ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମତ୍ୟୁ ଘଟିଥିବା ବେଳେ ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ବି. କୃଷ୍ଣମୂର୍ତ୍ତି ରେଡ୍ଡୀଙ୍କ ବଡ଼ପୁଅ ବି . ଗଣେଶ ରେଡ୍ଡୀ (୨୬) ଏବଂ ଆହତ ମାନେ ହେଲେ ଆଦିକନ୍ଦପୁର ଗ୍ରାମର ଚେରୁ ରେଡ୍ଡୀ(୨୫) , ଭୂଷୁଣ୍ଡା ଗ୍ରାମର ରାଜା ପ୍ରଧାନ(୨୪) ଓ ସାନଖେମୁଣ୍ଡି ବ୍ଳକ ରାମଚନ୍ଦ୍ରପୁର ଗ୍ରାମର ଆଦର୍ଶ ଦଳାଇ(୨୭) । ଗଣେଶ ଓ ଚେରୁ ଉଭୟ ମିଶି ବୁଲେଟ ନଂ. ( ଓଡି୦୯ଡି- ୩୫୩୭) ଯୋଗେ ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦିଗପହଣ୍ଡିରୁ ଭୂଷୁଣ୍ଡା ଗ୍ରାମକୁ ଯାଉଥିବା ସ୍କୁଟି ନଂ. ( ଓଡି ୦୭ଏଏସ – ୬୪୧୮) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା
ସମସ୍ତେ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ଗଣେଶ ଯୁବ ବିଜେଡିର ଜଣେ ସୁସଙ୍ଗଠକ ହୋଇଥିବାରୁ ଖବରପାଇ ତାଙ୍କ ବହୁ ସଂଖ୍ୟକ ସାଙ୍ଗସାଥି ମୁହୂର୍ତ୍ତକ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସମସ୍ତ ଆହାତଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା ।
ଉପସ୍ଥିତ ଡାକ୍ତର ଗଣେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ରାଜା ଓ ଆଦର୍ଶଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଚେରୁଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ  ସେ ଘରକୁ ଫେରିଛନ୍ତି । ଖବରପାଇ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଦୁଇଟି ଗାଡିକୁ ଜବତ କରି ଥାନାକୁ ନେଇଛନ୍ତି। ସେହିପରି ସୱାସ୍ଥ୍ୟକେନ୍ଦ୍ରରୁ ଗଣେଶଙ୍କ ମୃତଦେହକୁ ପୋଲିସ ଜବତ କରି ଥାନା ମାମଲା ନଂ. ୭୦/୨୬ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ।
ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗଣେଶଙ୍କ ବହୁ ସଂଖ୍ୟକ ସାଙ୍ଗସାଥୀ ଓ ସହପାଠୀ ତାଙ୍କ ପୈତୃକ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ଜଣାପଡିଛି। ଗଣେଶଙ୍କ ମୃତ୍ୟୁରେ ଦିଗପହଣ୍ଡି ବ୍ଲକ ତଥା ସିଦ୍ଧେଶ୍ୱର ପଞ୍ଚାୟତ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା କ୍ଷତ ଶୁଖିନି, ପୁଣି ବାତ୍ୟା ଆଶଙ୍କା, ଅଞ୍ଚଳବାସୀଙ୍କୁ ସତର୍କ କରି ପ୍ରଶାସନ…

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୁଷୋତ୍ତମପୁର ଅଞ୍ଚଳରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପାଣି ଘରୁ ନ ଶୁଖୁଣୁ ପୁଣି ୨, ୩ ଓ ୪…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଣପୁର ପୁଅଙ୍କ କମାଲ, ଜିତିଲେ ୩ଟି ସ୍ୱର୍ଣ୍ଣ, ରାୟଗଡ଼ାରେ ହେବ…

ଗୁଣପୁର,୧।୧୧(ସୁଜାତା ପାଢ଼ୀ): ହରିୟାଣାର ଫରିଦାବାଦଠାରେ ରବିବାର ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଣପୁର ‘ମହାବୀର ଏ-୧ ଜିମ୍’ର ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ…

ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଭାଜପା ରାଜ୍ୟ ସଭାପତି

ଛତ୍ରପୁର/ଗଞ୍ଜାମ,୧ା୧୧(ଦିଲ୍ଲୀପ ସାମଲ/ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ରବିବାର ଛତ୍ରପୁର ନିର୍ବାଚନମଣ୍ଡଳୀ…

ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇର ଦାବି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ଜିଲାପାଳ…

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ…

ବୋଲେରୋରେ ପିଛା କରି ବାଇକ୍ ଅଟକାଇଲେ, ମାଡ଼ ମାରି ମଉସାଙ୍କ ମୁଣ୍ଡ ଫଟାଇଥିଲେ; ପୁତୁରା ଗିରଫ, ଜେଲ୍‌କୁ ଗଲେ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ପାରିବାରିକ କଳହକୁ ନେଇ ମଉସାଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି…

‘ବଲାଙ୍ଗୀର ଦିନ୍’ ଉତ୍ସବର ଶୁଭାରମ୍ଭ: ନାଚ-ଗୀତରେ କମ୍ପିଲା ସହର, ରଙ୍ଗାରଙ୍ଗ ଶୋଭାଯାତ୍ରାରେ ଝୁମିଲେ ଲୋକେ

ବଲାଙ୍ଗୀର,୧।୧୧(ସୁନିଲ କୁମାର ମହାନ୍ତି): ଷଷ୍ଠ ‘ବଲାଙ୍ଗୀର ଦିନ୍’ ଉତ୍ସବ ପାଳନ ଆଜି ରବିବାର ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର ଦିନ୍ ଆୟୋଜକ…

ବଢ଼ିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ପୁଣି ଖୋଲିଲା ୩ ଗେଟ୍‌

ସମ୍ବଲପୁର,୧ା୧୧(ପ୍ରମୋଦ ବହିଦାର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ପ୍ରବଳ ବର୍ଷା ଯୋଗୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି। ସେହି ଅନୁପାତରେ ହୀରାକୁଦ ଜଳଭଣ୍ଡାରକୁ…

ଶେଷ ମ୍ୟାଚ୍‌ରେ ହାରିଲା,ହେଲେ ୩-୨ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ହାମିଲଟନ୍,୧।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଟି-୨୦ ସିରିଜ୍ ୩-୨ ସ୍କୋର ସହ ଶେଷ ହୋଇଛି। ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍ କ୍ରମାଗତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?