ଓୟୁଏଟିରେ କୃଷି ଇଞ୍ଜିନିୟରିଂ ଶିକ୍ଷା

ଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ୧୯୬୨ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନିରନ୍ତର ପ୍ରଚେଷ୍ଟା ଜାରିରଖିଛି ଏବଂ ରାଜ୍ୟରେ ଚାଷୀମାନଙ୍କର ଉନ୍ନତିରେ ସହାୟକ ହୋଇପାରିଛି। ବିଶ୍ୱବିଦ୍ୟାଳୟରେ କୃଷି, ଉଦ୍ୟାନ, କୃଷି ଯାନ୍ତ୍ରିକ, ପଶୁପାଳନ, ମାଛଚାଷ, ବନ ବିଜ୍ଞାନ, ଗୋଷ୍ଠୀ ବିଜ୍ଞାନ, ମୌଳିକ ବିଜ୍ଞାନ ଆଦି ବିଷୟଗୁଡ଼ିକ ଶିକ୍ଷାଦାନ ପାଇଁ ୧୦ଟି ମହାବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ଦେଶ ବିଦେଶରେ କାର୍ଯ୍ୟ କରି ବିଶ୍ୱବିଦ୍ୟାଳୟ ଲାଗି ଗୌରବ ଆଣିପାରିଛନ୍ତି।
କୃଷି ଯନ୍ତ୍ରପାତି ଉପରେ ଶିକ୍ଷାଦାନ ଓ ଗବେଷଣା ଏହି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କୃଷି ଯନ୍ତ୍ରପାତି ଉପରେ ଶିକ୍ଷା ଓ ଗବେଷଣା ପାଇଁ ସ୍ବତନ୍ତ୍ର ଭାବରେ ଏକ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ରହିଛି। ୧୯୬୬ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟରୁ ଏପର୍ଯ୍ୟନ୍ତ ୧୮୫୦ରୁ ଅଧିକ ସ୍ନାତକ ଓ ୪୦୦ରୁ ଅଧିକ ଛାତ୍ରୀଛାତ୍ର ସ୍ନାତକୋତ୍ତର ଉପାଧି ପାଇପାରିଛନ୍ତି। ଏହା ବ୍ୟତୀତ ଏହି ବିଭାଗରେ ୩୦ରୁ ଅଧିକ ଛାତ୍ରୀଛାତ୍ର ମଧ୍ୟ ପିଏଚ.ଡି. ଉପାଧି ପାଇପାରିଛନ୍ତି। ଶ୍ରେଣୀଗୃହ ଅଧ୍ୟାପନା ସହ ବିଭିନ୍ନ ପ୍ରକାର ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ମଧ୍ୟ ଛାତ୍ରୀଛାତ୍ରଙ୍କୁ ସକ୍ଷମ କରାଯାଇଥାଏ। ଏଠାରୁ ଉତ୍ତୀର୍ଣ୍ଣ ସ୍ନାତକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି, ଉଦ୍ୟାନ, ଜଳସେଚନ ସମ୍ବନ୍ଧିତ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ସହ ବିଭିନ୍ନ ଶିଳ୍ପସଂସ୍ଥା, ବ୍ୟାଙ୍କ ଆଦିରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ବିଗତ ଦିନଗୁଡ଼ିକରେ ଏହି ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବହୁତ ଛାତ୍ରୀଛାତ୍ର ବିଭିନ୍ନ ଭାରତୀୟ ବୈଷୟିକ ଅନୁଷ୍ଠାନ (ଆଇଆଇଟି), ରାଷ୍ଟ୍ରୀୟ ବୈଷୟିକ ଅନୁଷ୍ଠାନ (ଏନ୍‌ଆଇଟି), ଭାରତୀୟ କୃଷି ଅନୁସନ୍ଧାନ ଅନୁଷ୍ଠାନ (ଆଇଏଆର୍‌ଆଇ) ଭଳି ଲବ୍ଧପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୃତ୍ତି ସହ ବିଦ୍ୟାଧ୍ୟୟନ ଓ ଗବେଷଣା କରୁଛନ୍ତି ତଥା ବିଭିନ୍ନ ଉଚ୍ଚ ପଦବୀରେ ଅଧିଷ୍ଠିତ ଅଛନ୍ତି।
ଏହା ବ୍ୟତୀତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କୃଷି ଯନ୍ତ୍ରପାତି, ଶକ୍ତି, ଜଳ ଓ ମୃତ୍ତିକା ସଂରକ୍ଷଣ ଇଞ୍ଜିନିୟରିଂ, ଜଳସେଚନ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ବିଭାଗରେ ଗବେଷଣା କରାଯାଏ ତଥା ସମ୍ପୃକ୍ତ ବିଷୟଗୁଡ଼ିକରେ ତାଲିମ ପ୍ରଦାନ କରାଯାଇଥାଏ। ଏହି ସବୁ ବିଷୟରେ ଗବେଷଣା କରିବା ପାଇଁ ଚାରୋଟି ସର୍ବଭାରତୀୟ ଗବେଷଣା ପ୍ରକଳ୍ପ ମଧ୍ୟ ଏଠାରେ ରହିଛି। ଏହି ଗବେଷଣା ପ୍ରକଳ୍ପଗୁଡ଼ିକ ପଶୁ ଶକ୍ତିର ସଦୁପଯୋଗ ଓ ପଶୁପାଳନ କାର୍ଯ୍ୟଗୁଡ଼ିକର ଯାନ୍ତ୍ରିକୀକରଣ, କୃଷିରେ ଶ୍ରମଦକ୍ଷତା ତଥା ସୁରକ୍ଷା ବୃଦ୍ଧି, କୃଷି ଯନ୍ତ୍ରପାତି ଓ ଉପକରଣ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ଓ ଇଞ୍ଜିନିୟରିଂ ଉପରେ କାର୍ଯ୍ୟ କରିଥାନ୍ତି। ଏହିସବୁ ପ୍ରକଳ୍ପ ତଥା ଅଧ୍ୟାପକ ଓ ଛାତ୍ରମାନଙ୍କର ଗବେଷଣା ଜରିଆରେ ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ଓ ଅନ୍ୟାନ୍ୟ ବୈଷୟିକ ଜ୍ଞାନର ବିକଶିତ କରାଯାଇଅଛି। କୃଷି ଯନ୍ତ୍ରପାତି କ୍ଷେତ୍ରରେ କ୍ଷୁଦ୍ରଶସ୍ୟଗୁଡିକର ଅମଳ ଓ ଅମଳ ପରବର୍ତ୍ତୀ କାର୍ଯ୍ୟ ପାଇଁ ବିଭିନ୍ନ ଯନ୍ତ୍ର, ବଳଦଟଣା ପରିବା ଟ୍ରାନ୍ସପ୍ଲାଣ୍ଟର୍‌, ଦୁଇ ଧାଡିଆ ଯନ୍ତ୍ର ଚାଳିତ ଘାସବଛା ଯନ୍ତ୍ର, ପେଡାଲ ଚାଳିତ ମକା ସେଲର, ଏକ ଧାଡିଆ ପାୱାରଟିଲର ଚାଳିତ ଆଳୁ ଟ୍ରାନ୍ସପ୍ଲାଣ୍ଟର୍‌, ସୌରଶକ୍ତି ଚାଳିତ ମୋବାଇଲ ପ୍ରୋସେସିଂ ଯନ୍ତ୍ର, ସୁଆଁ ଥ୍ରେଶର, ମୁଗ ଥ୍ରେଶର ଆଦି ଅନ୍ୟତମ।
ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ଟେକ୍ନୋଲୋଜିଗୁଡ଼ିକ ମଧ୍ୟରେ ବିଭିନ୍ନ ଫଳ ଓ ପନିପରିବାରୁ ମୂଲ୍ୟ ଯୁକ୍ତ ପଦାର୍ଥ ଉତ୍ପାଦନ ପଦ୍ଧତି, ପଣସ, ବେଲ, ଆତ, ସପୁରି, ଅଦା, ମହୁଲ, ହଳଦୀ, ଜାମୁକୋଳି ପରି ଦେଶୀୟ ଫଳ ତଥା ଅନ୍ୟାନ୍ୟ ଦ୍ରବ୍ୟଗୁଡ଼ିକର ମୂଲ୍ୟ ବୃଦ୍ଧି ପଦ୍ଧତି ଅନ୍ୟତମ। ଏହା ବ୍ୟତୀତ ଏଠାରେ ଖାଦ୍ୟ ଦ୍ରବ୍ୟକୁ ଅଳ୍ପଦିନ ସାଇତି ରଖିବା ପାଇଁ ଶୀତଳଭଣ୍ଡାର, ତେଲକୁ ରିଫାଇନ କରିବା ପାଇଁ ଛୋଟଯନ୍ତ୍ର, ବାୟୁରୁ ଜଳୀୟ ଅଂଶ ନିଷ୍କାସନ କରି ଶୁଖାଇବା ଯନ୍ତ୍ର, ମହୁଲ ପ୍ରକ୍ରିୟାକରଣ ଯନ୍ତ୍ର ଆଦି ମଧ୍ୟ ବିକଶିତ କରାଯାଇଛି।
ଏହା ବ୍ୟତୀତ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ତରଫରୁ ଏଠାରେ ଜୈବିକ ଇନ୍ଧନ ଉପରେ ଉଚ୍ଚତର ଗବେଷଣା ପାଇଁ ଏକ ପ୍ରଫେସର ଚେୟାର ପ୍ରତିଷ୍ଠା କରାଯାଇଛି। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ସହାୟତାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଣ୍ଠିଦ୍ୱାରା ଏକ ଭୌଗୋଳିକ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଏବଂ ଏକ ହାଇଟେକ୍‌ କୃଷି ଯନ୍ତ୍ରପାତି କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛ। ଏହି ଭୌଗୋଳିକ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରଦ୍ୱାରା ସମୟୋଚିତ ଗବେଷଣା କରାଯାଇ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ଭାବରେ ମାର୍ଗଦର୍ଶନ କରାଯାଉଛି। ସେହିପରି ହାଇଟେକ୍‌ କୃଷି ଯନ୍ତ୍ରପାତି କେନ୍ଦ୍ରଠାରେ ଆଗାମୀ ଦିନରେ ଚାଷ କାର୍ଯ୍ୟକୁ ସହଜ ଓ ଲାଭଦାୟକ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ଉପରେ ଗବେଷଣା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଚାଷ କାର୍ଯ୍ୟରେ ଡ୍ରୋନ୍‌ର ବ୍ୟବହାର ତଥା ସେନ୍ସର ଟେକ୍ନୋଲୋଜିର ବ୍ୟବହାର ପାଇଁ ମଧ୍ୟ ଏଠାରେ ଗବେଷଣା ଓ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ଚାଷ କାର୍ଯ୍ୟରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ, ରୋବୋଟିକ୍ସ ଆଦି ଉପରେ ଗବେଷଣା ଦ୍ୱାରା ବିଭିନ୍ନ ପ୍ରକାର ଯନ୍ତ୍ର ଓ କାର୍ଯ୍ୟ ପ୍ରଣାଳୀକୁ ଅଧିକ ଦକ୍ଷ କରିବା ଉପରେ ଗବେଷଣା ଜାରି ରହିଛି। ଏସବୁ ଦ୍ୱାରା ଚାଷକାର୍ଯ୍ୟ ଅଧିକ ଲାଭଜନକ ହୋଇପାରିବ ଓ ପରିବେଶ ପ୍ରଦୂଷଣ ଉପରେ କମ ପ୍ରଭାବ ପଡ଼ିବ।
ଉପରୋକ୍ତ କାର୍ଯ୍ୟଗୁଡ଼ିକ ବ୍ୟତୀତ କୃଷି ଇଞ୍ଜିନିୟରିଂରେ ବିଭିନ୍ନ ଗବେଷଣାଲବ୍ଧ ଜ୍ଞାନକୁ ଚାଷୀ ତଥା ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ତାଲିମ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ। ଟ୍ରାକ୍ଟର, ପାୱାର ଟିଲର ତଥା ଟ୍ରାନ୍ସପ୍ଲାଣ୍ଟର୍‌ ପରି ବହୁଳ ଭାବରେ ପ୍ରଚଳିତ ଯନ୍ତ୍ରଗୁଡ଼ିକର ପରିଚାଳନା, ମରାମତି ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ମଧ୍ୟ ତାଲିମ ପ୍ରଦାନ କରାଯାଇ କୁଶଳୀ ପରିଚାଳକମାନଙ୍କୁ ପ୍ରସ୍ତୁତ କରାଯାଇଥାଏ। ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ କେନ୍ଦ୍ରଗୁଡିକ ମଧ୍ୟ ଏପରି ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥାନ୍ତି।
ଉପରୋକ୍ତ କାର୍ଯ୍ୟଗୁଡିକ ବ୍ୟତୀତ ରାଜ୍ୟ ସରକାରଙ୍କର କୃଷି ଯାନ୍ତ୍ରିକୀକରଣ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ବିଶେଷଜ୍ଞ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିଥାନ୍ତି। ଅଣୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକର ଉନ୍ନତୀକରଣ ପାଇଁ ଉଦ୍ଦିଷ୍ଟ ପିଏମ୍‌ଏଫ୍‌ଏମ୍‌ଇ ଯୋଜନାରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ରାଜ୍ୟସ୍ତରୀୟ ବୈଷୟିକ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରୁଛି ଓ ବିଭିନ୍ନ ବିଭାଗର କର୍ମଚାରୀ, ଉଦ୍ୟୋଗୀ ତଥା ଯୁବ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରୁଅଛି।
ଏହିପରି ଭାବରେ କୃଷିର ଅନ୍ୟ ସମସ୍ତ ବିଭାଗ ପରି କୃଷି ଯାନ୍ତ୍ରିକୀକରଣରେ ମଧ୍ୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପାରଦର୍ଶୀ କ୍ଷମତା ସହ ଶିକ୍ଷାଦାନ ଓ ଗବେଷଣା ଜାରି ରଖିଛି ଓ ଆଗାମୀ ଦିନଗୁଡିକରେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନରେ ସାହାଯ୍ୟ କରିବା ସହ ସମୟୋଚିତ ଗବେଷଣା ଓ ତାଲିମ ଦ୍ୱାରା କୃଷିର ଉନ୍ନତିରେ ଅଧିକରୁ ଅଧିକ ଯୋଗଦାନ କରିପାରିବ।
ଅଧ୍ୟକ୍ଷ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?