ନିର୍ବାଚିତ ହେଲେ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର, ୨୪।୫: (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏ୍‌ମ୍‌ସି)ର ଷ୍ଟାଣ୍ଡିଂ କମିଟି ଗଠନ ହେବାର ୨୦ଦିନ ପରେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସୋମବାର ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୦ କମିଟି ମଧ୍ୟରୁ ନିୟମ ଅନୁଯାୟୀ କଣ୍ଟ୍ରାକ୍ଟସ୍‌ କମିଟିର ଅଧ୍ୟକ୍ଷ ଭାବେ ମେୟର ସୁଲୋଚନା ଦାସ ରହିଛନ୍ତି। ବାକି ୯ଟି କମିଟିର ଅଧ୍ୟକ୍ଷ ପଦ ବିଜେଡି କର୍ପୋରେଟରଙ୍କୁ ମିଳିଛି। ବିଶେଷକରି ଯେଉଁମାନେ ଡେପୁଟି କମିଶନର ଦୌଡରେ ରହିଥିଲେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ପୁରୁଣା ତଥା ଏକାଧିକଥର ଜିତିଥିବା କର୍ପୋରେଟରଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଟ୍ୟାକସେସନ୍‌, ଫାଇନାନ୍ସ ଆଣ୍ଡ୍‌ ଆକାଉଣ୍ଟସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୱାର୍ଡ଼ ନଂ. ୬ର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ନିର୍ବାଚିତ ହୋଇଥିବାବେଳେ ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ଜଳ ଯୋଗାଣ, ଡ୍ରେନେଜ୍‌ ଓ ପରିବେଶ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୱାର୍ଡ ନଂ.୫୯ର କର୍ପୋରେଟର ବିରଞ୍ଚତ୍ ନାରାୟଣ ମହାସୂପକାର, ସର୍ବସାଧାରଣ କାର୍ଯ୍ୟ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୪୫ କର୍ପୋରେଟର ଅମରେଶ ଜେନା, ଯୋଜନା ଏବଂ ବିକାଶ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ. ୩୨ର କର୍ପୋରେଟର ଶ୍ରୀଧର ଜେନା, ଶିକ୍ଷା, ମନୋରଞ୍ଜନ ଏବଂ ସଂସ୍କୃତି ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୧ର କର୍ପୋରେଟର ମିହିର ରାଉତ, ଲାଇସେନ୍ସ ଆଣ୍ଡ୍‌ ଅପିଲ୍‌ ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୨୦ର ପ୍ରେମାନନ୍ଦ ଜେନା, କର୍ପୋରେଶନ ପ୍ରତିଷ୍ଠା ଷ୍ଟାଣ୍ଡିଂ କମିଟିରେ ୱାର୍ଡ଼ ନଂ.୩୧ର କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ଅଭିଯୋଗ ଏବଂ ସାମାଜିକ ନ୍ୟାୟ କମିଟିରେ ୱାର୍ଡ଼ ନଂ.୫୧ର କର୍ପୋରେଟର ବିନୟିନୀ ଜେନା, ବସ୍ତିବାସିନ୍ଦା ଥଇଥାନ ସମ୍ପର୍କିତ ଅତିରିକ୍ତ କମିଟିର ଅଧ୍ୟକ୍ଷ ଭାବେ ୱାର୍ଡ଼ ନଂ.୫୩ର କର୍ପୋରେଟର ମହାମାୟା ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଷ୍ଟାଣ୍ଡିଂ କମିଟି ସଦସ୍ୟ ମନୋନୀତ ହେବାର ୭ଦିନ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚିତ ହେବାର ଥିଲେ ମଧ୍ୟ ତାହା ହୋଇପାରି ନ ଥିଲା। ଅପରପକ୍ଷେ ଷ୍ଟାଣ୍ଡିଂ କମିଟିରେ ବିଜେଡି, ଭାଜପା ଏବଂ ସ୍ବାଧୀନ କର୍ପୋଟେରଙ୍କୁ ସ୍ଥାନ ମିଳିଥିଲେ ବି ଅଧ୍ୟକ୍ଷ ପଦବୀ ବିଜେଡି କବ୍‌ଜାରେ ରହିଛି। କାର୍ଯ୍ୟକ୍ରମରେ କମିଶନର ସଞ୍ଜୟ କୁମାର ସିଂହ, ଡେପୁଟି ମେୟର ମଞ୍ଜୁଲତା କଅଁର, ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ କମିଶନର ବିନୟ କୁମାର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ସଂଜୀବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଡେପୁଟି କମିଶନର କମଳାକାନ୍ତ ବେହେରା ନିର୍ବାଚନ ପରିଚାଳନା କରିଥିଲେ।
ଓଡିଶା ମହାନଗର ନିଗମ ଆଇନ୍‌-୨୦୦୩ର ଧାରା-୧୦ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେଶନ (ପ୍ରୋସିଜିଓର ଆଣ୍ଡ କଣ୍ଡକ୍ଟ ଅଫ୍‌ ବିଜିନେସ୍‌) ରୁଲସ୍‌-୨୦୦୩ର ନିୟମ-୨୧(୩) ଅନୁଯାୟୀ ବିଏମ୍‌ସିର ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ପୂର୍ବରୁ ସମସ୍ତ ୬୬ଜଣ ଷ୍ଟାଣ୍ଡିଂ କମିଟି ସଦସ୍ୟାସଦସ୍ୟ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବାବେଳେ ୯ଟି କମିଟିରେ ୭ ଜଣ ଲେଖାଏ ଓ ଗୋଟିଏ କମିଟିରେ ୩ଜଣ ସଦସ୍ୟାସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବର୍ଷ କେବଳ ପରମ୍ପରା ବଜାୟ ରଖିବା ପାଇଁ ହେବ ପୂଜା: ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗୁରୁବାର ଗାଇଡଲାଇନ୍‌ ଜାରି କରାଯାଇଛି। ଆଗକୁ ଆସୁଥିବା ଦୁର୍ଗା ପୂଜା, କାଳୀ ପୂଜା,...

ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ପାଇଁ ବଢ଼ିଲା କଟକଣା: ଏଥର ବାଜାବାଲାଙ୍କୁ ମିଶାଇ ବିବାହରେ ଯୋଗଦେବେ ୨୫

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଜୁନ ୧ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ ବଢ଼ାଇ ଥିବା ବେଳେ ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ କଟକଣା ବଢ଼ିଛି। ପୂର୍ବରୁ...

ଆଜି ରାଜ୍ୟରୁ ୩୩୨୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୨୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୯,୨୪୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

କ୍ଷେତରେ ଚାଲିଗଲା ଚାଷୀଙ୍କ ଜୀବନ

ସଇଁତଳା,୪।୭: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ପିପୃଟ କୁସମମୁଣ୍ଡା ଗାଁରେ ବଜ୍ରପାତ ଘଟି ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ...

ମାସ୍କ ନ ପିନ୍ଧିଲେ ଜରିମାନା ସହ ଗିରଫ କରାଯିବ: ଡିଜିପି

ଭୁବନେଶ୍ୱର, ୧।୬(ବ୍ୟୁରୋ): ବାହାରେ ଛେପ ପକାଇଲେ ଓ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ। ପ୍ରଥମ ଓ ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ...

ଭାଜପା ପ୍ରଚାରକୁ ବିରୋଧ କରି ଆକ୍ରମଣ: ୨ ଭାଜପା ନେତା ଆହତ

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ)- ରାଜଧାନୀରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ନୀଳାଦ୍ରିବିହାରରେ ପ୍ରଚାରକୁ ନେଇ...

୪.୪୨ କୋଟି ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ଅଲୋଡ଼ା

ନୟାଗଡ଼ ଅଫିସ,୭।୪: ପୁଣି ଅଲୋଡ଼ା ହୋଇଛି ନୂଆ ବସ୍‌ଷ୍ଟାଣ୍ଡ। ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡକୁ ବସ୍‌ ଯିବା ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି...

ରାଜ୍ୟରେ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୫୧ କୁ ବୃଦ୍ଧି ପାଇଛି। କେବଳ...

Advertisement
Archives

Model This Week