ରାଜଧାନୀରେ ଖଣ୍ଡା ବୁଲାଇ ଆତଙ୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ହାତରେ ଧରିଥିଲେ ଖଣ୍ଡା ଓ ଷ୍ଟିଲ୍‌ ପାଇପ। ହାବୁଡ଼ରେ ଯାହା ପଡୁଥିଲା ହାଣୁଥିଲେ, ଭାଙ୍ଗୁ ଥିଲେ। ସ୍ଥାନୀୟ ଲୋକ ଓ କମିଶନରେଟ ପୋଲିସକୁ ଇଙ୍ଗିତ କରି ଧମକ ବି ଦେଉଥିଲେ। ଫଳରେ ଭୟରେ ପ୍ରାଣ ବିକଳରେ ବ୍ୟବସାୟୀ ଓ ଲୋକେ ଦୌଡିଥିଲେ। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୟାଲ +୨ ସାଇନ୍ସ କଲେଜ ଆଗରେ ରବିବାର ମଧ୍ୟାହ୍ନରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଭାଇଗିରି ଦେଖାଇବାକୁ ସ୍ପଷ୍ଟ ଦିବାଲୋକରେ ଅଧଘଣ୍ଟା ଧରି ଆତଙ୍କ ଖେଳାଉଥିବା ୨ ଅଭିଯୁକ୍ତଙ୍କୁ ଶେଷରେ ଗିରଫ କରିଛି ପୋଲିସ। ଅଭିଯୁକ୍ତଦ୍ୱୟ ହେଲେ ମଞ୍ଚେଶ୍ୱର ଥାନା ଅଞ୍ଚଳ ପଳାଶୁଣିର ରାକେଶ ରଞ୍ଜନ ମହାନ୍ତି (୩୫) ଓ ଜଗନ୍ନାଥ କଲୋନୀର ଅଜିତ ଗିରି ଓରଫ ବାଦଲ (୨୧)। ସେମାନଙ୍କଠାରୁ ଗୋଟିଏ ଖଣ୍ଡା, ଷ୍ଟିଲ୍‌ ପାଇପ ଓ ୨ ମୋବାଇଲ ଜବତ କରାଯାଇଛି। ଏଥିସହ ପୋଲିସ ମାମଲା (ନଂ.୧୬୭ /୨୨) ରୁଜୁ କରି ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ରବିବାର ଦିନ ପ୍ରାୟ ୧୨ଟା ୩୦ ହେବ। ରୟାଲ +୨ ସାଇନ୍ସ କଲେଜ ନିକଟ ପ୍ରଭାତ ମଲ୍ଲଙ୍କ ଚା ଦୋକାନରେ ଗ୍ରାହକମାନେ ଚା’ ପିଉଥିଲେ। ଏହି ସମୟରେ ଅଭିଯୁକ୍ତ ରାକେଶ ଓ ସହଯୋଗୀ ଅଜିତ ମଦ୍ୟପାନ କରି ଏକ କାରରେ ଆସି ସେଠାରେ ପହଞ୍ଚତ୍ଥିଲେ। ସେମାନେ କାର୍‌ରୁ ଫିଲ୍ମ ଷ୍ଟାଇଲରେ ଓହ୍ଲାଇ ଏକ ଷ୍ଟିଲ୍‌ ପାଇପ୍‌ରେ ପ୍ରଭାତଙ୍କୁ ଆକ୍ରମଣ କଲେ। ଏଥିସହ ଦୋକାନ ଆଗରେ ଥିବା କାଚ ଥଣ୍ଡା ବୋତଲଗୁଡିକୁ ଭାଙ୍ଗି ଉତ୍ପାତ କରିଥିଲେ। ଅଭିଯୁକ୍ତଙ୍କୁ ଏଭଳିକାଣ୍ଡ ଦେଖି ଦୋକାନରେ ଚା ପିଉଥିବା କେତେଜଣ ଲୋକ ଏହାକୁ ବିରୋଧ କରିବାରୁ ସେମାନେ ଖରାପ ଭାଷାରେ ଗାଳିଗୁଲଜ କରି ସେଠାରୁ ପଳାଇଥିଲେ। ଏହାର ୧୫ ମିନିଟ ପରେ ସେମାନେ ପୁଣି ଉକ୍ତ କାରରେ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ଗାଡିରୁ ବଡ଼ ଖଣ୍ଡା ବାହାର କରି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଫଳରେ କେତେଜଣ ଆହତ ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ। ଏହାପରେ ଅଭିଯୁକ୍ତ ଦ୍ୱୟ ଦୋକାନର ଶଟର ଓ ସମ୍ମୁଖରେ ଥିବା ଏକ ବାଇକକୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇଥିଲେ। ଅଭିଯୁକ୍ତ ରାକେଶ ନିଜକୁ ବଡ ଗୁଣ୍ଡା ଓ ଭୁବନେଶ୍ୱରର ଡନ୍‌ ବୋଲି କହୁଥିଲେ। ମୋ ରାଜୁତି ଚାଲିବ, କେହି କିଛି କରିପାରିବେ ନାହିଁ କହି ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ଖବର ପାଇ ପିସିଆର ପୋଲିସ ପହଞ୍ଚତ୍ ଅଭିଯୁକ୍ତଦ୍ୱୟଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ। ବହୁ କଷ୍ଟରେ ପୋଲିସ ସେମାନଙ୍କୁ କାବୁ କରି ଥାନାକୁ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?