ତେନ୍ତୁଳିଗୁମ୍ମା ପଞ୍ଚାୟତ ସରପଞ୍ଚ, ସମସ୍ତ ଓ୍ବାର୍ଡମେମ୍ବର, ସମିତିସଭ୍ୟ ଅପ୍ରତିଦ୍ୱନ୍ଦ୍ୱୀ

ବୈପାରିଗୁଡ଼ା, ୩୦ା୧(ଡି.ଏନ୍‌.ଏ.) ବୈପାରିଗୁଡ଼ା ବ୍ଲକରେ ୨୪ ତାରିଖରେ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବୈପାରିଗୁଡ଼ା ବ୍ଲକରେ ୨୦ ପଞ୍ଚାୟତ ରହିଛି। ୧୦ ଲେଖାଏ ପଞ୍ଚାୟତକୁ ନେଇ ଜିଲା ପରିଷଦ ଜୋନ୍‌-୧ ଓ ଜିଲା ପରିଷଦ ଜୋନ୍‌ ୨ ଗଠିତ ହୋଇଛି। ଚଳିତ ନିର୍ବାଚନରେ ଜିଲା ପରିଷଦ ଜୋନ୍‌-୧ ଆସନଟି ତଫସିଲଭୁକ୍ତ ଜାତି ପ୍ରାର୍ଥୀ ଓ ଜୋନ୍‌-୨ ଆସନଟି ଆଦିବାସୀ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ଜୋନ୍‌-୧ରେ ୩୭ ହଜାର ୯୭୨ ଓ ଜୋନ୍‌-୨ରେ ୩୪ ହଜାର ୧୭୧ ଭୋଟର ଅଛନ୍ତି। ୩୭ , ୩୦୮ ମହିଳା, ୩୪ , ୮୩୨ ପୁରୁଷ ଓ ଅନ୍ୟାନ୍ୟ ୩ ଭୋଟର ଅଛନ୍ତି।
୨୪୪ ୱାର୍ଡରେ ୨୪୪ ଭୋଟଦାନ କେନ୍ଦ୍ର ସହ ୭ ଅସ୍ଥାୟୀ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୬୭ ସମ୍ବେଦନଶୀଳ ଓ ୨୬ ଅତି ସମ୍ବେଦନଶୀଳ ବୁଥ୍‌ ରହିଛି। ୨୪୪ ୱାର୍ଡରୁ ୧୫୨ ୱାର୍ଡ ମେମ୍ବର ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ୱୀଭାବେ ନିର୍ବାଚିତ ହୋଇଛନ୍ତି। ୧୩ ବୁଥ୍‌ରେ କୌଣସି ନାମାଙ୍କନ ଦାଖଲ ହୋଇନାହିଁ। ସେଗୁଡ଼ିକରେ ପୁଣି ଥରେ ନାମାଙ୍କନପତ୍ର ଦାଖଲ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରାମପ୍ରସାଦ ଦୋରା ସୂଚନା ଦେଇଛନ୍ତି। ତେନ୍ତୁଳିଗୁମ୍ମା ପଞ୍ଚାୟତରେ ସମସ୍ତ ୧୧ ଜଣ ୱାର୍ଡମେମ୍ବରଙ୍କ ସମେତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି। ସରପଞ୍ଚ ଭାବେ ଶଶୀ ପୂଜାରୀ ଓ ସମିତି ସଭ୍ୟା ଭାବେ ମନମତି ନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦ୍ରପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ବାବି ମୁଦୁଲି ଅପ୍ରତିଦ୍ୱନ୍ଦ୍ୱୀଭାବେ ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ଜୋନ୍‌-୧ରେ ଏସ୍‌ୟୁସିଆଇ ପ୍ରାର୍ଥୀ ଦଶରଥ ନାୟକ, କଂଗ୍ରେସର ଧନିଆ ହରିଜନ, ଏଆଇଏଫ୍‌ବିର ଭଗତରାମ ସଗରିଆ, ବିଜେଡିର ରାଜେଶ୍ୱର ମହୁରିଆ , ବିଏସ୍‌ପିର ସଦନ ବାରିକ ଏବଂ ଭାଜପାର ସୁରେଶ ହରିଜନ ନିର୍ବାଚନ ଲଢୁଛନ୍ତି । ସେହିପରି ଜୋନ୍‌-୨ରେ କମଳା ନାୟକ (ବିଜେଡି), ମଣି ନାୟକ (କଂଗ୍ରେସ) ଏବଂ ସନାଇ ନାୟକ (ଭାଜପାରୁ) ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ।...

ବୈପାରିଗୁଡ଼ା ଥାନା ଅଧିକାରୀଙ୍କ କ୍ବାର୍ଟର୍ସରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର,୨୮।୧୧: କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ନଗଦ ୨୫ ଲକ୍ଷ...

ଭିଜିଲାନ୍ସ ଜାଲରେ ବୈପାରିଗୁଡା ଆଇଆଇସି

ବୈପାରିଗୁଡା,୨୭ା୧୧(କଳ୍ପତରୁ ମହାନ୍ତି): କୋରାପୁଟ ଜିଲା ବୈପାରିଗୁଡା ଆଇଆଇସି ସୁଶାନ୍ତ ଶତପଥୀ ସୋମବାର ବସ୍‌ ଯୋଗେ କେନ୍ଦ୍ରାପଡା ଜିଲା ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ତାଙ୍କୁ...

ଭାରରେ ଆଣିବାବେଳେ ଅଧା ବାଟରେ ପ୍ରସବ

ଦଶମନ୍ତପୁର,୨୬।୧୧ (ଅରବିନ୍ଦ ନାୟକ )କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା ଲୋରେଶ ଗ୍ରାମରେ ଶନିବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।...

୯ ହିତାଧିକାରୀଙ୍କ ୫ ମାସର ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ନନ୍ଦପୁର, ୨୧ା୧୧(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପୋଡେଇ ଗ୍ରାମର ଭତ୍ତା ହିତାଧିକାରୀ ୫ ମାସର ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି।...

ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ କରିଥିଲି ଅଭିଯୋଗ: ୫ ଦିନ ବିତିଲାଣି, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ନନ୍ଦପୁର, ୧୯ା୧୧(ଶଙ୍କର ପୂଜାରୀ): ବିବାହର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ଗତ ଦଶହରା ଦିନ ଅନ୍ୟ ଜଣଙ୍କୁ ବିବାହ କଲେ। ଏହାର ପ୍ରତିବାଦ କରିବାରୁ...

ଭଡ଼ା ଘରୁ ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ନାର୍କୋଟିକ୍ସ ଟିମ୍‌

ଜୟପୁର,୧୫ା୧୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର ପାରବେଡାର ଏକ ଭଡ଼ା ଘରୁ ବୁଧବାର ବେଙ୍ଗାଲୁରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ ୫ ଜଣ...

ଷ୍ଟେଶନ ନିକଟରୁ ମିଳିଲା ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

କୋରାପୁଟ,୧୬।୧୧(ଅମିତାଭ ବେହେରା): କୋରାପୁଟ-କିରାଣ୍ଢୁଲ ରେଳଲାଇନର ଜରଟି ଷ୍ଟେଶନ ନିକଟ ରେଳଧାରଣା ପାଖରୁ ଗୁରୁବାର ସକାଳେ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ଗୋଟିଏ ମୃତଦେହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri