Posted inଖେଳ

ତେନ୍ଦୁଲକରଙ୍କ ସହାୟତା

ମୁମ୍ବାଇ, ୧ା୧୨ (ପି.ଟି.)-ଭାରତୀୟ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁରୁତର ରୋଗରେ ପୀଡ଼ିତ ୬ଟି ରାଜ୍ୟର ୧୦୦ ଜଣ ଅନଗ୍ରସର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ। ଇକାମ ନାମକ ଫାଉଣ୍ଡେଶନ ସହିତ ପାର୍ଟନରଶିପ୍‌ରେ ସେ ଏହି କାର୍ଯ୍ୟ କରିବେ। ତେନ୍ଦୁଲକର ଯେଉଁ ୬ଟି ରାଜ୍ୟ ଅନଗ୍ରସର ପରିବାରର ଶିଶୁଙ୍କୁ ସହାୟତା କରିବେ ସେଗୁଡ଼ିକ ହେଲା ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ନାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ। ଗୁରୁତର ରୋଗରେ ପୀଡ଼ିତ ଶିଶୁମାନଙ୍କୁ ସରକାରୀ ଓ ଟ୍ରଷ୍ଟ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯିବ। ଚିକିତ୍ସା ବାବଦରେ ଖର୍ଚ୍ଚ ତେନ୍ଦୁଲକରଙ୍କ ଫାଉଣ୍ଡେଶନରୁ ମିଳିବ। ଚଳିତ ମାସ ପ୍ରାରମ୍ଭରେ ଆସାମ ରାଜ୍ୟର କରିମଗଞ୍ଜ ଜିଲା ଅନ୍ତର୍ଗତ ମାକୁଣ୍ଡା ହସ୍ପିଟାଲରେ ପେଡିଆଟ୍ରିକ୍‌ ସରଞ୍ଜାମ କ୍ରୟ ପାଇଁ ଆର୍ଥତ୍କ ସହାୟତା ପ୍ରଦାନ କରିଥିଲେ। ଏହାଦ୍ୱାରା ପ୍ରତିବର୍ଷ ୨୦୦୦ରୁ ଅଧିକ ଶିଶୁ ଉପକୃତ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଫି’ ପାଇଁ ଖାଲି ପାଦରେ ଦୌଡ଼ିଲେ ମା’, ମାରାଥନ୍‌ରେ ଜିତିଲେ ୩ ହଜାର ଟଙ୍କା

ମୁମ୍ବାଇ,୩୧।୮: ଝିଅମାନଙ୍କ ପାଠପଢ଼ା ପାଇଁ ଜଣେ ମା’ଙ୍କ ସଂଘର୍ଷ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଝିଅଙ୍କ ଫି’ ଟଙ୍କା ଯୋଗାଡ଼ କରିବା ପାଇଁ ଖାଲି ପାଦରେ…

୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…

ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ…

ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼

ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା…

ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା

ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ…

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

ଚାଷଜମିରୁ ଆଠ ଫୁଟର ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ, ସରପଞ୍ଚ..

ବଡ଼ଗାଁ,୩୧।୮(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ବର୍ଷା ଋତୁରେ ଅଜଗର ସାପ ଗାଁ ସହ ଚାଷଜମିରେ ଦେଖାଯାଇଥାନ୍ତି। ଚଳିତବର୍ଷ ବଡ଼ଗାଁର ସାପ ଧରାଳି ମହେନ୍ଦ୍ର ନାଏକ…

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri