Posted inଖେଳ

୩୦ ବର୍ଷର ରେକର୍ଡ ଭାଙ୍ଗିଲେ ଠାକୁର- ସୁନ୍ଦର

ବ୍ରିସ୍‌ବେନ,୧୮।୧: ଗାବା ଗ୍ରାଉଣ୍ଡରେ ଭାରତ ପାଇଁ ସପ୍ତମ ଉଇକେଟରେ ସବୁଠାରୁ ଅଧିକ ରନ ସଂଗ୍ରହ କରି ଶାର୍ଦ୍ଦୁଳ ଠାକୁର ଓ ଓ୍ବାଶିଂଟନ ସୁନ୍ଦର ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ଏହି ଯୋଡି ୬୭ ରନକରିବା ପରେ ଏହି ସଫଳତା ପାଇଥିଲେ। ଏହି କ୍ରମରେ ଏମାନେ କପିଳ ଦେବ ଓ ମନୋଜ ପ୍ରଭାକରଙ୍କ ରେକର୍ଡକୁ ପଛରେ ପକାଇଥିଲେ। ୩୦ ବର୍ଷ ତଳେ କପିଳ ଓ ମନୋଜ ଗାବାରେ ୫୮ ରନ ସଂଗ୍ରହ କରିଥିଲେ। ସେହିପରି ୨୦୧୪ରେ ମହେନ୍ଦ୍ର ସିଂ ଧୋନୀ ଓ ରବିଚନ୍ଦ୍ରନ ଅଶ୍ୱିନ ଏଠାରେ ସପ୍ତମ ଉଇକେଟରେ ୫୭ ରନ ସଂଗ୍ରହ କରିଥିଲେ। ସେହିପରି ୧୯୯୧ରେ ପ୍ରଭାକର ଓ ରବି ଶାସ୍ତ୍ରୀ ୪୯ ଓ ୧୯୬୮ରେ ଏମ୍‌.ଏଲ୍‌. ଜୟସିହ୍ମା ଓ ବାପୁ ନାଦକର୍ଣ୍ଣୀ ୪୪ ରନ ସଂଗ୍ରହ କରିଥିଲେ। ୩୮ ବର୍ଷପରେ ଏହି ଦୁଇ ଖେଳାଳି ୭ ଓ ୮ ନମ୍ବରରେ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ପୂର୍ବରୁ ମାଞ୍ଚେଷ୍ଟରରେ ୧୯୮୨ରେ ସନ୍ଦୀପ ପାଟିଲ ଓ କପିଳ ଦେବ ଏହି ନମ୍ବରରେ ବ୍ୟାଟିଂ କରି ଯଥାକ୍ରମେ ଅପରାଜିତ ୧୨୯ ଓ ୬୫ ରନ ସଂଗ୍ରହ କରିଥିଲେ। ସୁନ୍ଦର ୭ ନମ୍ବରରେ ବିଦେଶୀ ବ୍ୟାଟ୍ସମ୍ୟାନ ଭାବେ ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ରନ୍‌ ସଂଗ୍ରହ କରି ୧୧୦ ବର୍ଷର ପୁରୁଣା ରେକର୍ଡକୁ ଅତିକ୍ରମ କରିଛନ୍ତି। ୧୯୧୧ରେ ଇଂଲଣ୍ଡର ଫ୍ରେଙ୍କ୍‌ ପୋଷ୍ଟର ସିଡ୍‌ନୀରେ ୭ ନମ୍ବରରେ ବ୍ୟାଟିଂ କରି ୫୬ ରନ ସଂଗ୍ରହ କରିଥିଲେ। ଭାରତର ତୃତୀୟ ଖେଳାଳି ଭାବେ ସୁନ୍ଦର ୭ ନମ୍ବରରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଠାକୁର ଓ ସୁନ୍ଦରଙ୍କ ଏହି ପାର୍ଟନଶିପ୍‌ ଓ ଲଢୁଆ ପ୍ରଦର୍ଶନକୁ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ରିକି ପଣ୍ଟିଂ, ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ପ୍ରଶଂସା କରିଛନ୍ତି। ସେହିପରି ପୂର୍ବତନ କ୍ରିକେଟର ଆର.ପି. ସିଂ, ଇଆନ ବିଶପ, ବୀରେନ୍ଦ୍ର ସେହ୍ବାଗ ଟୁଇଟ୍‌ କରି ଏହି ଦୁଇ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri