Posted inଜାତୀୟ

ଏଲ୍‌ଓସିରେ ଆତଙ୍କବାଦୀ ପୁଣି ସକ୍ରିୟ, ଅସ୍ତ୍ର ବିରତି ସମୟରେ ଲଞ୍ଚ୍‌ ପ୍ୟାଡ୍‌ ସୁଦୃଢ଼ କରିଛି ପାକିସ୍ତାନ…

ନୂଆଦିଲ୍ଲୀ, ୧୯।୪ : ଜମ୍ମୁ- କଶ୍ମୀର ର ଲାଇନ ଅଫ କଣ୍ଟ୍ରୋଲ ଏଲ୍‌ଓସି) ରେ ପୁଣି ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ଫୋଷ୍ଟ ନିକଟରେ ଅବସ୍ଥିତ ଲଞ୍ଚ୍‌ ପ୍ୟାଡ୍‌ରେ ଏବେ ୬୦ ରୁ ୮୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି। ଭାରତରେ ଅନୁପ୍ରବେଶ ପାଇଁ ସେମାନେ ସୁଯୋଗକୁ ଅପେକ୍ଷା କରି ରହିଥିବା ଅଧିକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି। ସେମାନେ ଆଫଗାନିସ୍ତାନରୁ ଫେରିଥିବା ଆତଙ୍କବାଦୀ ବୋଲି ଅନୁମାନ କରାଯାଉଛି। ସେମାନଙ୍କୁ ଏଠାରେ ତାଲିମ ଦିଆଯାଉଛି ।

ଗ୍ରୀଷ୍ମ ମାସରେ ସେମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ତେବେ, ଏହି ଆତଙ୍କବାଦୀମାନଙ୍କୁ ଭାରତ ପଠାଇବା ପୂର୍ବରୁ ପାକିସ୍ତାନକୁ ଦୁଇଥର ଚିନ୍ତା କରିବାକୁ ପଡ଼ିବ ବୋଲି ଭାରତୀୟ ଅଧିକାରୀ କହିଛନ୍ତି। ଇସଲାମାବାଦ ଏବେ ମଧ୍ୟ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ୍‌) ର ଗ୍ରେ ତାଲିକାରେ ଅଛି ବୋଲି ଅଧିକାରୀମାନେ ମତ ଦେଇଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀ ଭିତ୍ତିଭୂମି ଭାଙ୍ଗିବା ପରେ ହିଁ ପାକିସ୍ତାନର ନିଷ୍ଠାପରତା ଆକଳନ କରାଯାଇପାରିବ। ଏଲ୍‌ଓସିରେ ଅସ୍ତ୍ର ବିରତିର ସୁଯୋଗ ନେଇ ପାକିସ୍ତାନ ସୀମାପାର ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ଗୁଡ଼ିକୁ ସୁଦୃଢ଼ କରିଥିବା ଅଧିକାରୀମାନେ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ୨୦୧୯ ରେ ପାକିସ୍ତାନ ଭାରତୀୟ ସେନାର କଠୋର ଆଭିମୁଖ୍ୟ ପରେ ଏହି ଲଞ୍ଚ ପ୍ୟାଡରୁ ଦୂରରେ ରହିଥିଲା।

ଫିଲ୍ଡ ୟୁନିଟ ଗୁପ୍ତଚର ଇନପୁଟ ଏବଂ ନୀରିକ୍ଷଣ ଅନୁଯାୟୀ, ଏହି ଲଞ୍ଚ ପ୍ୟାଡରେ ଏବେ ୬୦ରୁ ୮୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି। ଏହା ଗତ ବର୍ଷ ଅଗଷ୍ଟରୁ ପୁଣି ସକ୍ରିୟ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଆତଙ୍କବାଦୀ ହୋଇପାରନ୍ତି ଯେଉଁମାନେ ଆଫଗାନିସ୍ତାନ ଯୁଦ୍ଧରୁ ଫେରିଛନ୍ତି। ଅଧିକାରୀ କହିଛନ୍ତି ଯେ ଭାରତୀୟ ସେନା ପକ୍ଷରୁ ଏଲ୍‌ଓସିରେ ରଣନୀତିକ କାର୍ଯ୍ୟକ୍ରମକୁ ବଜାୟ ରଖାଯାଇଥିବାବେଳେ ଆତଙ୍କବାଦୀମାନେ ଯେଭଳି ଅନୁପ୍ରବେଶ ନକରନ୍ତି ସେଥିପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଛି।

ସମସ୍ତ ପ୍ରକାରରଆହ୍ବାନର ମୁକାବିଲା ପାଇଁ ଆଣ୍ଟି-ଇନଫିଲଟ୍ରେଶନ ଗ୍ରୀଡ ଏବଂ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri