Posted inଖେଳ

୩୦ ବର୍ଷର ରେକର୍ଡ ଭାଙ୍ଗିଲେ ଠାକୁର- ସୁନ୍ଦର

ବ୍ରିସ୍‌ବେନ,୧୮।୧: ଗାବା ଗ୍ରାଉଣ୍ଡରେ ଭାରତ ପାଇଁ ସପ୍ତମ ଉଇକେଟରେ ସବୁଠାରୁ ଅଧିକ ରନ ସଂଗ୍ରହ କରି ଶାର୍ଦ୍ଦୁଳ ଠାକୁର ଓ ଓ୍ବାଶିଂଟନ ସୁନ୍ଦର ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ଏହି ଯୋଡି ୬୭ ରନକରିବା ପରେ ଏହି ସଫଳତା ପାଇଥିଲେ। ଏହି କ୍ରମରେ ଏମାନେ କପିଳ ଦେବ ଓ ମନୋଜ ପ୍ରଭାକରଙ୍କ ରେକର୍ଡକୁ ପଛରେ ପକାଇଥିଲେ। ୩୦ ବର୍ଷ ତଳେ କପିଳ ଓ ମନୋଜ ଗାବାରେ ୫୮ ରନ ସଂଗ୍ରହ କରିଥିଲେ। ସେହିପରି ୨୦୧୪ରେ ମହେନ୍ଦ୍ର ସିଂ ଧୋନୀ ଓ ରବିଚନ୍ଦ୍ରନ ଅଶ୍ୱିନ ଏଠାରେ ସପ୍ତମ ଉଇକେଟରେ ୫୭ ରନ ସଂଗ୍ରହ କରିଥିଲେ। ସେହିପରି ୧୯୯୧ରେ ପ୍ରଭାକର ଓ ରବି ଶାସ୍ତ୍ରୀ ୪୯ ଓ ୧୯୬୮ରେ ଏମ୍‌.ଏଲ୍‌. ଜୟସିହ୍ମା ଓ ବାପୁ ନାଦକର୍ଣ୍ଣୀ ୪୪ ରନ ସଂଗ୍ରହ କରିଥିଲେ। ୩୮ ବର୍ଷପରେ ଏହି ଦୁଇ ଖେଳାଳି ୭ ଓ ୮ ନମ୍ବରରେ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପୂର୍ବରୁ ମାଞ୍ଚେଷ୍ଟରରେ ୧୯୮୨ରେ ସନ୍ଦୀପ ପାଟିଲ ଓ କପିଳ ଦେବ ଏହି ନମ୍ବରରେ ବ୍ୟାଟିଂ କରି ଯଥାକ୍ରମେ ଅପରାଜିତ ୧୨୯ ଓ ୬୫ ରନ ସଂଗ୍ରହ କରିଥିଲେ। ସୁନ୍ଦର ୭ ନମ୍ବରରେ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ରନ୍‌ ସଂଗ୍ରହ କରି ୧୧୦ ବର୍ଷର ପୁରୁଣା ରେକର୍ଡକୁ ଅତିକ୍ରମ କରିଛନ୍ତି। ୧୯୧୧ରେ ଇଂଲଣ୍ଡର ଫ୍ରେଙ୍କ୍‌ ପୋଷ୍ଟର ସିଡ୍‌ନୀରେ ୭ ନମ୍ବରରେ ବ୍ୟାଟିଂ କରି ୫୬ ରନ ସଂଗ୍ରହ କରିଥିଲେ। ଭାରତର ତୃତୀୟ ଖେଳାଳି ଭାବେ ସୁନ୍ଦର ୭ ନମ୍ବରରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଠାକୁର ଓ ସୁନ୍ଦରଙ୍କ ଏହି ପାର୍ଟନଶିପ୍‌ ଓ ଲଢୁଆ ପ୍ରଦର୍ଶନକୁ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ, ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ପ୍ରଶଂସା କରିଛନ୍ତି। ସେହିପରି ପୂର୍ବତନ କ୍ରିକେଟର ଆର.ପି. ସିଂ, ଇଆନ ବିଶପ, ବୀରେନ୍ଦ୍ର ସେହ୍ବାଗ ଟୁଇଟ୍‌ କରି ଏହି ଦୁଇ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ରୋହିତ,ସେହ୍ବାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?