ଆତଙ୍କବାଦୀ ଆକ୍ରମଣ ଓ କଶ୍ମୀର

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ଗଡୋଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୪ ଯବାନ ଶହୀଦ ହେବା ଘଟଣା ଜମ୍ମୁ-କଶ୍ମୀର ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ପ୍ରତି କେବଳ ଏକ ନୂତନ ଚାଲେଞ୍ଜ ଭାବେ ଉଭା ହୋଇନାହିଁ, ଶାନ୍ତି ପ୍ରକ୍ରିୟା ଉପରେ ଏକ କଳାଦାଗ ସୃଷ୍ଟି କରିପାରିଛି ବୋଲି କୁହାଯାଇପାରିବ। କହିବା ବାହୁଲ୍ୟ ଯେ, ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରି ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଅର୍ଥାତ୍‌ ଦୀର୍ଘ ସାଢେ ୩ବର୍ଷରେ ଉପତ୍ୟକାରେ ଏହା ହେଉଛି ସବୁଠାରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ସହକାରେ ବିଚାର ବିମର୍ଷ କରୁଥିବା ସମୟରେ ଏବଂ ତୃଣମୂଳ ସ୍ତରରେ ଗଣତନ୍ତ୍ର ପୁନଃ ପ୍ରତିଷ୍ଠା ଆସନ୍ତା ଅକ୍ଟୋବର ମାସରେ ଗ୍ରାମପଞ୍ଚାୟତ ଏବଂ ସ୍ବାୟତ୍ତ ଶାସନ ସଂସ୍ଥାରେ ନିର୍ବାଚନ କରିବା ଲାଗି ସରକାରୀ କାର୍ଯ୍ୟସୂଚୀ ଘୋଷଣା କରିଥିବାବେଳେ ସୀମାପାର ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ ଏହାକୁ ଭଣ୍ଡୁର କରିବା ପାଇଁ ଏକ ଷଡ଼ଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ। ଅନନ୍ତନାଗ ଜିଲାର ଗଡୋଲ ତଥା ପୀର ପାୱାର ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ କଲୋନେଲ ମନପ୍ରୀତ୍‌ ସିଂହ, ମେଜର ଆଶିଷ ଧୋନଚାକ ଏବଂ ପୋଲିସ ଡିଏସ୍‌ପି ହୁମାୟନ ଭଟ୍ଟ ଏନ୍‌କାଉଣ୍ଟରରେ ଶହୀଦ ହୋଇଥିବାବେଳେ ଗୁଳିମାଡ଼ରେ ଗୁରୁତର ଆହତ ଅନ୍ୟଜଣେ ଯବାନ ହସ୍‌ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ହାତ ଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଆକ୍ରମଣ ଘଟଣା ଜମ୍ମୁ-କଶ୍ମୀର ପୀର ଫଜାଲ ଅଞ୍ଚଳ ଏବେ ଆତଙ୍କବାଦୀଙ୍କ ନୂଆ ଆଡ୍‌ଡା ସ୍ଥଳୀରେ ପରିଣତ ହୋଇଛି ବୋଲି କୁହାଯାଇପାରେ।
ଉଲ୍ଲେଖଯୋଗ୍ୟ ଯେ, ପୀର ଫଜାଲ ଅଞ୍ଚଳରେ ୨୦୨୧ ଜାନୁୟାରୀଠାରୁ ୨୦୨୩ ମେ’ ୩୦ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୪ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ୭୫ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। କିନ୍ତୁ ସହସଂଗଠିତ ଆତଙ୍କବାଦୀ ଆକ୍ରମଣ ଏବଂ କେନ୍ଦ୍ର ଓ ରାଜ୍ୟ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି, ଏଥିରେ ସନ୍ଦେହ ନାହିଁ। ଏହା ନିଶ୍ଚିତ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ଆତଙ୍କବାଦୀ ଆତଙ୍କବାଦର ନୂଆ ନୂଆ କୌଶଳ ଅବଲମ୍ବନ କରିଥିଲେ ମଧ୍ୟ ୪ ଯବାନ ଶହୀଦ ହେବା ପ୍ରଥମ ଘଟଣା। ଗତ ୪୦ ମାସ ରାଜ୍ୟରେ କଁା ଭାଁ ଆକ୍ରମଣ ବ୍ୟତୀତ ବଡ଼ ଧରଣର ଆତଙ୍କବାଦୀ ହିଂସାକାଣ୍ଡ ଘଟି ନ ଥିଲା। ପରିସ୍ଥିତି ଏବଂ ପରିବେଶ ଏକ ପ୍ରକାର ଶାନ୍ତ ରହିଆସିଥିଲା। ଆତଙ୍କବାଦୀଙ୍କ ହିଂସାକାଣ୍ଡ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଥିଲା। ଏକ ରିପୋର୍ଟରୁ ଜଣାଯାଇଛି ଯେ, ଚଳିତବର୍ଷ ଆରମ୍ଭରୁ ଜୁଲାଇ ୩୧ ତାରିଖ ସୁଦ୍ଧା ୩୦ଟି ଆତଙ୍କବାଦୀ ହିଂସାକାଣ୍ଡ ସଂଗଠିତ ହୋଇଥିବାବେଳେ ୨୦୨୨ରେ ଏହି ସମୟ ମଧ୍ୟରେ ୧୨୫ଟି ହିଂସାକାଣ୍ଡ ଘଟଣା ଘଟିଥିଲା। ଏହା ସତ୍ତ୍ୱେ ଦେଶର ଭୂସ୍ବର୍ଗ ଭାବେ ପରିଚିତ କଶ୍ମୀର ଉପତ୍ୟକାକୁ ଗତବର୍ଷ ୧କୋଟି ୮୮ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିବା ସରକାରୀ ରିପୋର୍ଟରୁ ଜଣାଯାଇଛି। ଏଥିରେ ବୋଧହୁଏ କେହି ଦ୍ୱିମତ ହେବେ ନାହିଁ ଯେ, ପାକିସ୍ତାନରେ ରାଜନୈତିକ ଅସ୍ଥିରତା, ଉକତ୍ଟ ଦାରିଦ୍ର୍ୟ, ଆକାଶଛୁଅଁା ଦରଦାମ ଏବଂ ଲୋକେ ଭୋକ ଉପାସରେ ରହୁଥିବାବେଳେ ଭାରତରେ ଶାସନରେ ସ୍ଥିରତା, ବିଭିନ୍ନ କ୍ଷେତ୍ରରେ ପ୍ରଗତି, ଚନ୍ଦ୍ର ଅଭିଯାନରେ ଐତିହାସିକ ସଫଳତା ଏବଂ ବିଶ୍ୱ ଦରବାରରେ ପ୍ରତିଷ୍ଠାକୁ ସହ୍ୟ କରିପାରି ଆତଙ୍କବାଦୀଙ୍କୁ ଆୟୁଧ କରି ଭାରତ ବିରୋଧରେ ଛାୟାଯୁଦ୍ଧ ଚଳାଇଛି ବୋଲି କହିଲେ ହୁଏତ ଅତିରଞ୍ଜିତ ହେବ ନାହିଁ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ‘ପାକ୍‌ ଅଧିକୃତ କଶ୍ମୀର’ (ପୋକ୍‌)ର ଜନସାଧାରଣ ଭାରତରେ ମିଶିବା ପାଇଁ ଇସ୍‌ଲାମବାଦ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସମୟରେ କଶ୍ମୀର- ଲସ୍କର-ଇ-ତୋଇବା ହିଂସାକାଣ୍ଡ ଭିଆଇଛି। କେବଳ ଏତିକି ନୁହେଁ, କଶ୍ମୀରର ପ୍ରକୃତ ନିୟନ୍ତ୍ରଣରେଖା ସୀମାନ୍ତ ଅଞ୍ଚଳରେ ଏବେ ବହୁ ଆତଙ୍କବାଦୀ ତାଲିମ ଶିବିର ପ୍ରତିଷ୍ଠା ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହା ଯଦି ସତ୍ୟ ହୋଇଥାଏ, ତେବେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପ୍ରତି ସତର୍କ ରହିବା ଜରୁରୀ।

  • ସୌଭାଗ୍ୟ ରଞ୍ଜନ ମହାନ୍ତି
    ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
    ମୋ-୯୪୩୭୯୯୪୩୭୯

Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri