ବିମାନବନ୍ଦର ପରିସର ବାହାରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ଼େ ବ୍ୟାପିବାରୁ…

ଝାରସୁଗୁଡ଼ା,୨ା୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନବନ୍ଦର ପରିସର ବାହାରେ ଥିବା କୁଟି ଜଙ୍ଗଲଠାରେ ସୋମବାର କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାକୁ ଆୟତ୍ତ କରିବା ପାଇଁ ୫ ଟି ଦମକଳ ନିୟୋଜିତ ହୋଇଥିବା ବେଳେ ପ୍ରାୟ ୨ ଘଣ୍ଟା ପରେ ନିଆଁ ଲିଭିଥିଲା।

ସୂଚନାନୁସାରେ, ସୋମବାର ପୂର୍ବାହ୍ନରେ ବିମାନବନ୍ଦର ପରିସର ସମ୍ମୁଖରେ ଥିବା କୁଟି ଜଙ୍ଗଲ ଓ ବୁଦା ଗୁଡିକରେ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁ ଚାରିଆଡେ ବ୍ୟାପିବାରୁ ଭୟଙ୍କର ରୂପ ଧାରଣ କରିଥିଲା। ଏହା ସହିତ ନିଆଁ ଲାଗିଥିବା ସ୍ଥାନରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅତି ନିକଟରେ ଥିବା ବେଳେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍‌ର ଡିପୋ ମଧ୍ୟ ଅଳ୍ପ ଦୂରରେ ରହିଥିଲା। ଫଳରେ ଘଟଣାସ୍ଥଳରେ ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର ପହଞ୍ଚି ୨ଟି ଅଗ୍ନିଶମ ବିଭାଗର, ଗୋଟିଏ ବିମାନ ବନ୍ଦରର ଏବଂ ୨ ଟି ବେଦାନ୍ତ କମ୍ପାନୀର ଦମକଳ ଦ୍ୱାରା ପ୍ରାୟ ୨ ଘଣ୍ଟା ଧରି ନିଆଁ ଲିଭାଇବା ଦ୍ୱାରା ନିଆଁ ଲିଭାଇ ପାରିଥିଲେ।

ଝାରସୁଗୁଡା ତହସିଲଦାର ସଦାକର କୁମ୍ଭାର କହିଛନ୍ତି ଯେ, କୌଣସି କାରଣରୁ ନିଆଁ ଲାଗିଥିଲେ ମଧ୍ୟ ଏହା ସଚେତନତାର ଅଭାବ ଅଟେ। ଯଦି ଆଜି ନିଆଁକୁ ରୋକା ଯାଇ ନ ଥିଲେ ବିମାନବନ୍ଦର ଓ ଆଇଓସିଏଲ ପରି ସମ୍ବେଦନଶୀଳ ସ୍ଥାନରେ ବିରାଟ ବିପଦ ସୃଷ୍ଟି ହୋଇଥାନ୍ତା। ଏଣୁ ବାହାରେ ନିଆଁ ବ୍ୟବହାର କଲେ ନିଜେ ସଚେତନ ହୋଇ ନିଆଁ ବ୍ୟବହାର ପରେ ଲିଭାଇ ଦେବା ଉଚିତ ବୋଲି କହିଛନ୍ତି। ଏହା ସହିତ ଏହି ନିଆଁ ଲିଭାଇଥିବା ଦମକଳ ବାହିନୀକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ବରଗଡ଼ରେ ସ୍କୁଲ ଛୁଟି, ଜିଲା ଶିକ୍ଷା ବିଭାଗର ଘୋଷଣା:

ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ)- ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲାର ସମସ୍ତ ସ୍କୁଲକୁ ଆସନ୍ତାକାଲି ଅର୍ଥାତ୍ ବୁଧବାର ବନ୍ଦ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି…

କଳା ଉତ୍ସବରେ କେଭି ଭଞ୍ଜନଗରର ସଫଳତା: ଆଞ୍ଚଳିକ ସ୍ତରକୁ ଚୟନ

ଭଞ୍ଜନଗର,୨୮।୭(ବାବୁଲା ପ୍ରଧାନ)- ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଆସିକାଠାରେ ମଙ୍ଗଳବାର ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ‘କଳା ଉତ୍ସବ’ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ଭଞ୍ଜନଗରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା…

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’: ସତ୍ୟବାଦୀର ଗୋଟିପୁଅ ନୃତ୍ୟାନୁଷ୍ଠାନ ସମ୍ବର୍ଦ୍ଧିତ

ସାକ୍ଷୀଗୋପାଳ, ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ତେଲେଙ୍ଗାନାରେ ଅନୁଷ୍ଠିତ ଜାତୀୟ ‘ୟାଦାଦ୍ରୀ ନୃତ୍ୟୋତ୍ସବ-୨୦୨୬’ରେ ଉଚ୍ଚକୋଟୀର ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରି ସତ୍ୟବାଦୀ ଅଞ୍ଚଳର ‘ନୀଳାଦ୍ରୀ ଗୋଟିପୁଅ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ବଢୁଛି ବୈତରଣୀ ଜଳସ୍ତର: ବନ୍ୟା ଆଶଙ୍କାରେ ହାଟଡିହୀର ୯ ପଞ୍ଚାୟତବାସୀ, ସ୍ଥାନାନ୍ତର ହେଲେଣି…

ହାଟଡିହୀ/ଛେନାପଦୀ,୨୮।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୈତରଣୀ ନଦୀର ଜଳସ୍ତର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ସରକାରଙ୍କୁ ପୁଣି ବଡ଼ ଆନ୍ଦୋଳନର ଧମକ ଦେଲେ ଅଭିଜିତ ଦିପ୍‌କେ, କହିଲେ ସର୍ତ୍ତ ନ ରଖିଲେ…

ନୂଆଦିଲ୍‌ଲୀ,୨୮।୭: କକରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜିତ୍ ଦୀପକେ ପୁଣି ଥରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri