ପୁଣି ତେଜିଲା ଉତ୍ତେଜନା: ତାଇଓ୍ବାନ ମୁହାଁ ଚାଇନା ଯୁଦ୍ଧପୋତ…

ବେଜିଂ/ତାଇପେ,୨୭।୫ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଚାଇନାର ବିମାନ ପରିବହନକାରୀ ଯୁଦ୍ଧପୋତ ଶାଣ୍ଡୋଙ୍ଗ ଶନିବାର ଅନ୍ୟ ଦୁଇଟି ଜାହାଜ ସହିତ ତାଇୱାନ ଷ୍ଟ୍ରାଇଟ ଦେଇ ଦ୍ୱୀପପୁଞ୍ଜ ମୁହାଁ ହୋଇ ପୁଣି ଉଭୟପକ୍ଷଙ୍କ ମଧ୍ୟରେ ସାମରିକ ତିକ୍ତତା ସୃଷ୍ଟି କରିଛି। ମନ୍ତ୍ରଣାଳୟ କହିଛି ୨୦୧୯ ରେ ଶାଣ୍ଡୋଙ୍ଗଙ୍କୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏହା ସମୁଦ୍ର ଦେଇ ଉତ୍ତର ଦିଗ ମୁହଁା ହୋଇଥିଲା । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ବିବୃତ୍ତିରେ କହିଛି ତାଇୱାନର ସୈନ୍ୟବାହିନୀ ନିଜର ଜାହାଜ ଏବଂ ବିମାନ ବ୍ୟବହାର କରି ଏହି ଚାଇନା ଦଳ ଉପରେ ତୀକ୍ଷଣ ନଜର ରଖିଛନ୍ତି ଏବଂ ଏହାର ଉପଯୁକ୍ତ ଜବାବ ଦେଇଛନ୍ତି।
ଚାଇନାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ବାବଦରେ କୌଣସି ବିବୃତ୍ତି ଦେଇନାହିଁ।
ଚାଇନାର ସଶସ୍ତ୍ର ବାହିନୀ ସେମାନଙ୍କର ସରକାରୀ ସୋସିଆଲ ମିଡିଆ ଚ୍ୟାନେଲରେ ମଧ୍ୟ ଏହି ଘଟଣା ବିଷୟରେ କିଛି ଉଲ୍ଲେଖ କରିନାହାନ୍ତି।
ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଚାଲିଥିବା ତାଇୱାନ ଚାରିପାଖରେ ଚାଇନାର ସାମରିକ ଅଭ୍ୟାସରେ ଶାଣ୍ଡୋଙ୍ଗଗତ ମାସରେ ଅଂଶଗ୍ରହଣ କରିଥିଲେ।
ଗତ ବର୍ଷ ମାର୍ଚ୍ଚରେ ଚାଇନା ଏବଂ ଆମେରିକାର ରାଷ୍ଟ୍ରପତିଙ୍କ ମଧ୍ୟରେ କଥାବାର୍ତ୍ତାର କିଛି ଘଣ୍ଟା ପୂର୍ବରୁ ଶାଣ୍ଡୋଙ୍ଗ ତାଇୱାନ ଷ୍ଟ୍ରାଇଟ ଦେଇ ଯାଇଥିଲେ।
ତେବେ ତାଇୱାନରେ ଚାଇନାର ସାମରିକ କାର୍ଯ୍ୟକଳାପ ଜାରି ରହିଛି।
ଗତ ମାସରେ ଆନୁଷ୍ଠାନିକ ଭାବେସମରାଭ୍ୟାସ ଶେଷ କରିବା ପରେ ଚାଇନା ତାଇୱାନର ଚାରିଆଡ଼େ ସାମରିକ କାର୍ଯ୍ୟକଳାପ ଜାରି ରଖିଛି। ଶନିବାର ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ଆଠଟି ଚାଇନା ଯୁଦ୍ଧ ବିମାନ ସାମ୍ରଦିକ ଅତିକ୍ରମ କରିଛି। ଗତ ଅଗଷ୍ଟ ସମରାଭ୍ୟାସ ପରଠାରୁ ଚାଇନାର ଯୁଦ୍ଧ ବିମାନ ନିୟମିତ ଭାବରେ ଏହା କରିଆସୁଛି।

ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ସରକାର ବେଜିଂର ସାବଭୌମତ୍ୱ ଦାବିକୁ ଦୃଢ଼ ବିରୋଧ କରିଛନ୍ତି। ସେ କହିଛନ୍ତି କେବଳ ଦ୍ୱୀପର ଲୋକମାନେ ସେମାନଙ୍କର ଭବିଷ୍ୟତ ସ୍ଥିର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଙ୍କୁ ଗଣବଳାତ୍କାର, ତିନି ଦିନ ଧରି ବନ୍ଦୀ କରି ସାଙ୍ଗ….

ଲକ୍ଷ୍ନୌ,୨୪।୫: ଲକ୍ଷ୍ନୌରେ ଏକ ଗଣବଳାତ୍କାର ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଯୁବତୀଙ୍କୁ ସାଙ୍ଗମାନେ ବଳାତ୍କାର କରିଥିବା ନେଇ…

ଭାରତର ମାଷ୍ଟରଷ୍ଟ୍ରୋକ୍‌, ଅଡୁଆରେ ଚାଇନା

ନୂଆଦିଲ୍ଲୀ,୨୪।୫: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ଭାରତ ସମେତ ବିଶ୍ୱବ୍ୟାପୀ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଚାଇନା ଯୁଦ୍ଧଜାହାଜ ଏବଂ…

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଆଉ ୫ ଦିନ ଜଳାଇବ,ଏଲ୍‌ ନିନୋକୁ ନେଇ IMD ଡିଜି ଦେଲେ ବଡ଼ ସୂଚନା, କହିଲେ ଏଥର…

ଭୁବନେଶ୍ୱର,୨୪ା୫: ରାଜ୍ୟରେ ପ୍ରବଳ ତାତି ଓ ଗୁଳୁଗୁଳିକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ଆଉ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri