍ରାନ୍ତ ଶିଶୁମାନେ ବର୍ଷେ କି ଦୁଇ ବର୍ଷ ଭିତରେ ମୃତ୍ୟୁବରଣ ନ କରି ବଞ୍ଚତ୍ରହନ୍ତି, ସେମାନଙ୍କର ମୁଖମଣ୍ଡଳ ଗୋଲାକାର ଦେଖାଯାଏ। କପାଳ ଓ ମସ୍ତିିଷ୍କର ଦୁଇ ପାଖ ହାଡ଼ ଫୁଲିଯାଏ। ବଢ଼ିଯାଏ ହନୁ ହାଡ଼। ନାକ ଦେଖାଯାଏ ଚେପ୍‌ଟା ଓ ଆଖି ଫୁଲାଫୁଲା। ଥାଲାସିମିଆ ଶିଶୁ ସ୍ବାଭାବିକ ଭାବରେ ବିକାଶ ଲାଭ କରିପାରେନି। ତା’ଠାରେ ଅନିୟମିତ ଭାବରେ ଜ୍ୱର ହୁଏ। ଭୋକ ମରିଯାଏ। ପ୍ରକାଶ ପାଏ କାମଳ। ରୋଗୀ ଦୁର୍ବଳତା ଅନୁଭବ କରେ। ସହଜରେ ଧଇଁସଇଁ ହୋଇପଡ଼େ।
ରକ୍ତ ପରୀକ୍ଷାରୁ ରୋଗ ନିର୍ଣ୍ଣୟ: ଥାଲାସିମିଆ ରୋଗୀର କମିଯାଏ ହିମୋଗ୍ଲୋବିନ୍‌ର ମାତ୍ରା ଓ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଖ୍ୟା। ଲୋହିତ ରକ୍ତକୋଷିକାଗୁଡ଼ିକ ଛୋଟଛୋଟ ହୋଇଯାଆନ୍ତି। ନର୍ମୋବ୍ଲାଷ୍ଟ ନାମକ ଅବିକଶିତ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଖ୍ୟା ବଢ଼ିଯାଏ। ବଢ଼ିଯାଏ ‘ଫିଟାଲ ହିମୋଗ୍ଲୋବିନ୍‌’ ବା ‘ହିମୋଗ୍ଲୋବିନ୍‌-ଏଫ୍‌’ର ମାତ୍ରା। ଏଚ୍‌.ପି.ଏଲ୍‌.ସି. ନାମକ ଏକ ଅତ୍ୟାଧୁନିକ ପରୀକ୍ଷାରୁ ଥାଲାସିମିଆ ରୋଗକୁ ନିର୍ଦ୍ଦିଷ୍ଟ ଭାବରେ ନିର୍ଣ୍ଣୟ କରାଯାଇଥାଏ। ଆନୁଷଙ୍ଗିକ ପରୀକ୍ଷା ଭାବରେ କରାଯାଇପାରେ ଅସ୍ଥିମଜ୍ଜା ପରୀକ୍ଷା, ହାଡ଼ର ଏକ୍ସ-ରେ ଏବଂ ରକ୍ତରେ ଲୌହ ଓ ଫେରିଟିନ୍‌ର ମାତ୍ରା ନିର୍ଦ୍ଧାରଣ।
ଚିକିତ୍ସା
ରକ୍ତ ସଞ୍ଚାରଣ : ଥାଲାସିମିଆ ମେଜର ବା ବିଟା ଥାଲାସିମିଆ ରୋଗୀଙ୍କୁ ବାରମ୍ବାର ରକ୍ତ ଦେବାକୁ ପଡ଼େ। ବାରମ୍ବାର ରକ୍ତ ନେବା ଫଳରେ ରୋଗୀଙ୍କ ରକ୍ତରେ ଲୌହର ପରିମାଣ ବଢ଼ିଯାଇ ତାହା ଯକୃତ୍‌, ହୃତ୍‌ପିଣ୍ଡ, ଅଗ୍ନ୍ୟାଶୟ ଇତ୍ୟାଦି ଅଙ୍ଗରେ ଜମିଯାଏ। ଫଳରେ ବାହାରିପାରେ ହୃଦ୍‌ରୋଗ ଓ ଡାଇବେଟିସ୍‌ ଇତ୍ୟାଦି ରୋଗ। ରକ୍ତରେ ଲୌହର ପରିମାଣ ସନ୍ତୁଳିତ ରଖିବା ପାଇଁ ଏବେ ବିଭିନ୍ନ ପ୍ରକାର ଔଷଧ ବଜାରରେ ଉପଲବ୍ଧ।
ପ୍ଲୀହା ଉଚ୍ଛେଦନ: ପ୍ଳୀହାର ଆକାର ବେଶି ବଢ଼ିଗଲେ ଓ ବାରମ୍ବାର ରକ୍ତ ନେବା ଦରକାର ପଡୁଥିଲେ ରୋଗୀର ପ୍ଳୀହାଟିକୁ କାଟି ବାହାର କରିଦିଆଯାଇଥାଏ। ଏହାବ୍ୟତୀତ ଅସ୍ଥିମଜା ପ୍ରତିରୋପଣ ବା ଷ୍ଟେମ୍‌ ସେଲ୍‌ ପରିରୋପଣ ମଧ୍ୟ କରାଯାଇଥାଏ।
ନିବାରଣ : ଥାଲାସିମିଆ ଏକ ବଂଶଗତ ରୋଗ ହୋଇଥିଲେ ମଧ୍ୟ ଏହାର ନିବାରଣ ସମ୍ଭବ। ପତି ଓ ପତ୍ନୀ ଉଭୟ ଥାଲାସିମିଆ ଟ୍ରିଟ୍‌ ହୋଇଥିଲେ ଏବଂ ପତ୍ନୀ ଗର୍ଭବତୀ ହେଲେ ଗର୍ଭ ହେବାର ଅଢ଼େଇରୁ ତିନି ମାସ ଭିତରେ ଗର୍ଭସ୍ଥ ଭ୍ରୂଣଠାରୁ ରକ୍ତ ସଂଗ୍ରହ କରି କିମ୍ବା ଗର୍ଭାଶୟରୁ ସଂଗୃହୀତ ଜଳରୁ ଜୀବକୋଷ ସଂଗ୍ରହ କରି ତାହାର ଜିନ୍‌ ପରୀକ୍ଷା କରାଯାଇଥାଏ। ବଡ଼ ସୌଭାଗ୍ୟର କଥା ଯେ ଥାଲାସିମିଆ ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ରକ୍ତ ଭଣ୍ଡାରରେ ସ୍ବତନ୍ତ୍ର ବ୍ୟବସ୍ଥାମାନ ଉବଲବ୍ଧ।
ତେବେ ଥାଲାସିମିଆ ରୋଗଟି ସମ୍ବନ୍ଧରେ ଜନସଚେତନତା ବୃଦ୍ଧିର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତ ତଥ୍ୟର ସଂଚାରଣ ମଧ୍ୟ ବାଞ୍ଛନୀୟ। ଏହି ରୋଗ ସଂକ୍ରାନ୍ତ ସ୍ବାସ୍ଥ୍ୟ ଶିକ୍ଷା ରୋଗର ନିବାରଣ ଏବଂ ଚିକିତ୍ସାରେ ଯେ ଯଥେଷ୍ଟ ସହାୟକ ହୋଇପାରିବ ଏହା ନିଃସନ୍ଦେହ।

ଡ. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?