Posted inଜାତୀୟ

ହୋଲି ବେଳେ ୪୦ ଡେଇଁବ ତାପମାତ୍ରା

ନୂଆଦିଲ୍ଲୀ,୨୩ା୩(ପି.ଟି.): ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ତାପମାତ୍ରା ଉପରେ ୧୯୭୦ରୁ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି।
ବୈଜ୍ଞାନିକମାନଙ୍କ ସଂସ୍ଥା ‘କ୍ଲାଇମେଟ୍‌ ସେଣ୍ଟ୍ରାଲ’ ବୈଶ୍ୱିକ ପରିତାପନ ପରିପ୍ରେକ୍ଷୀରେ ଭାରତର ସ୍ଥିତି ଉପରେ ବିଶ୍ଳେଷଣ କରିଛନ୍ତି। ସେମାନଙ୍କ ମତରେ ମାର୍ଚ୍ଚ ଶେଷ ଭାଗରେ ଭାରତର ତାପମାତ୍ରାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିବ। ବିଶେଷକରି ମହାରାଷ୍ଟ୍ର, ଛତିଶଗଡ଼ ଓ ବିହାରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ୫ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି। ରାଜସ୍ଥାନ, ଗୁଜରାଟ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ବଢ଼ିପାରେ। ଏହି ଗବେଷଣା ପାଇଁ ବୈଜ୍ଞାନିକମାନେ ୧୯୭୦ ମସିହାରୁ ଅଦ୍ୟାବଧି ମାର୍ଚ୍ଚ ଓ ଏପ୍ରିଲ ଭିତରେ ତାପମାତ୍ରା ହାର ମଧ୍ୟରେ ରହିଥିବା ତାରତମ୍ୟକୁ ଅନୁଧ୍ୟାନ କରିଥିଲେ। ସେମାନଙ୍କ ମତରେ ବର୍ତ୍ତମାନ ଭାରତରେ ଏପରି ୩୭ ସହର ରହିଛି, ଯେଉଁଠି ୪୦ ଡିଗ୍ରୀ ଉପରକୁ ତାପମାତ୍ରା ବଢ଼ିବା ନେଇ ଅନୂ୍ୟନ ୧% ଆଶଙ୍କା ଉପୁଜିଛି। ସେହିପରି ୧୧ ସହରରେ ୧୦% କିମ୍ବା ତଦୂର୍ଦ୍ଧ୍ୱ ଆଶଙ୍କା ରହିଛି। ମାର୍ଚ୍ଚ-ଏପ୍ରିଲରେ ସାରା ଦେଶରେ ତାତି ବଢ଼ିବ ବୋଲି କ୍ଲାଇମେଟ୍‌ ସେଣ୍ଟ୍ରାଲ ପକ୍ଷରୁ କୁହାଯାଇଛି। ଏହି ତାପମାତ୍ରା ବୃଦ୍ଧି ପାଇଁ କ୍ଲାଇମେଟ୍‌ ସେଣ୍ଟ୍ରାଲର ସାଇନ୍ସ ଭାଇସ୍‌ ପ୍ରେସିଡେଣ୍ଟ ଆଣ୍ଡ୍ର୍ୟୁ ପେର୍ଶିଂ ମାନବକୃତ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ସ୍କାଏମେଟ ଓ୍ବେଦରର ମେଟେରୋଲୋଜି ଆଣ୍ଡ୍‌ କ୍ଲାଇମେଟ୍‌ ଚେଞ୍ଜ ଭାଇସ୍‌ ପ୍ରେସିଡେଣ୍ଟ ମହେଶ ପାଲାଓ୍ବତ୍‌ କହିଛନ୍ତି, ଆଗକୁ ତାତି ବୃଦ୍ଧିର ଏହି ଧାରା ଜାରି ରହିବ। ଗ୍ରୀଷ୍ମଋତୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।
ଅନ୍ୟପକ୍ଷେ ୧୮୫୦ରୁ ବିଶ୍ୱବ୍ୟାପୀ ତାପମାତ୍ରା ୧.୧ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ବୃଦ୍ଧି ପାଇଛି। ଏଥିଯୋଗୁ ୨୦୨୩ରେ ତାପମାତ୍ରା ରେକର୍ଡ ଭାଙ୍ଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?