ଭାରତରେ ମନ୍ଦିର ସଂସ୍କୃତି

କୌଣସି ଏକ ହିନ୍ଦୁ ମନ୍ଦିର ଦର୍ଶନକଲେ ମନରେ ଆଧ୍ୟାତ୍ମିକ ଭାବର ବିକାଶ ଘଟେ। ଇତିହାସ, ଭୂଗୋଳ, ରାଜନୀତି ଏବଂ ଅର୍ଥନୀତିରେ ବି ମନ୍ଦିର ଏକ ବିଷୟ ହୋଇପାରେ। ପ୍ରଥମେ ଇତିହାସରୁ ଆରମ୍ଭ କରିବା। ଆମ ଭିତରୁ କେତେଜଣ ପଚାରନ୍ତି, କିଏ ମନ୍ଦିର ନିର୍ମାଣ କରିଥିଲେ? ମନ୍ଦିର ସମ୍ପର୍କିତ ପୁରାଣରୁ ଜଣାପଡ଼େ ଯେ ଅନେକ ହଜାର ବର୍ଷ ପୂର୍ବେ ସତ୍ୟ କିମ୍ବା ତ୍ରେତୟା ଯୁଗରେ ମନ୍ଦିର ନିର୍ମିତ ହୋଇଥିଲା। ରାମ ଏବଂ କୃଷ୍ଣଙ୍କ ସମୟରେ ମନ୍ଦିରରେ ବି ମୂର୍ତ୍ତି ରହିଥିଲା। କିନ୍ତୁ ଐତିହାସିକମାନେ ଯୁକ୍ତି ବାଢ଼ନ୍ତି ଯେ, ଯକ୍ଷ ଏବଂ ନାଗ ପୂଜାପାଉଥିବା ଉଇହୁଙ୍କାପୂର୍ଣ୍ଣ ବଗିଚାରୁ ହିନ୍ଦୁ ମନ୍ଦିରଗୁଡ଼ିକ ଧୀରେ ଧୀରେ ସୃଷ୍ଟି ହୋଇଥିଲା। ୫୦୦ ଖ୍ରୀଷ୍ଟାବ୍ଦ ପରେ ପଥର ଗୁମ୍ଫା ଏବଂ ପଥରକୁ କାଟି ମନ୍ଦିର କରାଯାଇଥିଲା ଏବଂ ଶେଷରେ ୧୦୦୦ ଖ୍ରୀଷ୍ଟାବ୍ଦରେ ପୂର୍ଣ୍ଣ ମନ୍ଦିର ଗଠନ କରାଯାଇଥିଲା। ରାଜକୀୟ ଶକ୍ତି ପ୍ରଦର୍ଶନ କରିବା ପାଇଁ ଅନେକ ରାଜା ମନ୍ଦିର ନିର୍ମାଣ କରିଥିଲେ। କର୍ନାଟକର ପାଟ୍ଟାଡକାଲ୍ଲ ମନ୍ଦିର ଚାଲୁକ୍ୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ତାମିଲନାଡୁର ବ୍ରିହାଦେଶ୍ୱର ଚୋଳ ବଂଶର ରାଜାମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା ସେମାନଙ୍କର ସାମରିକ ଶକ୍ତି ପ୍ରକାଶ କରିଥିଲା।
ବର୍ତ୍ତମାନ ଭୂଗୋଳକୁ ଆସିବା। ମନ୍ଦିରଟି ପର୍ବତ ଉପରେ କିମ୍ବା ସମୁଦ୍ର କୂଳରେ ଅଛି ? ଉଦାହରଣ ସ୍ବରୂପ, ଶ୍ରୀରଙ୍ଗମ ମନ୍ଦିରଗୁଡ଼ିକ ନଦୀ ଅବବାହିକାରେ ଅଛି। ପୁରୀ ମନ୍ଦିର ସମୁଦ୍ର କୂଳରେ ଓ ତିରୁପତି ଏକ ପର୍ବତ ଉପରେ ଅଛି। ମଣିଷ ବାସସ୍ଥାନଠାରୁ ବହୁ ଦୂରରେ ବାଣିଜ୍ୟ ମାର୍ଗରେ କେଦାରନାଥ ଏବଂ ବଦ୍ରିନାଥ ଅବସ୍ଥିତ। ଏଠାରେ ଏହା ପଛରେ କିଛି ଅର୍ଥ ଅଛି। ଏହା ଅସାମାନ୍ୟ ନୁହେଁ। ନିଜକୁ ପ୍ରଶ୍ନ କରନ୍ତୁ – ଏଠାରେ କାହିଁକି ଏସବୁ ମନ୍ଦିର ନିର୍ମାଣ କରାଯାଇଥିଲା। ଆମେ ପର୍ବତମାଳା ଶୀର୍ଷରେ ଜୈନ ମନ୍ଦିରଗୁଡ଼ିକୁ ଦେଖିବାକୁ ପାଉ, କାରଣ ଏହା ତୀର୍ଥଙ୍କରଙ୍କ ଅସୀମ ଜ୍ଞାନ ହାସଲକୁ ସୂଚିତକରେ। ଏଣୁ ସେ ଏକ ପର୍ବତ ଉପରେ ଚାରିଦିଗକୁ ମୁହଁକରି ବସିଥିବା ଦୃଶ୍ୟମାନ ହୁଅନ୍ତି। ଏହାର ଅର୍ଥ ତାଙ୍କ ଚାରିପାଖରେ ଏକାଠି ଥିବା ପ୍ରାଣୀମାନଙ୍କ ସହ ସେ କଥା ହୋଇଥାଆନ୍ତି।
ତୃତୀୟ ବିଷୟ ହେଉଛି ମନ୍ଦିରର ଅର୍ଥନୀତି ଏବଂ ରାଜନୀତି। ଏହାକୁ କିଏ ପାଣ୍ଠି ଯୋଗାଉଛନ୍ତି? ଏହାର ଯତ୍ନ କିଏ ନେଉଛନ୍ତି? ବିଷୟରେ କିଏ ଆଲୋଚନା କରୁଛନ୍ତି? ଏହାର ଚାରିପାଖର ପରିବେଶ ସହ ଏହାର କିଭଳି ସମ୍ପର୍କ ରହିଛି ଏବଂ ମନ୍ଦିର ବାହାରେ ଅର୍ଥନୀତିକୁ ସୂଚିତ କରୁଥିବା ଏକ ବଜାର ଅଛି କି? ମନ୍ଦିରକୁ ଯିବା ବାଟରେ ଏହି ପ୍ରଶ୍ନଗୁଡ଼ିକ ଆପଣ ଚିନ୍ତା କରିପାରିବେ। ଜାଣିପାରିବେ ଯେ, ମନ୍ଦିରର ଅର୍ଥନୀତି କିମ୍ବା ରାଜନୀତି କ୍ଷେତ୍ରରେ କେବଳ ମନ୍ଦିର ପୁରୋହିତ ଏବଂ ପୃଷ୍ଠପୋଷକ ନୁହନ୍ତି, ବରଂ ମନ୍ଦିରର ରକ୍ଷଣାବେକ୍ଷଣରେ ସହଯୋଗ କରୁଥିବା ବହୁ କୃଷକ, ପଶୁପାଳକ, କାରିଗରଙ୍କ ଅବଦାନ ରହିଛି। ଯେତେବେଳେ ଆପଣ କୌଣସି ମନ୍ଦିର ଦେଖିବେ,ତତ୍‌କ୍ଷଣାତ ଏହାର କାନ୍ଥ ଅଛି କି ନାହିଁ ଜାଣିପାରିବେ। ଖଜୁରାହୋରେ କାନ୍ଥ ନାହଁି। ଜଗନ୍ନାଥ ପୁରୀର କାନ୍ଥ ଅଛି। ବେଙ୍ଗଲରୁ ଇସ୍‌ଲାମିକ ଆକ୍ରମଣ ପରେ ଏଗୁଡ଼ିକ ନିର୍ମାଣ କରାଯାଇଥିଲା। ତାମିଲ ମନ୍ଦିରଗୁଡ଼ିକରେ ବିସ୍ତୃତ ଗୋପୁରାମ୍ସ କିମ୍ବା ପ୍ରବେଶ ଦ୍ୱାର ଅଛି। ଚୋଳ ରାଜତ୍ୱ ସମୟରେ ଗୋପୁରାମଗୁଡ଼ିକ ଛୋଟ ଥିଲା। ଶତାବ୍ଦୀ ଧରି ସେଗୁଡ଼ିକ କ୍ରମଶଃ ବଢ଼ିଚାଲିଲା। ଏହା ପରେ, ମନ୍ଦିର ପୂର୍ବ କିମ୍ବା ପଶ୍ଚିମ ଆଡ଼କୁ ଅଛି କି ନାହିଁ ତାହା ଅନୁଧ୍ୟାନ କରିବା। ଅନେକ ବୈଷ୍ଣବ ମନ୍ଦିରର ମୁଖ ପଶ୍ଚିମ କିମ୍ବା ଲକ୍ଷ୍ମୀଙ୍କ ଆଡ଼କୁ ,କାରଣ ସେ ସମୁଦ୍ରରୁ ବାହାରିଥିଲେ। ଅନ୍ୟ ମନ୍ଦିରଗୁଡ଼ିକ ଉଦିତ ସୂର୍ଯ୍ୟ ବା ପୂର୍ବ ମୁଖା। ଏହା ମାନକ ନୁହେଁ। ଦକ୍ଷିଣ ଭାରତରେ କେତେକ ମନ୍ଦିର, ବିଶେଷକରି ଦେବୀମାନେ ଉତ୍ତର ଦିଗକୁ ମୁହଁକରି ବିରାଜିତ ହୋଇଛନ୍ତି। ତା’ପରେ ଦେବଦେବୀ ବିରାଜମାନ କରିଥିବା ଗର୍ଭଗୃହ ଉପରେ ଟାୱାର ବା ଶିଖର ସବୁ ଅଛି,। ଉତ୍ତର ଭାରତୀୟ ହିନ୍ଦୁ ଏବଂ ଜୈନ ମନ୍ଦିରଗୁଡ଼ିକରେ ଏକାଧିକ ଗମ୍ବୁଜ ଦେଖାଯାଏ। ଉତ୍ତର ଭାରତର ମନ୍ଦିରଗୁଡ଼ିକର ଚୂଡ଼ା ଅନେକ ପର୍ବତସମୂହ ଭଳି ଦେଖାଯାଉଥିବାବେଳେ ଦକ୍ଷିଣ ଭାରତୀୟ ଚୂଡ଼ାଗୁଡ଼ିକ ପ୍ରାୟତଃ ପିରାମିଡ୍‌ ଭଳି ଦେଖାଯାଏ। ମନ୍ଦିରର ଉପରି ଭାଗରେ ହାଣ୍ଡି କିମ୍ବା ପତାକା କିମ୍ବା ଚକ ଅଛି କି? ସାଧାରଣତଃ ରାଜସ୍ଥାନ ଏବଂ ଗୁଜରାଟରେ ଥିବା ମନ୍ଦିରଗୁଡ଼ିକରେ ଦେଖାଯାଉଥିବା ଏକ ଶିଡ଼ି କିମ୍ବା ଏକାଧିକ ମହଲା ଅନ୍ୟ କୌଣସି ମନ୍ଦିରରେ ଅଛି କି ? ମନ୍ଦିରରେ ଏକ ସମାବେଶ ହଲ୍‌ ଅଛି? ପ୍ରଥମରୁ ମନ୍ଦିରଗୁଡ଼ିକରେ ସମାବେଶ କକ୍ଷ ନ ଥିଲା। ବିଜୟନଗର ଶାସନ ସମୟରେ ଦକ୍ଷିଣ ଭାରତୀୟ ମନ୍ଦିରରେ ଭକ୍ତ, ରୀତିନୀତି, ସଙ୍ଗୀତ, ନୃତ୍ୟ ଏବଂ ଦିବ୍ୟକଥା କହିବା ପାଇଁ ସୁନ୍ଦର ସ୍ତମ୍ଭ ବିଶିଷ୍ଟ ହଲ୍‌ ପ୍ରତିଷ୍ଠା କରାଯାଇଥିଲା।
ମନ୍ଦିରରେ ପ୍ରବେଶକରି ପ୍ରଥମେ ଏହାର ପ୍ରବେଶପଥ ଏବଂ ଧର୍ମୀୟ ସମାବେଶ କକ୍ଷଗୁଡ଼ିକୁ ଲକ୍ଷ୍ୟକର। ଆପଣ ମନ୍ଦିରର ଆଭ୍ୟନ୍ତରୀଣ ଅର୍ଥ ବ୍ୟବସ୍ଥା ଯଥା ରୋଷେଇ ଘର, ପ୍ରଦର୍ଶନ ଗୃହ, କାର୍ଯ୍ୟଦକ୍ଷତା ସ୍ଥାନ (ଦେବଦାସୀମାନେ ଏଠାରେ ରହି କାର୍ଯ୍ୟ କରିଥିଲେ କି?) ଦେଖିପାରିବେ। ମନ୍ଦିରଟି କିପରି ଭାବରେ ସଙ୍ଗଠିତ ହୋଇଛି ତାହା ମଧ୍ୟ ଲକ୍ଷ୍ୟକରନ୍ତୁ। କିଏ କବାଟ ଗଢ଼ିଛି? ଏହା ଗଙ୍ଗା ଏବଂ ଯମୁନା ହୋଇପାରେ, ପବିତ୍ର ଆର୍ଯ୍ୟ-ଭରତ ଧୋୟାଞ୍ଚଳ ସୃଷ୍ଟି କରିଥିବା ଗଙ୍ଗା ଓ ଯମୁନା କିମ୍ବା ବୈକୁଣ୍ଠ ପ୍ରତିଷ୍ଠା କରିଥିବା ଜୟ ଏବଂ ବିଜୟ ହୋଇପାରନ୍ତି। ଅନେକ ସମୟରେ ମନ୍ଦିର ବାହାରେ ରାଜାମାନଙ୍କ ଦ୍ୱାରା ନିର୍ମିତ ସ୍ତମ୍ଭ ଦେଖିବାକୁ ମିଳେ ଏବଂ ମନ୍ଦିର ଭିତରେ ପ୍ରବେଶ କରାଇ ଦିଆଯାଇ ନ ଥିବା ବହୁ ସନ୍ଥଙ୍କ ମୂର୍ତ୍ତି ମଧ୍ୟ ଦେଖାଯାଏ। ପାଣ୍ଡରପୁରରେ ଥିବା ଚୋଖାମେଲାଙ୍କ ସମାଧି ଏହାର ଉଦାହରଣ।
ଏହାସହ ମନ୍ଦିରରେ ଖୋଦେଇ ଦେଖିବାକୁ ମିଳେ। ସେସବୁ ଅଣ-ଧର୍ମୀୟ ମୂର୍ତ୍ତି ବା ସଙ୍କେତ ଯଥା ନୃତ୍ୟ କରୁଥିବା ମହିଳା, ଯୋଦ୍ଧା, ଉଦ୍ଭିଦ, ଚମତ୍କାର ପଶୁଙ୍କ କାହାଣୀକୁ ସୂଚିତ କରେ। ମନ୍ଦିରରେ ଯୌନ ଏବଂ ହିଂସାର ଛବି ଦେଖିବାକୁ ମିଳେ। ଧ୍ୟାନସ୍ଥ ସାଧୁମାନଙ୍କୁ ବୌଦ୍ଧ ଶ୍ରଦ୍ଧାଳୁମାନେ ବୁଦ୍ଧଙ୍କ ଜୀବନ ଏବଂ ତାଙ୍କର ଅତୀତ ଜୀବନର କାହାଣୀ ବର୍ଣ୍ଣନା କରନ୍ତି। ବୌଦ୍ଧ ମନ୍ଦିରଗୁଡ଼ିକ ବୁଦ୍ଧଙ୍କ ଜୀବନ କାହାଣୀ କହନ୍ତି। ଜୈନ ମନ୍ଦିରଗୁଡ଼ିକରେ ୨୪ ତୀର୍ଥଙ୍କରଙ୍କ ମୂର୍ତ୍ତି ଦେଖିବାକୁ ଏକା ଭଳି। କାରଣ ସେମାନେ ସମସ୍ତେ ନିଜର ଲୋଭ ଏବଂ ପରିଚୟକୁ ଜୟ କରିଛନ୍ତି। ଶିବ ମନ୍ଦିରଗୁଡ଼ିକ ଶିବଙ୍କ ବିବାହର କାହାଣୀ କୁହନ୍ତି। ବିଷ୍ଣୁ ମନ୍ଦିରଗୁଡ଼ିକ ବିଷ୍ଣୁଙ୍କ ଅବତାରର କାହାଣୀ ବର୍ଣ୍ଣନା କରନ୍ତି। ଶିବ ମନ୍ଦିର ଭିତରେ ଶିବଙ୍କ ସହ ଦେବୀ ଅଛନ୍ତି; ଯିଏ ସନ୍ନ୍ୟାସୀଙ୍କୁ ସ୍ବାମୀ କରିପାରିଛନ୍ତି। ବିଷ୍ଣୁ ମନ୍ଦିରରେ ବିଶେଷ କରି ଦକ୍ଷିଣରେ,ମନ୍ଦିର ପରିସରରୋ ଲକ୍ଷ୍ମୀ ମନ୍ଦିର ଅଲଗା ରହିଛି। ସେ ତାଙ୍କ ସ୍ବାମୀଙ୍କ ସନ୍ନ୍ୟାସ ମନୋଭାବକୁ ଭଲ ଭାବେ ଜାଣନ୍ତି। ଏହିପରି ଏକ ତୀର୍ଥଯାତ୍ରା ଅପେକ୍ଷା ମନ୍ଦିର ଭ୍ରମଣର ମହତ୍ତ୍ୱ ଅଧିକ, ଯାହା ଭାରତୀୟ ସଂସ୍କୃତିର ଏକ ଝଲକ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri