ବୁଦ୍ଧଙ୍କ ଦେଶରେ ମନ୍ଦିର କଳି

ଦକ୍ଷିଣପୂର୍ବ ଏସିଆର ଦୁଇ ପଡ଼ୋଶୀ ଦେଶ ଥାଇଲାଣ୍ଡ-କାମ୍ବୋଡିଆ। ଭଗବାନ୍‌ ବୁଦ୍ଧଙ୍କୁ ଅନୁସରଣ କରୁଥିବା ଏହି ଦୁଇ ଦେଶର ୮୦ପ୍ରତିଶତ ଅଧିବାସୀ ବୌଦ୍ଧ ଧର୍ମାବଲମ୍ବୀ। ବିଶ୍ବ ମାନଚିତ୍ରରେ ଥାଇଲାଣ୍ଡର ପର୍ଯ୍ୟଟନ ଅର୍ଥନୀତି ବେଶ୍‌ ସମୃଦ୍ଧ। ଯଦିଓ କୃଷି ଓ ପର୍ଯ୍ୟଟନ ଉପରେ କାମ୍ବୋଡିଆବାସୀ ନିର୍ଭର କିନ୍ତୁ ଥାଇଲାଣ୍ଡ ଭଳି ବିକଶିତ ନୁହେଁ। ଥାଇଲାଣ୍ଡ ଚାଇନାର ବନ୍ଧୁ ହୋଇଥିବା ବେଳେ କାମ୍ବୋଡିଆ ହେଉଛି ଆମେରିକାର ବନ୍ଧୁ। ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଚୟନ ଚର୍ଚ୍ଚାରେ ପ୍ରଥମେ କାମ୍ବୋଡିଆ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ହକ୍‌ଦାର ବୋଲି ମତ ରଖିଥିଲା। ବୁଦ୍ଧ ଉପାସକଙ୍କ ଏହି ଦୁଇ ଦେଶ ମଧ୍ୟରେ ଦୁଇଟି ପ୍ରାଚୀନ ମନ୍ଦିରକୁ ନେଇ ବିବାଦ ବେଶ୍‌ ପୁରୁଣା। ଅନେକ ଥର ଏହି ବିବାଦ ସମାଧାନ ପାଇଁ ଉଦ୍ୟମ ବିଫଳ ହୋଇଛି। ୨୦୨୫ ଅକ୍ଟୋବରରେ ମାଲେସିଆରେ ଆୟୋଜିତ ଆସିଆନ ଶିଖର ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥାଇଲାଣ୍ଡ-କାମ୍ବୋଡିଆ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷର କରିବାରେ ସଫଳ ହୋଇଥିଲେ ମଧ୍ୟ ଏହା ବେଶି ଦିନ ତିଷ୍ଠିପାରିନି। ୨୦୨୫ ଶେଷ ଭାଗରେ ଥାଇଲାଣ୍ଡ-କାମ୍ବୋଡିଆ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଥାଇଲାଣ୍ଡ କାମ୍ବୋଡିଆ ସୀମାରେ ଏୟାର ଷ୍ଟ୍ରାଇକ କରି ପ୍ରଥମେ ଶାନ୍ତି ରାଜିନାମାକୁ ଉଲ୍ଲଂଘନ କରିଥିବା କାମ୍ବୋଡିଆ ଅଭିଯୋଗ କରିଛି। ଥାଇଲାଣ୍ଡର ଏଫ୍‌-୧୬ ଲଢ଼ୁଆ ବିମାନରେ ମଧ୍ୟ କାମ୍ବୋଡିଆର ଧର୍ମସ୍ଥଳଗୁଡ଼ିକୁ ଟାର୍ଗେଟ କରିଥିଲା ଆଉ ଆକ୍ରମଣକୁ ଯଥାର୍ଥ ବୋଲି ଦର୍ଶାଇଥିଲା ଥାଇଲାଣ୍ଡ। କାମ୍ବୋଡିଆ ସେନା ମନ୍ଦିରରେ ଅସ୍ତ୍ରଶସ୍ତ୍ର ରଖି ଏହାକୁ ସାମରିକ ଘାଟି ଭାବେ ବ୍ୟବହାର କରୁଥିବା ଥାଇଲାଣ୍ଡ ଆପତ୍ତି ଉଠାଇଥିଲା। ତେଣୁ ଉଭୟ ଦେଶ ମଧ୍ୟରେ ଛକାପଞ୍ଝା ସହ ଯୁଦ୍ଧସ୍ଥିତି ଉପୁଜିଛି। କାମ୍ବୋଡିଆ ସୀମାରେ ଥିବା ସ୍କୁଲଗୁଡ଼ିକୁ ସୁରକ୍ଷା ଦୃଷ୍ଟିକୋଣରୁ ବନ୍ଦ କରାଯାଇଛି। ଉଭୟ ଦେଶର ସେନା ଆଲର୍ଟ ମୋଡ୍‌ରେ ରହିଛନ୍ତି। ଗତ ୨ମାସ ମଧ୍ୟରେ ଉତ୍ତେଜନା ଓ ସଂଘର୍ଷରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
କହିବାକୁ ଗଲେ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ବିବାଦ ୧୧୮ ବର୍ଷ ପୁରୁଣା। ଦୁଇ ଦେଶର ସୀମାରେ ଥିବା ଦୁଇଟି ପ୍ରାଚୀନ ଶିବ ମନ୍ଦିରକୁ ନେଇ ବିବାଦ ବାରମ୍ବାର ହିଂସାତ୍ମକ ରୂପ ନେଉଛି। ଏହି ମନ୍ଦିର ଦୁଇଟି ହେଲା ପ୍ରିୟାହ ଭିହେର ଏବଂ ଟା ମୁଏନ ଥାମଁ ମନ୍ଦିର। ଉଭୟ ମନ୍ଦିରକୁ ଥାଇଲାଣ୍ଡ ଓ କାମ୍ବୋଡିଆ ସେମାନଙ୍କର ବୋଲି ଦାବି କରୁଛନ୍ତି। ୨୦୦୮ରେ ୟୁନେସ୍କୋ ଏହି ମନ୍ଦିର ଦୁଇକୁ ବିଶ୍ୱ ଐତିହ୍ୟ ସ୍ଥଳୀ ଅନ୍ତର୍ଭୁକ୍ତ କରିବା ପରେ ବିବାଦ ଅଧିକ ଘନୀଭୂତ ହୋଇଛି। ୨୦୧୩ରେ ଅନ୍ତର୍ଜାତୀୟ ନ୍ୟାୟାଳୟ ନିର୍ଦ୍ଦେଶ ଥିଲା କେବଳ ମନ୍ଦିର ନୁହେଁ, ଆଖପାଖ ଅଞ୍ଚଳ ମଧ୍ୟ କାମ୍ବୋଡିଆର। ଥାଇଲାଣ୍ଡ ଏହି ନିଷ୍ପତ୍ତିକୁ ସ୍ବୀକାର କରୁନି। ଗତବର୍ଷ ଜୁନ୍‌ ୧୫ରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଥିଲା। ସେହି ସମୟରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଥିବା ପି.ସିନାୱାତ୍ରା କାମ୍ବୋଡିଆର ନେତା ହୁନ ସେନଙ୍କ ସହ ଫୋନରେ କଥା ହୋଇ ଥିବା ଘଟଣା ସୋସିଆଲ ମିଡିଆରେ ଆସିବା ପରେ ଦେଶରେ ବିରୋଧାଭାସ ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋରଦାର ହୋଇଥିଲା। ଦେଶବ୍ୟାପୀ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପି. ସିନାୱାତ୍ରାଙ୍କ ବିରୋଧରେ ଅସନ୍ତୋଷ ଦେଖାଇଥିଲା। ଶେଷରେ ପ୍ରଧାନମନ୍ତ୍ରୀ ସିନାୱାତ୍ରାଙ୍କୁ ପଦରୁ ବହିଷ୍କାର କରାଯାଇଥିଲା। ପି. ସିନାୱାତ୍ରା ଦେଶବାସୀଙ୍କୁ କ୍ଷମା ମାଗିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ପଦରୁ ହଟିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ଫ୍ରାନ୍ସ ଦ୍ବାରା ଶାସିତ କାମ୍ବୋଡିଆ ସ୍ବାଧୀନତା ପରେ ଏହାର ୮ଶହ କିମି ସୀମାବର୍ତ୍ତି ଅଞ୍ଚଳର ସାର୍ବଭୌମତ୍ୱକୁ ନେଇ ଥାଇଲାଣ୍ଡ ସହ ବିବାଦ ମଧ୍ୟ ରହିଛି। ଏହାସହ ୧୯୬୨ରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ଏହି ପ୍ରାଚୀନ ଶିବ ମନ୍ଦିରକୁ କାମ୍ବୋଡିଆର ଅଂଶ ଭାବରେ ଘୋଷଣା କରିଥିଲେ। କିନ୍ତୁ ଥାଇଲାଣ୍ଡର କିଛି ଜାତୀୟତା ବାଦୀ ଗୋଷ୍ଠୀ ଏହାକୁ ଚ୍ୟାଲେଞ୍ଜ କରି ଆସୁଛନ୍ତି।
ଥାଇଲାଣ୍ଡ ଓ କାମ୍ବୋଡିଆ ସୀମାରେ ନିର୍ମିତ ଉଭୟ ପ୍ରାଚୀନ ଶିବ ମନ୍ଦିରକୁ ନକ୍‌ସାରେ କାମ୍ବୋଡିଆର ବୋଲି ଉଲ୍ଲେଖ କରିଥିଲା ଫ୍ରାନ୍ସ। ସେତେବେଳେ କିନ୍ତୁ ଥାଇଲାଣ୍ଡ ପକ୍ଷରୁ ଏହାକୁ ବିରୋଧ କରାଯାଇ ନ ଥିଲା। ପରେ ବିବାଦ ଉଗ୍ର ହୋଇଥିଲା। ସେହି ଶିବ ମନ୍ଦିର ଦୁଇଟିକୁ ନେଇ ବିବାଦ ବଢୁଛି। ନିକଟରେ କାମ୍ବୋଡିଆ ସୈନିକମାନେ ମୁଏନ ଥାଁମ ମନ୍ଦିରକୁ ତାରଜାଲିଘେରା କରିଥିବା ବେଳେ ଥାଇଲାଣ୍ଡ ସୈନିକମାନେ ରକେଟ ଓ ଡ୍ରୋନ ମାଡ଼ କରି ଏହାକୁ ଉଡ଼ାଇ ଦେଇଥିଲେ। ଟା ମୁଏନ ଥାଁମ ମନ୍ଦିର ଏଭଳି ସ୍ଥାନରେ ଅବସ୍ଥିତ, ଏହା କେଉଁ ଦେଶରେ ସାମିଲ ରହିବ ତାହା ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇପାରୁନି। ତେବେ କାମ୍ବୋଡିଆ କହିବା କଥା ଖମେର ସାମ୍ରାଜ୍ୟ କାମ୍ବୋଡିଆର ଅଂଶ ହୋଇଥିବାବେଳେ ଏହା କାମ୍ବୋଡିଆବାସୀଙ୍କ ଉପାସନା ପୀଠ ରହି ଆସିଛି। ଖମେର ସାମ୍ରାଜ୍ୟ କାମ୍ବୋଡିଆର ଏକ ଶକ୍ତିଶାଳୀ ସଭ୍ୟତା। ନବମ ଶତାବ୍ଦୀରୁ ୧୫ଶହ ଶତାବ୍ଦୀ ଯାଏ ଏହା ସମୃଦ୍ଧ ଥିଲା। ଖମେରମାନେ ଉଭୟ ଥାଇଲାଣ୍ଡ ଓ ଭିଏଟ୍‌ନାମର କିଛି ଅଞ୍ଚଳକୁ ଶାସନ କରିଥିବା କାମ୍ବୋଡିଆ ପକ୍ଷରୁ କୁହାଯାଇଛି। ସେପଟେ ଥାଇଲାଣ୍ଡ କହୁଛି ଏହି ମନ୍ଦିର ଚାରିପଟ ଥିବା ଜମି ତାହାର। ଥାଇଲାଣ୍ଡ ପ୍ରିୟାହ ଭିହେର ମନ୍ଦିର ଉପରେ ବାରମ୍ବାର ନିୟନ୍ତ୍ରଣ ଦାବି କରୁଛି, ଯାହାକୁ ନେଇ କାମ୍ବୋଡିଆ ୧୯୫୯ରେ ମାମଲାକୁ ଅନର୍ଜାତୀୟ କୋର୍ଟରେ ଉପସ୍ଥାପନ କରିଥିଲା। ୧୯୬୨ରେ ଅଦାଲତ କହିଥିଲେ ଏହି ମନ୍ଦିର କାମ୍ବୋଡିଆର ଏବଂ ଥାଇଲାଣ୍ଡ ତା’ର ସୈନିକ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଥାଇଲାଣ୍ଡ ଏହାକୁ ସ୍ବୀକାର କରିଥିଲେ କିନ୍ତୁ ଆଖପାଖ ଅଞ୍ଚଳ ନିଜର ବୋଲି ଦାବି କରୁଛି।

ଲଳିତେନ୍ଦୁ ପଲାଉରୀ

ବାଲିପନ୍ତାଳ,ନଗର,ଅସ୍ତରଙ୍ଗ,ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri