ତେନ୍ତୁଳିଗୁମ୍ମା ପଞ୍ଚାୟତ ସରପଞ୍ଚ, ସମସ୍ତ ଓ୍ବାର୍ଡମେମ୍ବର, ସମିତିସଭ୍ୟ ଅପ୍ରତିଦ୍ୱନ୍ଦ୍ୱୀ

ବୈପାରିଗୁଡ଼ା, ୩୦ା୧(ଡି.ଏନ୍‌.ଏ.) ବୈପାରିଗୁଡ଼ା ବ୍ଲକରେ ୨୪ ତାରିଖରେ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବୈପାରିଗୁଡ଼ା ବ୍ଲକରେ ୨୦ ପଞ୍ଚାୟତ ରହିଛି। ୧୦ ଲେଖାଏ ପଞ୍ଚାୟତକୁ ନେଇ ଜିଲା ପରିଷଦ ଜୋନ୍‌-୧ ଓ ଜିଲା ପରିଷଦ ଜୋନ୍‌ ୨ ଗଠିତ ହୋଇଛି। ଚଳିତ ନିର୍ବାଚନରେ ଜିଲା ପରିଷଦ ଜୋନ୍‌-୧ ଆସନଟି ତଫସିଲଭୁକ୍ତ ଜାତି ପ୍ରାର୍ଥୀ ଓ ଜୋନ୍‌-୨ ଆସନଟି ଆଦିବାସୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଜୋନ୍‌-୧ରେ ୩୭ ହଜାର ୯୭୨ ଓ ଜୋନ୍‌-୨ରେ ୩୪ ହଜାର ୧୭୧ ଭୋଟର ଅଛନ୍ତି। ୩୭ , ୩୦୮ ମହିଳା, ୩୪ , ୮୩୨ ପୁରୁଷ ଓ ଅନ୍ୟାନ୍ୟ ୩ ଭୋଟର ଅଛନ୍ତି।
୨୪୪ ୱାର୍ଡରେ ୨୪୪ ଭୋଟଦାନ କେନ୍ଦ୍ର ସହ ୭ ଅସ୍ଥାୟୀ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୬୭ ସମ୍ବେଦନଶୀଳ ଓ ୨୬ ଅତି ସମ୍ବେଦନଶୀଳ ବୁଥ୍‌ ରହିଛି। ୨୪୪ ୱାର୍ଡରୁ ୧୫୨ ୱାର୍ଡ ମେମ୍ବର ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ୱୀଭାବେ ନିର୍ବାଚିତ ହୋଇଛନ୍ତି। ୧୩ ବୁଥ୍‌ରେ କୌଣସି ନାମାଙ୍କନ ଦାଖଲ ହୋଇନାହିଁ। ସେଗୁଡ଼ିକରେ ପୁଣି ଥରେ ନାମାଙ୍କନପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାମପ୍ରସାଦ ଦୋରା ସୂଚନା ଦେଇଛନ୍ତି। ତେନ୍ତୁଳିଗୁମ୍ମା ପଞ୍ଚାୟତରେ ସମସ୍ତ ୧୧ ଜଣ ୱାର୍ଡମେମ୍ବରଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ସରପଞ୍ଚ ଭାବେ ଶଶୀ ପୂଜାରୀ ଓ ସମିତି ସଭ୍ୟା ଭାବେ ମନମତି ନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦ୍ରପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ବାବି ମୁଦୁଲି ଅପ୍ରତିଦ୍ୱନ୍ଦ୍ୱୀଭାବେ ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ଜୋନ୍‌-୧ରେ ଏସ୍‌ୟୁସିଆଇ ପ୍ରାର୍ଥୀ ଦଶରଥ ନାୟକ, କଂଗ୍ରେସର ଧନିଆ ହରିଜନ, ଏଆଇଏଫ୍‌ବିର ଭଗତରାମ ସଗରିଆ, ବିଜେଡିର ରାଜେଶ୍ୱର ମହୁରିଆ , ବିଏସ୍‌ପିର ସଦନ ବାରିକ ଏବଂ ଭାଜପାର ସୁରେଶ ହରିଜନ ନିର୍ବାଚନ ଲଢୁଛନ୍ତି । ସେହିପରି ଜୋନ୍‌-୨ରେ କମଳା ନାୟକ (ବିଜେଡି), ମଣି ନାୟକ (କଂଗ୍ରେସ) ଏବଂ ସନାଇ ନାୟକ (ଭାଜପାରୁ) ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri