Posted inଜାତୀୟ

ତାପମାତ୍ରା ବୃଦ୍ଧି: ଭାରତର କ୍ଷତି ୧୫୯ ବିଲିୟନ ଡଲାର

ନୂଆଦିଲ୍ଲୀ,୨୧।୧୦(ପି.ଟି.):୨୦୨୧ରେ ଅତ୍ୟଧିକ ଉତ୍ତାପ ଯୋଗୁ ଭାରତ ଆୟରେ ୧୫୯ ବିଲିୟନ ଡଲାର କ୍ଷତି ସହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ଜିଡିପିର ୫.୪ ପ୍ରତିଶତ। ଅତ୍ୟଧିକ ଉତ୍ତାପର ପ୍ରଭାବ ମୁଖ୍ୟତଃ ସେବା, ଉତ୍ପାଦନ, କୃଷି ଏବଂ ନିର୍ମାଣ ସେକ୍ଟରରେ ପଡ଼ିଥିଲା। ଏହା ଯୋଗୁ ଦେଶ ୧୬୭ ବିଲିୟନ ସମ୍ଭାବିତ ଶ୍ରମ ଘଣ୍ଟା ହରାଇଥିଲା, ଯାହାକି ୧୯୯୦-୧୯୯୯ ତୁଳନାରେ ୩୯ ପ୍ରତିଶତ ଅଧିକ ବୋଲି ଜଳବାୟୁ ସ୍ବଚ୍ଛତା ରିପୋର୍ଟ ୨୦୨୨ରେ କୁହାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ବିଶ୍ୱ ତାପମାତ୍ରା ଯଦି ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଏ ତେବେ ଭାରତର ଶ୍ରମ ଉତ୍ପାଦିକତା ୧୯୮୬-୨୦୦୬ ରିଫରେନ୍ସ ଅବଧି ତୁଳନାରେ ୫ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ବିଶ୍ୱ ତାପମାତ୍ରା ୨.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଲେ ଶ୍ରମ ଉତ୍ପାଦିକତା ୨.୧ ଗୁଣ ଅଧିକ ହ୍ରାସ ପାଇବ ଏବଂ ୩ ଡିଗ୍ରୀ ବଢ଼ିଲେ ୨.୭ ଗୁଣ ଅଧିକ ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୬ରୁ ୨୦୨୧ ମଧ୍ୟରେ ସାମୁଦ୍ରିକ ବାତ୍ୟା, ବନ୍ୟା, ଭୂସ୍ଖଳନ ଭଳି ଭୀଷଣ ପାଗ ଯୋଗୁ ଭାରତରେ ୩୬ ନିୟୁତ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି ଏବଂ ଚାଷୀମାନେ ୩.୭୫ ବିଲିୟନ ଡଲାର କ୍ଷତି ସହିଛନ୍ତି। ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତାପ ବଢ଼ିଲେ ବନ୍ୟା ଯୋଗୁ ବାର୍ଷିକ କ୍ଷତି ପ୍ରାୟ ୪୯ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ବାତ୍ୟା ଜନିତ କ୍ଷତି ୫.୭ ପ୍ରତିଶତ ବୃଦ୍ଧି ପାଇବ।
ଗତ ୩୦ ବର୍ଷ ମଧ୍ୟରେ ଭାରତରେ ବୃଷ୍ଟିପାତ ଢାଞ୍ଚାରେ ପରିବର୍ତ୍ତନ ଘଟିଛି। ଏହା କୃଷି, ବନୀକରଣ, ମତ୍ସ୍ୟଚାଷ ଆଦି ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକୁ ପ୍ରଭାବିତ କରିଛି। ଉତ୍ତାପ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇଲେ ଭାରତରେ ତୁଷାରପାତ ୧୩ ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ତାପମାତ୍ରା ଯଦି ୩ ପ୍ରତିଶତ ବୃଦ୍ଧି ପାଏ, ତୁଷାରପାତ ଅଧିକ ୨.୪ ଗୁଣ ହ୍ରାସ ପାଇବ। ପୃଥିବୀର ଉପରିଭାଗର ତାପମାତ୍ରା ୧୮୫୦-୧୯୦୦ ବର୍ଷର ହାରାହାରି ତାପମାତ୍ରା ତୁଳନାରେ ପ୍ରାୟ ୧.୧ ଡିଗ୍ରୀ ବୃଦ୍ଧି ପାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶ ୨୦୧୫ର ପ୍ୟାରିସ ରାଜିନାମାକୁ ଗ୍ରହଣ କରିଛନ୍ତି, ଯେଉଁଥିରେ ତାପମାତ୍ରା ବୃଦ୍ଧିକୁ ପ୍ରାକ୍‌ ଶିଳ୍ପ ସ୍ତର ତୁଳନାରେ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri