ସଂସଦରେ ପର୍ନ ଦେଖୁଥିବାବେଳେ ଧରାପଡିଲେ ଏମ୍‌ପି

ବ୍ୟାଙ୍କ୍‌କ,୧୮।୯: ଥାଇଲାଣ୍ଡର ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗୁରୁବାର ଏଠାରେ ବଜେଟ ଉପସ୍ଥାପନ କରାଯାଇଥିଲା। ଏହି ସମୟ ମଧ୍ୟରେ ଜଣେ ଏମ୍‌ପି ମୋବାଇଲରେ ପର୍ନ ଫଟୋ ଦେଖୁଥିବାବେଳେ ଧରାପଡିଥିଲେ। ଏମ୍‌ପିଙ୍କ ନାମ ରୋନାଥେପ ଅନୁଭତ୍‌। ଅଶ୍ଳୀଳ ଫଟୋ ଦେଖୁଥିବାବେଳେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୁହାଯାଉଛି ଯେ ବଜେଟ ଅଧିବେଶନ ସମୟରେ ରୋନାଥେପ ଅନୁଭତ୍‌ ମୋବାଇଲ ବାହାର କରି ହଠାତ୍‌ ଟେବୁଲ ତଳେ କିଛି ଦେଖିବା ଆରମ୍ଭ କଲେ। ତା’ପରେ ଗ୍ୟାଲେରୀରେ ବସିଥିବା ଖବରଦାତାମାନେ ତାଙ୍କ ଉପରେ ନଜର ପକାଇଲେ। କ୍ୟାମେରାମ୍ୟାନ ଗ୍ୟାଲେରୀରୁ ତାଙ୍କ ଫଟୋ ଉଠାଇଥିଲେ। ଫଟୋରେ ସ୍ପଷ୍ଟ ଭାବେ ଦେଖାଗଲା ଯେ ଏମ୍‌ପି ରୋନାଥେପ ଅନୁଭତ୍‌ ତାଙ୍କ ମୋବାଇଲରେ ଅଶ୍ଳୀଳ ଫଟୋ ଦେଖୁଥିଲେ। ଫଟୋ ଭାଇରାଲ୍‌ ହେବା ପରେ ଅନୁଭତ୍‌ ସଫେଇ ଦେଇ କହିଛନ୍ତି, ତାଙ୍କର ଏକ ମେସେଜ୍‌ ଆସିବାରୁ ସେ ତାକୁ ଖୋଲି ଦେଖିଥିଲେ। ମେସେଜ୍‌ଟି ଜଣେ ଯୁବତୀଙ୍କ ନଗ୍ନ ଫଟୋ ଥିଲା। ସେ ଭାବିଥିଲେ ଜଣେ ଗ୍ୟାଙ୍ଗଷ୍ଟର ଯୁବତୀଙ୍କୁ ଧମକ ଦେଉଛନ୍ତି। କିନ୍ତୁ ପରେ ଯୁବତୀ ଜଣଙ୍କ ଟଙ୍କା ମାଗୁଥିବା ଜଣାପଡିଥିଲା। ଏହା ପରେ ଫଟୋ ଡିଲିଟ କରିଥିବା ସେ କହିଛନ୍ତି।
ଏନେଇ ଅନୁଭତ୍‌ଙ୍କୁ ସମନ ଜାରି କରାଯାଇଛି। ତେବେ ସଂସଦର ବାଚସ୍ପତି ଚୁଆନ ଲିକପାଇ ଏହି ମାମଲାକୁ ବ୍ୟକ୍ତିଗତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୋବାଇଲ ମିଟିଂ ରୁମରେ ବ୍ୟବହାର ନ କରିବାର କୌଣସି ନିୟମ ନାହିଁ। ଆପଣ ଫୋନରେ ଯାହା ଦେଖୁଛନ୍ତି ତାହା ବ୍ୟକ୍ତିଗତ ବିଷୟ। ସାଂସଦ ରୋନାଥେପ ଅନୁଭତ୍‌ଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ଉଲ୍ଲେଖନୀୟ କଥା ହେଉଛି, ଥାଇଲାଣ୍ଡ ସଂସଦରେ ଏପରି ଘଟଣା ନୂଆ ନୁହେଁ। ଏହାପୂର୍ବରୁ ୨୦୧୨ରେ ଏମ୍‌ପି ନାଟ ବ୍ୟାନଟେଡଟନ୍‌ ମଧ୍ୟ ସଂସଦରେ ପର୍ନ ଫିଲ୍ମ ଦେଖୁଥିବାବେଳେ ଧରାପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

ଗ୍ରୀଷ୍ମ ପ୍ରବାହ ଯୋଗୁ ବଢୁଛି ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ, ୧୧ା୭ : ଜଳବାୟୁ ପରିବର୍ତ୍ତନଜନିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଶ୍ୱବ୍ୟାପୀ ଶ୍ରମଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହେବାରେ ଲାଗିଛି। ଏହାଫଳରେ ବିଶେଷକରି ପରିବାର ଚଳାଇବା…

ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ,୧୧ା୭: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ…

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri