ବୈପାରିଗୁଡ଼ା, ୩୦ା୧(ଡି.ଏନ୍.ଏ.) ବୈପାରିଗୁଡ଼ା ବ୍ଲକରେ ୨୪ ତାରିଖରେ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋର୍ଦାର ପ୍ରସ୍ତୁତି ଚାଲିଛି। ବୈପାରିଗୁଡ଼ା ବ୍ଲକରେ ୨୦ ପଞ୍ଚାୟତ ରହିଛି। ୧୦ ଲେଖାଏ ପଞ୍ଚାୟତକୁ ନେଇ ଜିଲା ପରିଷଦ ଜୋନ୍-୧ ଓ ଜିଲା ପରିଷଦ ଜୋନ୍ ୨ ଗଠିତ ହୋଇଛି। ଚଳିତ ନିର୍ବାଚନରେ ଜିଲା ପରିଷଦ ଜୋନ୍-୧ ଆସନଟି ତଫସିଲଭୁକ୍ତ ଜାତି ପ୍ରାର୍ଥୀ ଓ ଜୋନ୍-୨ ଆସନଟି ଆଦିବାସୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଜୋନ୍-୧ରେ ୩୭ ହଜାର ୯୭୨ ଓ ଜୋନ୍-୨ରେ ୩୪ ହଜାର ୧୭୧ ଭୋଟର ଅଛନ୍ତି। ୩୭ , ୩୦୮ ମହିଳା, ୩୪ , ୮୩୨ ପୁରୁଷ ଓ ଅନ୍ୟାନ୍ୟ ୩ ଭୋଟର ଅଛନ୍ତି।
୨୪୪ ୱାର୍ଡରେ ୨୪୪ ଭୋଟଦାନ କେନ୍ଦ୍ର ସହ ୭ ଅସ୍ଥାୟୀ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୬୭ ସମ୍ବେଦନଶୀଳ ଓ ୨୬ ଅତି ସମ୍ବେଦନଶୀଳ ବୁଥ୍ ରହିଛି। ୨୪୪ ୱାର୍ଡରୁ ୧୫୨ ୱାର୍ଡ ମେମ୍ବର ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ୱୀଭାବେ ନିର୍ବାଚିତ ହୋଇଛନ୍ତି। ୧୩ ବୁଥ୍ରେ କୌଣସି ନାମାଙ୍କନ ଦାଖଲ ହୋଇନାହିଁ। ସେଗୁଡ଼ିକରେ ପୁଣି ଥରେ ନାମାଙ୍କନପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାମପ୍ରସାଦ ଦୋରା ସୂଚନା ଦେଇଛନ୍ତି। ତେନ୍ତୁଳିଗୁମ୍ମା ପଞ୍ଚାୟତରେ ସମସ୍ତ ୧୧ ଜଣ ୱାର୍ଡମେମ୍ବରଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ସରପଞ୍ଚ ଭାବେ ଶଶୀ ପୂଜାରୀ ଓ ସମିତି ସଭ୍ୟା ଭାବେ ମନମତି ନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦ୍ରପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ବାବି ମୁଦୁଲି ଅପ୍ରତିଦ୍ୱନ୍ଦ୍ୱୀଭାବେ ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ଜୋନ୍-୧ରେ ଏସ୍ୟୁସିଆଇ ପ୍ରାର୍ଥୀ ଦଶରଥ ନାୟକ, କଂଗ୍ରେସର ଧନିଆ ହରିଜନ, ଏଆଇଏଫ୍ବିର ଭଗତରାମ ସଗରିଆ, ବିଜେଡିର ରାଜେଶ୍ୱର ମହୁରିଆ , ବିଏସ୍ପିର ସଦନ ବାରିକ ଏବଂ ଭାଜପାର ସୁରେଶ ହରିଜନ ନିର୍ବାଚନ ଲଢୁଛନ୍ତି । ସେହିପରି ଜୋନ୍-୨ରେ କମଳା ନାୟକ (ବିଜେଡି), ମଣି ନାୟକ (କଂଗ୍ରେସ) ଏବଂ ସନାଇ ନାୟକ (ଭାଜପାରୁ) ନିର୍ବାଚନ ଲଢୁଛନ୍ତି।
ତେନ୍ତୁଳିଗୁମ୍ମା ପଞ୍ଚାୟତ ସରପଞ୍ଚ, ସମସ୍ତ ଓ୍ବାର୍ଡମେମ୍ବର, ସମିତିସଭ୍ୟ ଅପ୍ରତିଦ୍ୱନ୍ଦ୍ୱୀ
Posted inକୋରାପୁଟ, ପଞ୍ଚାୟତ ଇଲେକ୍ସନ View All
ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ
କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...
ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍, କେଜିଏ ସୁନା
ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...
ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ
କୋରାପୁଟ,୨୬।୧୨(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍ର ଫରେଷ୍ଟର ନିରଞ୍ଜନ...
ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...
‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…
କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...
ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ
କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...
ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ
ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...
ଆର୍ଟିଓ ଅଫିସ ନିକଟରେ ବ୍ରେକ୍ ଫେଲ୍ ହେଲା ମିନି ଟ୍ରକ୍, ୨ କାର୍ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍ ନଷ୍ଟ
କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍ ବ୍ରେକ୍ ଫେଲ ହୋଇ ଘଟିଛି ସିରିଜ୍ ଦୁର୍ଘଟଣା। ୨ କାର୍ ସହ ୧୦...
Archives


