ଗୁଣପୁରରେ ପ୍ରଥମଥର ପାଇଁ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା

ଗୁଣପୁର,୩୦ା୧(ଡି.ଏନ୍‌.ଏ.) ରାୟଗଡ଼ା ଜିଲାର ଗୁଣପୁରଠରେ ପ୍ରଥମ ଥର ପାଇଁ ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ରବିବାର ଏଠାରେ ୩୬୩୬ ପରିକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିଲାଗି ରାୟଗଡ଼ା ଜିଲା ଗୁଣପୁରଠାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ପୂର୍ବରୁ ଅଞ୍ଚଳର ପିଲାମାନେ ରାୟଗଡ଼ା କିମ୍ବା ଅନ୍ୟ ସ୍ଥାନକୁ ଯାଇ ପରୀକ୍ଷା ଦେଉଥିଲୋ। ଚଳିତ ବର୍ଷ ପ୍ରଥମ କରି ଗୁଣପୁରର ୮ କେନ୍ଦ୍ରରେ ଏହି ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପ୍ରଶ୍ନ ପତ୍ରକୁ ଟ୍ରେଜେରିର ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ରବିବାର ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ପଦବି ଯଥା ଆର୍‌ଆଇ, ଏଆର୍‌ଆଇ, ଅମିନ ଏବଂ କର୍ମଚାରୀ ଆଦି ପଦ ନିମନ୍ତେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଗୁଣପୁରର ୮ ସେଣ୍ଟର ଯଥା ଜିଆଇଇଟି, ସରକାରୀ ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଆଇଏସ୍‌ଟି, ମହିଳା ମହାବିଦ୍ୟାଳୟ, ସରସ୍ବତି ଶିଶୁ ବିଦ୍ୟା ମନ୍ଦିର, ଗୁଣପୁର କଲେଜ ଏବଂ ବିଟ୍‌ସ ଆଦି ସ୍ଥାନରେ ପରୀକ୍ଷା ହେବ। ପରୀକ୍ଷାର ସୁନିୟନ୍ତ୍ରଣ ପାଇଁ ୮ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?