Posted inଖେଳ

୬ରୁ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ୩ ନମ୍ବର ଭରସା ଯୋଗ୍ୟ ବ୍ୟାଟର କିଏ, ଜାଣନ୍ତୁ…

ମୁଲାନପୁର,୫ା୬ ଆସନ୍ତା ୬ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ଡବ୍ଲ୍ୟୁଟିସି ସାଇକେଲର ଅଂଶବିଶେଷ ନୁହେଁ। କିନ୍ତୁ ଭାରତୀୟ ଦଳର ଦୃଷ୍ଟିକୋଣରୁ ଏହି ଟେଷ୍ଟର ଗୁରୁତ୍ୱ ରହିଛି। ଏହି ମ୍ୟାଚ୍‌ରେ ଭାରତ ପାଇଁ ନଂ.୩ ପୋଜିଶନରେ କାହାକୁ ସୁଯୋଗ ମିଳିବ, ସେ ନେଇ ଚର୍ଚ୍ଚା ଜାରି ରହିଛି। ଚେତେଶ୍ୱର ପୂଜାରାଙ୍କ ଅବସର ପରେ ଅନେକ ବ୍ୟାଟରଙ୍କୁ ନଂ.୩ ପୋଜିଶନରେ ପରୀକ୍ଷା କରାଯାଇଛି। ଏବେ ସାଇ ସୁଦର୍ଶନ ଓ ଦେବଦତ୍ତ ପାଡିକଲଙ୍କ ମଧ୍ୟରୁ ଜଣକୁ ଏହି ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ପୋଜିଶନରେ ଲମ୍ବା ସୁଯୋଗ ଦିଆଯିବାର ଆବଶ୍ୟକତା ଥିବା ଭାରତର ଆସିଷ୍ଟାଣ୍ଟ କୋଚ୍‌ ରିୟାନ ଟେନ ଡୋଶ୍ଚେଟ କହିଛନ୍ତି।

ପୂଜାରା ୨୦୨୫ରେ ଅବସର ଘୋଷଣା କରିଥିଲେ। ହେଲେ ୨୦୨୩ ଡବ୍ଲ୍ୟୁଟିସି ଫାଇନାଲରେ ଅନ୍ତିମ ଥର ଖେଳିଥିଲେ। ସେବେଠାରୁ ଗିଲ୍‌, ପାଡିକଲ, ସୁଦର୍ଶନ, କରୁନ ନାୟାର, ଓ୍ବାଶିଂଟନ ସୁନ୍ଦରଙ୍କୁ ଏହି ପୋଜିଶନରେ ପରୀକ୍ଷା କରାଯାଇଥିଲା। ସୁଦର୍ଶନ ୬ଟି ଟେଷ୍ଟ ଖେଳି ୨୭ରୁ ଊର୍ଦ୍ଧ୍ୱ ଆଭରେଜରେ ରନ କରିଛନ୍ତି।

ପୋଜିଶନରେ ଅନେକ ପରିବର୍ତ୍ତନ ହୋଇଛି, ଯାହାକି ଉଚିତ ନୁହେଁ। ସେହି ଦାୟିତ୍ୱ ଲାଗି ଜଣଙ୍କୁ ବାଛିବାକୁ ପଡ଼ିବ ଏବଂ ତାଙ୍କ ଉପରେ ଭରସା କରିବାକୁ ପଡ଼ିବ। ନଂ.୩ ଏକ କଷ୍ଟକର ଓ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ପୋଜିଶନ। ପାଡିକଲ ଘରୋଇ କ୍ରିକେଟରେ ଖୁବ ସାରା ରନ କରିଥିବା ବେଳେ ସୁଦର୍ଶନଙ୍କ ପ୍ରଦର୍ଶନ ଆଇପିଏଲ୍‌ରେ ଜବରଦସ୍ତ ରହିଥିଲା। ଏଣୁ ଉଭୟ ଭଲ ଫର୍ମରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଯିଏ ବି ଖେଳନ୍ତୁ, ତାଙ୍କୁ ଲଗାତର ସୁଯୋଗ ଦିଆଯିବ। ବର୍ତ୍ତମାନ ତାହା କରିବା ମଧ୍ୟ କଷ୍ଟକର। କାରଣ ଏହା ଏକମାତ୍ର ଟେଷ୍ଟ। ଦୁଇ ମାସ ପରେ ଆମେ ଦୁଇଟି ଟେଷ୍ଟ ଖେଳିବୁ।

ଏଣୁ ଯାହାକୁ ସୁଯୋଗ ଦିଆଯିବ, ତାଙ୍କ ଉପରେ ଭରସା କରିବାକୁ ପଡ଼ିବ’ ବୋଲି ଡୋଶ୍ଚେଟ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ତେବେ ଉଭୟ ସୁଦର୍ଶନ ଓ ପାଡିକଲ ଗୁରୁବାର ନେଟ୍ସରେ ଲମ୍ବା ସମୟ ଧରି ବ୍ୟାଟିଂ କରିଥିଲେ। ଏପରି କି ଗିଲ୍‌ ଓ ଲୋକେଶ ରାହୁଲଙ୍କ ସହ ସ୍ଲିପ୍‌ରେ କ୍ୟାଚ୍‌ ପ୍ରାକ୍ଟିସ ମଧ୍ୟ କରିଥିଲେ। ଏମାନଙ୍କ ସହ ମାନବ ସୁଥାର ଓ ହର୍ଷ ଦୁବେ ମଧ୍ୟ ଝାଳବୁହା ଅଭ୍ୟାସ କରିଥିଲେ। ହେଲେ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ଏ ସମ୍ପର୍କରେ ଡୋଶ୍ଚେଟ କହିଛନ୍ତି, ଉଭୟଙ୍କ ଲାଗି ଏହି ଟେଷ୍ଟରେ ପଦାର୍ପଣ କରିବାର ଖୁବ କମ୍‌ ସମ୍ଭାବନା ରହିଛି। ଆମେ ଏର୍ଯ୍ୟନ୍ତ କମ୍ବିନେଶନ ଚୂଡ଼ାନ୍ତ କରି ନାହୁଁ। କିନ୍ତୁ କୁଲଦୀପ ଯାଦବ ଓ ସୁନ୍ଦର ଖେଳିବେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପଦାର୍ପଣ ସୁଯୋଗ ମିଳିପାରେ। ପରବର୍ତ୍ତୀ ଡବ୍ଲ୍ୟୁଟିସି ମ୍ୟାଚ୍‌କୁ ଦୃଷ୍ଟିରେ ରଖି କମ୍ବିନେଶନ ଚୂଡ଼ାନ୍ତ କରାଯିବ। ମୋ ମତରେ ଦୁଇ ପେସରଙ୍କ ସହ ଜଣେ ସ୍ପିନର ଓ ଦୁଇ ଜଣ ସ୍ପିନ ଅଲରାଉଣ୍ଡର ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ପ୍ରତି ୪ ଜନଧନ ଆକାଉଣ୍ଟରୁ ଗୋଟିଏ ଅଚଳ

ବ୍ୟାଙ୍କ ସେବା ସହ ସମସ୍ତଙ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆରମ୍ଭ କରିଥିଲେ। ଏପରି କି ଏହି ଯୋଜନାରେ…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri