ଟିକସ ହ୍ରାସ ଲାଗି ଅଟୋ ଶିଳ୍ପର ଦାବି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ବଜେଟ ସମୟରେ ସରକାର ବିଭିନ୍ନ ସୌଖୀନ (ଲକ୍‌ଜ୍ୟୁରି) କାରଗୁଡିକ ନିମନ୍ତେ କର ହ୍ରାସ କରିବେ ବୋଲି ମର୍ସିଡିଜ୍‌ ବେଞ୍ଜ, ଅଡି ଓ ଲମ୍ବର୍ଗିନୀ ଆଦି କମ୍ପାନୀମାନେ ସରକାରଙ୍କ ନିକଟରେ ଦାବି ଜଣାଇବା ସହ କର ହ୍ରାସ ପାଇଁ ଆଶାବ୍ୟକ୍ତ କରିଛନ୍ତି। କମ୍ପାନୀଗୁଡିକଙ୍କ କହିବା ଅନୁସାରେ ଉଚ୍ଚ ଶୁଳ୍କ ହାର ଯୋଗୁ ଦେଶରେ ପ୍ରିମିୟମ କାର ବଜାର ଆଗକୁ ବଢି ପାରୁନାହିଁ। ଫଳରେ ଏହି ସବୁ କମ୍ପାନୀଗୁଡିକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଗତ ବର୍ଷ କରୋନା ମହମାରୀ ଯୋଗୁ ବଜାର ପରିସ୍ଥିତି ଏକପ୍ରକାର ମାନ୍ଦାବସ୍ଥା ସହ ଜଟିଳ ହୋଇପହିଛି। ଆଗାମୀ ବଜେଟ ସେସନରେ ସରକାର ଯଦି ବିଭିନ୍ନ ଲକ୍‌ଜ୍ୟୁରି କାର ଉପରେ ଅଧିକ ଟିକସ ଲାଗୁ କରିବେ ତା’ ହେଲେ ଚଳିତ ବର୍ଷ ମଧ୍ୟ ବଚାର ଚାହିଦା ପ୍ରଭାବିତ ହେବା ନିଶ୍ଚିତ ବୋଲି କମ୍ପାନୀଗୁଡିକ ମତ ଦେଇଛନ୍ତି। ଏ ସମ୍ପର୍କରେ ମର୍ସିଡିଜ ବେଞ୍ଜ ଇଣ୍ଡିଆର ସିଇଓ ମାର୍ଟିନ ଶ୍ୱେଙ୍କ୍‌ କହିଛନ୍ତି ଯେ ସରକାର ଏପରି କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ଯାହାଫଳରେ ଏହାର ଚାହିଦା ହ୍ରାସ କରିବ, ନଚେତ ପରେ ସମସ୍ୟା ଜଟିଳ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଳାସମୟ କାର କ୍ଷେତ୍ରରେ ପ୍ରଥମରୁ ଦେଶରେ ଶୁଳ୍କ ହାର ଉଚ୍ଚ ରହିଛି। ଆମଦାନୀ ଶୁଳ୍କରୁ ଆରମ୍ଭ କରି ମାଲ ଓ ସେବା କର (ଜିଏସଟି) ଆଦି କର ଓ ଉପକର ମିଶାଇ ୨୨% ଆଦାୟ ହେଉଛି ବୋଲି ସେ ମତ ଦେଇଛନ୍ତି। ସେହିପରି ଅଡି ଇଣ୍ଡିଆ ମୁଖ୍ୟ ବଲବୀର ସିଂ ଧିଲନ ମଧ୍ୟ ଉଚ୍ଚ କର ହାର ହ୍ରାସ ହେବା ଦରକାର ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?