Posted inଜାତୀୟ

ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଶହୀଦ୍‌, ଜଣେ କାଉନସିଲରଙ୍କ ମୃତ୍ୟୁ

ଶ୍ରୀନଗର,୨୯।୩: ଜମ୍ମୁ-କଶ୍ମୀରର ସୋପୋରରେ ବିଡ଼ିସି ବୈଠକରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ପିଏସ୍‌ଓ ଶହୀଦ ହୋଇଥିବାବେଳେ ଜଣେ କାଉସିଲରଙ୍କର ମୃତ୍ୟୁ ଘଟିଛି। ପିଏସ୍‌ଓଙ୍କ ନାମ ମୁସ୍ତାକ ଅହମ୍ମଦ ବୋଲି କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏହି ଘଟଣାରେ କାଉନସିଲର ରିଆଜ୍‌ ଅହମ୍ମଦଙ୍କର ମୃତ୍ୟୁ ଘଟିଛି। ବିଡ଼ିସି ଅଧ୍ୟକ୍ଷା ଫରିଦା ଖାଁ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲଭେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀମାନେ ଅଚାନକ ବୈଠକ ହେଉଥିବା ଡାକବଙ୍ଗଳାରେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାପରେ ସେମାନେ ବାଇକ୍‌ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘଟଣାସ୍ଥଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିଥିଙ୍କ ଦେହରେ ଅଇଁଠା ପ୍ଲେଟ୍‌ ବାଜିବାରୁ ଓ୍ବେଟରଙ୍କୁ ପିଟିପିଟି ହତ୍ୟା: ୩ ଅଭିଯୁକ୍ତ ଚିହ୍ନଟ

ଗାଜିଆବାଦ,୭ା୧୨: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଅଇଁଠା ପ୍ଲେଟ୍‌ ଥିବା ଏକ ଟ୍ରେ ଅତିଥିମାନଙ୍କ ଦେହରେ ବାଯିବାରୁ ଜଣେ ୨୬ ବର୍ଷୀୟ ଓ୍ବେଟରଙ୍କୁ...

‘ଭାଜପାର ସଫଳତା ହାର ୫୬ ପ୍ରତିଶତ, କଂଗ୍ରେସର…’: ମୋଦି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ ସରକାର ଚଳାଇବା ପାଇଁ ଭାଜପା ଲୋକଙ୍କ ପ୍ରିୟ ପାଲଟିଛି।...

ରେଣୁକା ସିଂ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ!

ରାୟପୁର,୭।୧୨: ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଭରତପୁର-ସୋନହତ ଆସନରୁ ନିର୍ବାଚନରେ ବିଜୟୀ ହୋଇଥିବା ରେଣୁକା ସିଂ ଗୁରୁବାର ଭାଜପା...

‘ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ହେବ ନାହିଁ’, ଅଜିତ ପାଓ୍ବାରଙ୍କୁ ଚିଠି ଲେଖିଲେ ଫଡନାଭିସ

ମୁମ୍ବାଇ,୭।୧୨: ମନି ଲଣ୍ଡରିଂ ମାମଲାରେ ୧୮ମାସ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ...

କ୍ଷମା ମାଗିଲେ ଭାଜପା ଏମପି

ନୂଆଦିଲ୍ଲୀ,୭।୧୨: ବିଏସପି ଏମପି ଦାନିଶ ଅଲିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପା ଏମପି ରମେଶ ବିଧୁରୀ କ୍ଷମା ମାଗିଛନ୍ତି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ...

ଘର-ଜମି କିଣିବା ପୂର୍ବରୁ କରାଇ ନିଅନ୍ତୁ ଆଧାର ସହ ପାନ ଲିଙ୍କ: ନ ହେଲେ କଟିବ ଅଧିକ ଟିଡିଏସ…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ...

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri