ଟେସ୍‌ଲା ସିଏଫ୍‌ଓ

– ଜିତେନ୍ଦ୍ର କୁମାର ନାୟକ

 

ବିଶ୍ୱ କର୍ପୋରେଟ ବଜାରରେ ଭାରତୀୟଙ୍କ ଜୟଯାତ୍ରା ବଜାୟ ରହିଛି। ସଦ୍ୟ ଯୋଡ଼ି ହୋଇଥିବା ବ୍ୟକ୍ତି ହେଲେ ବୈଭବ ତାନେଜା। ଆମେରିକୀୟ ବହୁରାଷ୍ଟ୍ରୀୟ ଯାନ ନିର୍ମାଣକାରୀ କମ୍ପାନୀ ‘ଟେସ୍‌ଲା’ର ମୁଖ୍ୟ ବିତ୍ତୀୟ ଅଧିକାରୀ (ସିଏଫ୍‌ଓ) ଭାବେ ୭ ଅଗଷ୍ଟରେ ତାଙ୍କୁ ନିଯୁକ୍ତି ମିଳିବା ପରେ ସେ ସଂସ୍ଥାର ମାଲିକ ଏଲନ ମସ୍କଙ୍କ ନିକଟତର ହୋଇଛନ୍ତି। ଦୀର୍ଘ ୧୩ ବର୍ଷ ଧରି ସିଏଫ୍‌ଓ ରହିଆସିଥିବା ଜାଚାରି କିରଖୋର୍ନଙ୍କ ସ୍ଥାନରେ ବୈଭବଙ୍କୁ ଅବସ୍ଥାପିତ କରାଯାଇଥିବାରୁ ତାଙ୍କ କର୍ପୋରେଟ୍‌ ଯାତ୍ରା ବିଷୟରେ ଯୁବପିଢ଼ି ଜାଣିବାକୁ ଆଗ୍ରହ ରଖିବା ସ୍ବାଭାବିକ।
୪୫ ବର୍ଷ ବୟସରେ ବୈଭବ ବିଶ୍ୱର ଶ୍ରେଷ୍ଠ ଧନୀ ଏଲନ ମସ୍କଙ୍କ ‘ଟେ୍‌ସଲା’ କମ୍ପାନୀର ସିଏଫ୍‌ଓ ହେବା ନିଶ୍ଚିତ ଭାବେ ତାଙ୍କ କ୍ୟାରିୟରକୁ ଆହୁରି ପୁଷ୍ଟ କରିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ତା’ ପରେ ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ଉତ୍ତୀର୍ଣ୍ଣ ହେଲେ। ଜୁଲାଇ ୧୯୯୯ରୁ ପ୍ରାଇସ୍‌ଓ୍ବାଟରହାଉସ୍‌ କୁପର୍ସରେ ଚାକିରି ଜୀବନ ଅରମ୍ଭ କରି ମାର୍ଚ୍ଚ ୨୦୧୬ ଯାଏ ଭାରତ ଓ ଆମେରିକାରେ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ, ଭାରତ ଓ ଆମେରିକାରେ ଥିବା ୪ ବୃହତ୍‌ ଆକାଉଣ୍ଟିଂ ଫାର୍ମ ମଧ୍ୟରେ ପ୍ରାଇସ୍‌ଓ୍ବାଟରହାଉସ୍‌ କୁପର୍ସ ରହିଛି। ଯୋଗ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପରେ ଅନେକ ବୃତ୍ତିଧାରୀ ସେଠାରେ ସୁଯୋଗ ପାଇବା ଲାଗି ଆବେଦନ କରିଥାଆନ୍ତି। ବୈଭବଙ୍କ ଦକ୍ଷତା ଯୋଗୁ ସେ ସେହି କର୍ପୋରେଟ୍‌ର ଆସ୍ୟୁରାନ୍ସରେ ସିନିୟର ମ୍ୟାନେଜର ହୋଇଥିଲେ। କାଲିଫର୍ନିଆର ସାନ୍‌ ଜୋସେଠାରେ ୧୨ ବର୍ଷ କାର୍ଯ୍ୟ କରିବା ବେଳେ ସେ ଅନ୍ତର୍ଜାତୀୟ କର୍ପୋରେଟ୍‌ ଜଗତର ବ୍ୟକ୍ତିବିଶେଷଙ୍କ ସହ ମିଶିବାର ସୁଯୋଗ ପାଇଥିଲେ। ୨୦୧୬ରେ ସେ ସୋଲାରସିଟିରେ ଯୋଗ ଦେଇଥିଲେ। ତେବେ ଯୋଗକୁ ସେହିବର୍ଷ ଟେସ୍‌ଲା ୨.୫ ବିଲିୟନ ଡଲାରରେ ସୋଲାରସିଟିକୁ ଅଧିଗ୍ରହଣ କରିଥିଲା। ଫଳରେ ବୈଭବଙ୍କୁ ଗୁରୁଦାୟିତ୍ୱ ମିଳିଥିଲା। ଏପରିକି ଗୋଟିଏ ବର୍ଷରେ ସେ ଭାଇସ୍‌ ପ୍ରେସିଡେଣ୍ଟ, ଆକାଉଣ୍ଟିଂ ଅପରେସନ୍ସ ଏବଂ କର୍ପୋରେଟ୍‌ କଣ୍ଟ୍ରୋଲର ପଦବୀ ଧାରଣ କରି ଉତ୍ତମ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତେବେ ଫେବୃୟାରୀ ୨୦୧୭ରେ ସେ ବିଧିବଦ୍ଧ ଭାବେ ଟେସ୍‌ଲା ଇଙ୍କ୍‌ରେ ଆସିଷ୍ଟାଣ୍ଟ କର୍ପୋରେଟ୍‌ କଣ୍ଟ୍ରୋଲର ପଦବୀ ପାଇଥିଲେ। କାର୍ଯ୍ୟ ପ୍ରତି ନିଷ୍ଠା ଯୋଗୁ ମେ’ ୨୦୧୮ରେ ତାଙ୍କୁ କର୍ପୋରେଟ୍‌ କଣ୍ଟ୍ରୋଲର ଭାବେ ପଦୋନ୍ନତି ମିଳିଥିଲା। ପରେ ମାର୍ଚ୍ଚ ୨୦୧୯ରେ ସଂସ୍ଥା ତାଙ୍କୁ ଚିଫ୍‌ ଆକାଉଣ୍ଟିଂ ଅଫିସର କରିଥିଲା। ସିଏଫ୍‌ଓ ପଦବୀକୁ ଯିବା ପୂର୍ବରୁ ସେ ଟେସ୍‌ଲାର ଭାରତୀୟ ଶାଖା, ଟେସ୍‌ଲା ଇଣ୍ଡିଆ ମୋଟର୍ସ ଆଣ୍ଡ୍‌ ଏନାର୍ଜୀ ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକ ରହିଥିଲେ। ବୈଭବ ଏଭଳି ଏକ ସମୟରେ ଟେସ୍‌ଲାରେ ଯୋଗଦେଇଥିଲେ, ଯେତେବେଳେ କମ୍ପାନୀ ଲାଭ ଅପେକ୍ଷା ବିକ୍ରିକୁ ଅଧିକ ଗୁରୁତ୍ୱ ଦେଉଥିଲା। ପ୍ରଯୁକ୍ତି, ଅର୍ଥ, ରିଟେଲିଂ ଓ ଟେଲିକମ୍ୟୁନିକେଶସନ୍ସ ଆଦି କ୍ଷେତ୍ରରେ ପ୍ରଚୁର ଅଭିଜ୍ଞତା କମ୍ପାନୀକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ଲିଙ୍କ୍‌ଡ୍‌ଇନ୍‌ରେ ସେ ତାଙ୍କ ଦକ୍ଷତା ଓ ଶକ୍ତି ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି- ‘ୟୁଏସ୍‌ ଜେନେରାଲି ଆକ୍‌ସେପ୍ଟବଲ୍‌ ଆକାଉଣ୍ଟିଂ ପ୍ରିନ୍ସିପଲ୍ସ ବିଷୟକୁ ସେ ଭଲ ଭାବେ ବୁଝିଥିବାରୁ ଏବଂ ୧୭ ବର୍ଷରୁ ଅଧିକ କାଳ ବିଭିନ୍ନ ଅର୍ଥ ସମ୍ବନ୍ଧୀୟ ଶିଳ୍ପରେ ଅଭିଜ୍ଞତା ରଖିଥିବାରୁ ଉତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛନ୍ତି। ନୂଆ ବ୍ୟବସାୟ ସ୍ଥାପନ, ସ୍ଥାୟୀ ଶିଳ୍ପକୁ ଆଗକୁ ନେବାରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକକୁ ଦୂର କରିବା ଲାଗି ଯେଉଁ ଦକ୍ଷତାର ଆବଶ୍ୟକତା ରହିଥାଏ, ସେହି ଦିଗରେ ସେ ଅନେକ କସରତ କରିଥିବାରୁ ତାଙ୍କୁ ସଫଳତା ମିଳିଛି’। ପୂର୍ବତନ ସିଏଫ୍‌ଓ ଜାଚାରି କିରଖୋର୍ନ ମଧ୍ୟ ଲିଙ୍କ୍‌ଡ୍‌ଇନ୍‌ରେ ବୈଭବଙ୍କୁ ସିଏଫ୍‌ଓ ଭାବେ ଅବସ୍ଥାପିତ କରାଯାଇଥିବା ଘୋଷଣା କରିବା ସହ ତାଙ୍କୁ ପ୍ରଶଂସା କରିଥିଲେ। ଉଭୟ ମିଶି କାମ କରିବାର ଅବଧି ଗର୍ବର ସମୟ ଥିଲା ବୋଲି କହିଥିଲେ। ପ୍ରତିଭାସମ୍ପନ୍ନ ତଥା କଠିନ ପରିଶ୍ରମୀ ହୋଇଥିବାରୁ ବୈଭବ ଏଭଳି ସ୍ଥାନରେ ପହଞ୍ଚତ୍ପାରିଲେ ବୋଲି ସେ କହିଥିଲେ। ଏଥିସହିତ ଏଲନ ମସ୍କଙ୍କ ନେତୃତ୍ୱ ଓ ଆଶାବାଦୀ ଆଭିମୁଖ୍ୟ ଯୋଗୁ ବହୁ ଲୋକ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ ହୋଇଥାଆନ୍ତି ବୋଲି କିରଖୋର୍ନ କହିଛନ୍ତି। ଜଣେ ବିଦାୟୀ ସିଏଫ୍‌ଓ ନବନିଯୁକ୍ତ ସିଏଫ୍‌ଓଙ୍କୁ ପ୍ରଶଂସା କରିବା ସହିତ ମାଲିକଙ୍କ ସକାରାତ୍ମକ କାର୍ଯ୍ୟଧାରାକୁ ସାର୍ବଜନୀନ କରିବା ଆମେରିକାର ଉଚ୍ଚ କର୍ପୋରେଟ୍‌ ସଂସ୍କୃତିକୁ ଦର୍ଶାଉଛି।
ପ୍ରତିଭା ଓ କଠିନ ଅଧ୍ୟବସାୟ ବଳରେ ଜଣେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସମ୍ଭବ ହୋଇଥାଏ ବୋଲି ବୈଭବ ତା’ର ପ୍ରମାଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri