Posted inଜାତୀୟ

କାଶୀ ଘାଟରେ ନିର୍ମାଣ ହେବ ତମ୍ବୁ ସହର…

ଲକ୍ଷ୍ନୌ, ୫।୫ : ଉତ୍ତରପ୍ରଦେଶର କାଶୀ ଘାଟକୁ ଆକର୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଠାରେ ତମ୍ବୁ ସହର ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ପୃଥିବୀର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଗଙ୍ଗା କୂଳରେ ଥିବା କାଶୀ ଘାଟକୁ ଆସିଥାନ୍ତି। ବର୍ତ୍ତମାନ ଦୁନିଆର ସର୍ବ ପୁରାତନ ସହର କାଶୀରେ ତମ୍ବୁ ସହର( ଟେଣ୍ଟ ସିଟି) ନିର୍ମାଣ ହେବାକୁ ଯାଉଛି।

ଏହି ତମ୍ବୁ ସହର ନବରାତ୍ରରୁ ଆରମ୍ଭ କରି ଶିବରାତ୍ରୀ ପର୍ଯ୍ୟନ୍ତ କାଶୀର ଐତିହାସିକ ଘାଟ ସମ୍ମୁଖରେ ବାଲି ଉପରେ ନିର୍ମିତ ହେବ। ଗଙ୍ଗା କୂଳରେ ଥିବା ଏହି ଟେଣ୍ଟ ସହରରୁ, ସୁନ୍ଦର ଅର୍ଦ୍ଧଚନ୍ଦ୍ରାକୃତିର ୮୪ ଘାଟ ଦେଖିବାର ସୁଯୋଗ ମିଳିବ। ଏଠାରେ ଖାଦ୍ୟ, ପାରମ୍ପାରିକ ମନୋରଞ୍ଜନ, ଆଧ୍ୟାତ୍ମିକତା ଏବଂ କର୍ପୋରେଟ ସେମିନାର୍‌ ଏବଂ ସମ୍ମିଳନୀ ଆୟୋଜନ କରିବା ପାଇଁ ଏହି ଟେଣ୍ଟ ସିଟିରେ ସୁବିଧା ରହିବ।

କାଶୀର ନବୀକରଣ ପରେ ବାରାଣାସୀରେ ଏହାର ପରିବର୍ତ୍ତନଶୀଳ ରୂପ ଦେଖିବାକୁ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଯୋଗୀ ପର୍ଯ୍ୟଟକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଗଙ୍ଗା କୂଳରେ ଏହି ଟେଣ୍ଟ ସହର ନିର୍ମାଣ ପାଇଁ ଏକ ପ୍ରସ୍ତାବ ଆଣୁଛନ୍ତି। ବାରାଣାସୀ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଇଶା ଦୁହାନ କହିଛନ୍ତି ଯେ ପ୍ରାୟ ୫୦୦ ହେକ୍ଟରରେ ଗଙ୍ଗାର ଅପର ପାର୍ଶ୍ୱରେ ଥିବା ଆସୀ ଘାଟ ବାଲିରେ ରାମନଗରର କେଟସର ଅଞ୍ଚଳରେ ତମ୍ବୁ ସହର ସ୍ଥାପନ କରାଯିବ। ଆବଶ୍ୟକତା ଅନୁଯାୟୀ ଏହାକୁ ବୃଦ୍ଧି ମଧ୍ୟ କରାଯାଇପାରିବ।

ଗଙ୍ଗାରେ ବନ୍ୟା ସମୟରେ ତମ୍ବୁଗୁଡିକ ହଟାଯିବ। ଟେଣ୍ଟ ସହର ଏନ୍‌ଏଚ୍‌-୧୯ ଠାରୁ ୪ କିଲୋମିଟର, ରାମନଗର ଦୁର୍ଗଠାରୁ ୧ କିଲୋମିଟର, ବାରାଣାସୀ ରେଳ ଷ୍ଟେଶନରୁ ୧୦ କିଲୋମିଟର, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ରେଳ ଷ୍ଟେଶନଠାରୁ ୧୩ କିଲୋମିଟର ଏବଂ ବାରାଣାସୀ ବିମାନବନ୍ଦରଠାରୁ ୩୩ କିଲୋମିଟର ଦୂର ବୋଲି ଇଶା ଦୁହାନ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ମୁଖତାର ଅନସାରୀଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଏହି କାରଣ ପାଇଁ ହୋଇଛି ମୃତ୍ୟୁ

ବାନ୍ଦା,୨୯।୩: ମାଫିଆ ମୁଖତାର୍‌ ଅନସାରୀଙ୍କ ଶବ ବ୍ୟବଚ୍ଛେଦ ପରେ ହୃଦ୍‌ଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ପୋଷ୍ଟମର୍ଟମ ଘରୁ ବାହାରକୁ ଆସିଥିବା ଡାକ୍ତରମାନେ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ଏହି ରାଜ୍ୟରେ ଭାଜପାକୁ ହେଲା ପ୍ରାର୍ଥୀଙ୍କ ଅଭାବ, କଂଗ୍ରେସ ନେତାଙ୍କୁ ବାଣ୍ଟିଦେଲା ୬୦ଭାଗ ଟିକେଟ୍‌!

ନୂଆଦିଲ୍ଲୀ,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ପାର୍ଟିର ନେତାଙ୍କ ମଧ୍ୟରେ ଦଳବଦଳ କାର୍ଯ୍ୟକ୍ରମ ଖୁବ୍‌ ଜୋର୍‌ରେ ଜାରି ରହିଛି। ତେବେ...

ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ପ୍ରୟାଗରାଜ,୨୯।୩: ସିବିଆଇ କୋର୍ଟ ଶୁକ୍ରବାର ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପାଲଙ୍କ ହତ୍ୟା ମାମଲାରେ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି...

ପିତା ହେଲେ ମାନ, ନବଜାତ ଶିଶୁର ନାମକରଣ କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୯।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘରେ ମାର୍ଚ୍ଚ ୨୬ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଗବତ ମନ ନିଜେ ସୋସିଆଲ ମିଡିଆ...

ବିହାରରେ ମହାମେଣ୍ଟର ସିଟ୍‌ ଫାଇନାଲ, ଆରଜେଡିକୁ ୨୬, କଂଗ୍ରେସକୁ ୯

ପାଟନା,,୨୯।୩: ବିହାରରେ ୪୦ଟି ଲୋକ ସଭା ଆସନ ବଣ୍ଟନ ନେଇ ଗ୍ରାଣ୍ଡ ଆଲାଇନ୍ସ ମଧ୍ୟରେ ଅନେକ ଦିନ ଧରି ବିବାଦ ଲାଗି ରହିଥିଲା। ବର୍ତ୍ତମାନ ଆରଜେଡି,...

ଏନଡିଏରେ ଯୋଗଦେବାର ୮ ମାସ ପରେ ପ୍ରଫୁଲ ପଟେଲଙ୍କ ବିରୋଧରେ କେସ୍ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ,୨୯।୩: ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଅଜିତ ପାୱାର ଏବଂ ଅନ୍ୟ ଦଳର ନେତାମାନେ ଏନଡିଏରେ ଯୋଗଦେବା ପରେ ଆଠ ମାସ ପରେ ସିବିଆଇ ଏୟାର...

ଦିଲ୍ଲୀରେ ଚାଲିବ ‘କେଜରିଓ୍ବାଲ ଆଶୀର୍ବାଦ’ ଅଭିଯାନ: ସୁନୀତା

ନୂଆଦିଲ୍ଲୀ,୨୯।୩: ଏହି ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇଡି ହେପାଜତରେ ଅଛନ୍ତି। କୋର୍ଟ ତାଙ୍କ ରିମାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri