ଟେନ୍‌ସା ଥାନା ଅଧିକାରୀଙ୍କୁ ତୀରମାଡ, ଗୁରୁତର ଅବସ୍ଥାରେ ଆର୍‌ଜିଏଚ୍‌ ସ୍ଥାନାନ୍ତର

ସୁନ୍ଦରଗଡ/ଟେନ୍‌ସା/ବଣାଇଁ, ୫।୧ (ଡି.ଏନ୍‌.ଏ)/(ସ୍ବ.ପ୍ର ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍‌ସା ଫାଣ୍ଡି ଅଧିକାରୀ ଙ୍କ ଉପରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ତୀର ମାଡହୋଇଛି। ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ପିସିଆର୍‌ ଭ୍ୟାନ୍‌ ଯୋଗେ ଜିରୋ ପଏଣ୍ଟ ହାଟିଂ (ବସ୍ତି)କୁ ଯାଇଥିଲେ। ଏହି ସମୟରେ ତାଙ୍କ ଡାହାଣପାଖକୁ ଲକ୍ଷ୍ୟ କରି ବସ୍ତି ଭିତରୁ କେହିଜଣେ ତୀରମାଡ କରିଥିଲେ। ତୀରଟି ତାଙ୍କ ଡାହାଣ ପେଟରେ ପଶି ଯାଇଛି। ତୀର ମାଡର ସଠିକ କାରଣ ଜଣାପଡି ନ ଥିବା ବେଳେ ଦେଶୀ ମଦ ଧରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି। ତେବେ ଆହତ ଅଧିକାରୀଙ୍କୁ ପିସିଆର୍‌ ଯୋଗେ ଟେନ୍‌ସା ଇସ୍ପାତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ପୋଲିସ ଭୟରେ ଜିରୋପଏଣ୍ଟ ହାଟିଂ ପୁରୁଷ ଶୂନ୍ୟ ହୋଇଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତ

କଟକ ଅଫିସ,୩୦ା୬ : ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮...

ଶିକ୍ଷକଙ୍କ ମଦ୍ୟପାନ ଭିଡିଓ ଭାଇରାଲ ଘଟଣା:ବଦଳି ଦାବିରେ ବିଦ୍ୟାଳୟରେ ତାଲା

ବଇଣ୍ଡା,୨୭।୮(ଡି.ଏନ.ଏ.) ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତ ମଇମୁରା ସର୍କଲ ଅଧୀନ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ମଦ୍ୟପାନ କରିଥିବା ଭିଡିଓ ଭାରରାଲ ଘଟଣା ପରେ...

ପୋତି ହେଉଛି ବ୍ରାହ୍ମଣୀ ନଦୀଶଯ୍ୟା

ବରୀ,୩ା୭(ଡି.ଏନ୍‌.ଏ.): ବରୀ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଶଯ୍ୟା ଖନନ କରା ନ ଯିବା ଓ ବିଭିନ୍ନ ସ୍ଥାନରେ ବୁଦା ସୃଷ୍ଟି ହୋଇଥିବା ଯୋଗୁ...

ଭୁବନେଶ୍ୱରରେ ୮୩କୁ ପହଞ୍ଚିଲା ଆକ୍ଟିଭ୍‌ କରୋନା କେସ୍‌: ଆଜି ଖଣ୍ଡିଗରିରୁ ଚିହ୍ନଟ ହେଲେ ୨, ପଳାଶୁଣିରୁ…

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ନୂତନ...

ଆନ୍ଦୋଳନକାରୀ-ପୋଲିସ ଧସ୍ତାଧସ୍ତି

ଅନୁଗୋଳ ଅଫିସ୍‌, ୧୭।୭ ଅଳିଆ ପକାକୁ ନେଇ ପୁଣି ଉତ୍ତେଜନା ଦେଖାଦେଇଛି। ବିରୋଧ କରୁଥିବା ପଞ୍ଚମହଲା ବେଣିବଣିଆ ସାହି ମହିଳାମାନଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି।...

ବାତ୍ୟା କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ସହାୟତା ପ୍ରଦାନ: ୧୩୬୯ ଜଣଙ୍କୁ ମିଳିଲା, ଆହୁରି ପାଇବେ ୨୦୦୦

ପୁରୀ ଅଫିସ,୧ା୯: ବାତ୍ୟାରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ମିଳିଛି ସହାୟତା। ଶନିବାର ଟାଉନ ହଲ୍‌ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ୧୦...

ଓଡ଼ିଶୀ, ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ,୨।୧୨(ଡି.ଏନ୍‌.ଏ.): ଓଡ଼ିଶା ପର୍ଯ୍ୟଟନ ବିଭାଗର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ମଙ୍ଗଳବାର...

ଆର୍‌ଟିଓ ଘେରିଲା ମୋଟର ସଂଘ

ବାଲେଶ୍ୱର ଅଫିସ, ୧।୪ ବାଲେଶ୍ୱର ଜିଲା ଆଞ୍ଚଳିକ ପରିବହନ ଅଫିସ୍‌ (ଆର୍‌ଟିଓ)କୁ ଗୁରୁବାର ବାଲେଶ୍ୱର ମୋଟର ସଂଘ ପକ୍ଷରୁ ବେଆଇନ ଜରିମାନା ଆଦାୟ ଓ ଅଡିଟ୍‌...

Advertisement
Archives

Model This Week