କାର୍ଯ୍ୟକାଳ ବୃଦ୍ଧି ସମସ୍ୟା

Dillip Cherian

ନିକଟରେ ନ୍ୟାଶନାଲ ମାଇନିଂ ଡେଭଲପ୍‌ମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି)ର ସିଏମ୍‌ଡି ସୁମିତ ଦେବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଉକ୍ତ ପ୍ରସ୍ତାବ ସେଣ୍ଟ୍ରାଲ ପବ୍ଲିକ୍‌ ସେକ୍ଟର ଏଣ୍ଟର୍‌ପ୍ରାଇଜେସ୍‌(ସିପିଏସ୍‌ଇ)ର ବୋର୍ଡ ସ୍ତରରେ ଦାୟିତ୍ୱ ନିର୍ବାହ କରୁଥିବା ଅଧିକାରୀମାନଙ୍କ ଚାକିରି କାର୍ଯ୍ୟକାଳ ବୃଦ୍ଧିଜନିତ ସମସ୍ୟାକୁ ସାମ୍‌ନାକୁ ଆଣିଛି। ଅବସର ପରେ ଦେବଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ ବଢ଼ାଇବା ପ୍ରସ୍ତାବର ବୈଧତା ଏବଂ ଯୁକ୍ତିଯୁକ୍ତତାକୁ ନେଇ କାର୍ମିକ ମନ୍ତ୍ରଣାଳୟ ଚିନ୍ତାପ୍ରକଟ କରିଛି। କାର୍ମିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଆଇନଗୁଡ଼ିକ ସାଧାରଣତଃ କାର୍ଯ୍ୟକାଳ ବଢ଼ାଇବା ଲାଗି ଅନୁମତି ଦେଇ ନ ଥାଏ ଏବଂ କେବଳ ରୁଗ୍‌ଣ ସିପିଏସ୍‌ଇର ସୁଧାର ପାଇଁ ଅତ୍ୟନ୍ତ ଭଲ କାମ କରୁଥିବା କାର୍ଯ୍ୟରତ ବୋର୍ଡ ସ୍ତରୀୟ ଅଧିକାରୀମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥାଏ। ଯେହେତୁ ଏନ୍‌ଏମ୍‌ଡିସି ଏକ ରୁଗ୍‌ଣ ସିପିଏସ୍‌ଇ ନୁହେଁ, ସେଥିପାଇଁ ଦେବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାରେ ଇସ୍ପାତ ମନ୍ତ୍ରଣାଳୟ ପ୍ରସ୍ତାବର ବୈଧତା ଉପରେ ପ୍ରଶ୍ନ ଉଠିଛି। ଏହାସହ ଏନ୍‌ଏମ୍‌ଡିସି ପାଇଁ ଖାଲିଥିବା ସିଏମ୍‌ଡି ପଦବୀ ପୂରଣ କରିବା ଲାଗି ବିଜ୍ଞାପନ ଦେବାରେ ବିଳମ୍ବକୁ ନେଇ କାର୍ମିକ ମନ୍ତ୍ରଣାଳୟ ଚିନ୍ତାପ୍ରକଟ କରିଛି। ତେବେ ଦେବଙ୍କ କାର୍ଯ୍ୟକାଳ ବୃଦ୍ଧିର ପ୍ରସ୍ତାବ ସିଏମ୍‌ଡି ପବଦୀ ଲାଗି ଚୟନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବାକୁ ଏକ ପ୍ରୟାସ ହୋଇପାରେ କି? କାର୍ମିକ ମନ୍ତ୍ରଣାଳୟର ଦୃଷ୍ଟିକୋଣ ଏହି ଦିଗକୁ ସୂଚିତ କରୁଥିବା ମନେହେଉଛି। କାରଣ, ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ୍‌ (ଏସିସି) ଦ୍ୱାରା ବିଜ୍ଞାପନ ଦେବା ଓ ଖାଲି ପବଦୀ ପୂରଣ କରିବା ପାଇଁ ନିର୍ଦ୍ଧାରିତ ତଥା ସ୍ବୀକୃତ ସମୟସୀମାକୁ ଅନୁସରଣ କରିବାରେ ଇସ୍ପାତ ମନ୍ତ୍ରଣାଳୟ ବିଫଳ ହୋଇଛି। ତେବେ ଉକ୍ତ ସମସ୍ୟା ସମାଧାନ କରିବା ଲାଗି ଇସ୍ପାତ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇପାରିବ। କାରଣ ଦେବ ଏନ୍‌ଏମ୍‌ଡିସିର ସିଏମ୍‌ଡି ପଦବୀରୁ ଅବସର ନେବା ପୂର୍ବରୁ ମନ୍ତ୍ରଣାଳୟ ହାତରେ ଆଉ ଦେଢ଼ମାସ ସମୟ ଅଛି।
ରାଜନୀତିରେ ଅଭିଳାଷ
ଭାରତରେ ଅବସରପ୍ରାପ୍ତ ଅମଲାତନ୍ତ୍ରୀମାନେ ଦୀର୍ଘବର୍ଷ ଧରି ରାଜନୀତିରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଆସିଛନ୍ତି। ଏହି ଧାରା ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ଚାଲୁରହିବ ବୋଲି ଜଣାପଡ଼ୁଛି। ଏହି ନିର୍ବାଚନ ପାଇଁ ଅନେକ ଅବସରପ୍ରାପ୍ତ ବାବୁମାନେ ଭାଜପା, କଂଗ୍ରେସ ଓ ଆପ୍‌ ସମେତ ସବୁ ପ୍ରମୁଖ ରାଜନୈତିକ ଦଳରୁ ଟିକେଟ ପାଇବାକୁ ଚାହଁୁଛନ୍ତି। ସୂତ୍ରରୁ ପ୍ରକାଶ,ପୂର୍ବତନ ଆଇପିଏସ୍‌ ଅଧିକାରୀ ଭାସ୍କର ରାଓ ଖାକି ଛାଡ଼ି ଖଦିକୁ ଆପଣାଇଛନ୍ତି। ସେ ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି ଓ ବାସଭାନ୍‌ଗୁଡ଼ି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ଅଛି। ଅବସରପ୍ରାପ୍ତ ସୂଚନା କମିଶନର ତଥା ଆଇଆର୍‌ଏସ୍‌ ଅଧିକାରୀ ସୁଦାମ ଦାସ ମଧ୍ୟ ଇସ୍ତଫା ଦେଇଛନ୍ତି ଏବଂ ସେ ନିଳମଙ୍ଗଳ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ଲଢ଼ିବାକୁ ଚାହଁୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ତାଙ୍କ ପୂର୍ବରୁ କମିଶନର ଥିବା ଅଧିକାରୀ ଏଲ୍‌.କ୍ରିଷ୍ଣମୂର୍ତ୍ତି ସେହି ନିର୍ବାଚନମଣ୍ଡଳୀରୁ ଟିକେଟ ପାଇବାକୁ ଆଶାୟୀ ଅଛନ୍ତି। ଜଣାପଡ଼ିଛି, ନିର୍ବାଚନ ପାଖେଇ ଆସୁଥିବାରୁ ଅଧିକ ସଂଖ୍ୟକ ବାବୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପାଖରେ ପହଞ୍ଚୁଛନ୍ତି ଏବଂ ଦଳଗୁଡ଼ିକ ଟିକେଟ ନିଶ୍ଚିତ କଲେ ସେମାନେ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି। ଦେଖିବାକୁ ଗଲେ ପ୍ରଶାସନରେ ସଫଳତା ପାଇଥିବା ବାବୁମାନଙ୍କ ମଧ୍ୟରୁ ସମସ୍ତେ ନୁହନ୍ତି, ବରଂ କେତେଜଣ ଅବସର ପରେ ରାଜନୀତି କ୍ୟାରିୟରରେ ସଫଳ ହୋଇଛନ୍ତି। ରାଜନୀତିରେ ସଫଳତା ପାଇବାକୁ ହେଲେ ପ୍ରଶାସନିକ ଅଭିଜ୍ଞତାଠାରୁ ଅଧିକ କିଛି ଆବଶ୍ୟକ। ଏଥିପାଇଁ ରାଜନୀତିକୁ ଲମ୍ଫ ଦେଇ ନେତା ହେବାର ଦୃଢ଼ ଅଭିଳାଷ ରଖୁଥିବା ବାବୁମାନେ ମନେରଖିବା ଉଚିତ ଯେ, ଭୋଟରମାନଙ୍କ ସହ ସମ୍ପର୍କ ସ୍ଥାପନ କରିବା ଲାଗି ଏକ ଦୃଢ ରାଜନୈତିକ ବିଚକ୍ଷଣ ବିଚାର ଓ ଦକ୍ଷତାର ଗୁରୁତ୍ୱ ରହିଛି।
ନୂଆ ବିବାଦର ସମ୍ଭାବନା
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ତାଙ୍କ ପ୍ରମୁଖ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ମୁକ୍ତ କରିଛନ୍ତି । ବିଶେଷକରି ରାଜ୍ୟର ରାଜ୍ୟପାଳମାନେ ବାବୁମାନଙ୍କୁ ନେଇ ସେମାନଙ୍କର ପସନ୍ଦର ଟିମ୍‌ ଗଢିଥାନ୍ତି। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନ୍‌କଡ(ଏବେ ଭାରତର ଉପରାଷ୍ଟ୍ରପତି ଅଛନ୍ତି)ଙ୍କର ମମତା ବାନାର୍ଜୀ ସରକାର ସହ ଅନେକ ଘଟଣାକୁ ନେଇ ବହୁ ବିବାଦ ଦେଖାଦେଇଥିଲା ଓ ତାହା ତାଙ୍କ କାର୍ଯ୍ୟକାଳକୁ କ୍ଷତି ପହଞ୍ଚାଇଥିଲା। ସେ ବି ରାଜଭବନରେ ତାଙ୍କ ପସନ୍ଦର ଟିମ୍‌ ଗଠନ କରିଥିଲେ। ସୂତ୍ରରୁ ଜଣାପଡ଼ିଛି, ରାଜ୍ୟ ଭାଜପା ମୁଖ୍ୟ ଚକ୍ରବର୍ତ୍ତୀଙ୍କୁ ବାହାରକରିବା ପାଇଁ ବୋଷଙ୍କ ଉପରେ ଚାପ ପକାଇ ଆସୁଥିଲେ। ରାଜ୍ୟ ସରକାରଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ପାଇଁ ବରିଷ୍ଠ ବାବୁମାନେ ରାଜ୍ୟପାଳଙ୍କୁ ଭୁଲ୍‌ ବାଟରେ ନେଉଛନ୍ତି ବୋଲି ତାଙ୍କର ଅଭିଯୋଗ ଥିଲା। ତେବେ ଏପର୍ଯ୍ୟନ୍ତ ବୋଷଙ୍କ ସହ ମମତାଙ୍କ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଅଛି। ଯଦି ସେ ବିଶ୍ୱାସ କରନ୍ତି ଯେ, ରାଜଭବନର କାର୍ଯ୍ୟକଳାପକୁ ନିୟନ୍ତ୍ରଣକୁ ନେବା ଲାଗି ଭାଜପା ଚେଷ୍ଟାକରୁଛି, ତେବେ ଏହି ସମ୍ପର୍କ ବିଗିଡ଼ି ଯାଇପାରେ। ଏହାସହ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଚକ୍ରବର୍ତ୍ତୀଙ୍କୁ ବିଦାକରିବା ଦ୍ୱାରା ଲଢ଼େଇ ଆରମ୍ଭ ହେବାର ବହୁ ସମ୍ଭାବନା ଅଛି। ଟିଏମ୍‌ସି ସରକାରର ନିକଟ ଇତିହାସକୁ ଦେଖିଲେ ପୁନର୍ବାର ବିବାଦ ଯେ ପ୍ରକାଶ ନ ପାଇବ ତାହା ଆଶା କରିବା ବୃଥା। ଗତବର୍ଷ ଅଗଷ୍ଟରେ ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଚକ୍ରବର୍ତ୍ତୀ ରାଜ୍ୟପାଳ ଲା ଗଣେଶନଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ଗଣେଶନଙ୍କ ସ୍ଥାନରେ ଆନନ୍ଦ ବୋଷ ଅବସ୍ଥାପିତ ହେବା ପରେ ବି ଚକ୍ରବର୍ତ୍ତୀ ସେହି ପଦବୀରେ ରହିଥିଲେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri