ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼: ଟ୍ରସ୍‌ଙ୍କ ପରେ କିଏ

ଲଣ୍ଡନ,୨୧ା୧୦:ବ୍ରିଟେନରେ ଲିଜ୍‌ ଟ୍ରସ୍‌ଙ୍କ ଦେଢ଼ ମାସିଆ ସରକାରର ପତନ ଘଟିବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ନାନା ଚର୍ଚ୍ଚା ହେଉଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ପ୍ରାକ୍ତନ ଅର୍ଥମନ୍ତ୍ରୀ ଋଷି ସୁନକ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। ଲଣ୍ଡନସ୍ଥିତ ଗ୍ୟାମ୍ବଲିଂ କମ୍ପାନୀ ବୁକ୍‌ମେକର ଓ୍ବିଲିୟମ ହିଲ୍‌ ମତରେ ସୁନକ ହେଉଛନ୍ତି ପ୍ରଧାନମନ୍ତ୍ରୀ ପଦ ପାଇଁ ସର୍ବାଧିକ ଗ୍ରହଣଯୋଗ୍ୟ ପ୍ରାର୍ଥୀ। ତାଙ୍କ ପରେ ହାଉସ୍‌ ଅଫ୍‌ କମନ୍ସ ନେତା ପେନ୍ନି ମୋର୍ଡଣ୍ଟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ଓ୍ବାଲେସ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଦାବିଦାର ଭାବେ ଉଭା ହୋଇଛନ୍ତି। ନିଜ କାର୍ଯ୍ୟକାଳରେ ଭୁଲ୍‌ ପଦକ୍ଷେପ ନେଇ ବିଦା ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପୂନର୍ବାର କ୍ଷମତାକୁ ଫେରିବା ପାଇଁ ଦୌଡ଼ରେ ସାମିଲ ହୋଇ ପାରନ୍ତି । ସମ୍ଭବତଃ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ନିବୃତ ରଖିବା ପାଇଁ ୧୯୨୨ କମିଟି ଅନୂ୍ୟନ ୧୦୦ କଞ୍ଜରଭେଟିଭ୍‌ ଏମ୍‌ପିଙ୍କ ସ୍ବାକ୍ଷର ସମ୍ବଳିତ ସମର୍ଥନପତ୍ର ଆବଶ୍ୟକ ବୋଲି ସର୍ତ୍ତ ବାଢ଼ିଛି।

ଋଷି ସୁନକ

୧୯୮୦ ମେ’ ୧୨ରେ ସାଉଥ୍‌ଆମ୍ପଟନ୍‌ରେ ଜନ୍ମିତ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେଉଛନ୍ତି ଇନ୍‌ଫୋସିସ୍‌ ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ। ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରେ ପଢ଼ିବା ବେଳେ ନରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ସହ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା। ସୁନକ ଓ ତାଙ୍କ ସ୍ତ୍ରୀ ବ୍ରିଟେନର ୨୨୨ତମ ଧନୀ। ଦୁହିଁଙ୍କ ମୋଟ ସମ୍ପତ୍ତିର ପରିମାଣ ୭୩୦ ନିୟୁତ ଡଲାର ହେବ। ୨୦୧୫ରୁ ସେ ନର୍ଥ ୟୋର୍କଶାୟାରସ୍ଥିତ ରିଚ୍‌ମଣ୍ଡରୁ ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରୁଛନ୍ତି। ୨୦୨୦ରେ ବୋରିସ୍‌ ଜନ୍‌ସନ୍‌ ଋଷିଙ୍କୁ ଅର୍ଥମନ୍ତ୍ରୀ ନିଯୁକ୍ତ କରିଥିଲେ। କିନ୍ତୁ ଲକ୍‌ଡାଉନ୍‌ ବେଳେ ବୋରିସ୍‌ ପାର୍ଟିଗେଟ୍‌ ମାମଲାରେ ବିବାଦୀୟ ହୋଇଯିବା ପରେ ଜୁଲାଇ ୭ରେ ଋଷି ଇସ୍ତଫା ଦେଇଥିଲେ। ତାଙ୍କ ପରେ ଅନେକ ମନ୍ତ୍ରୀ ଓ ଅଧିକାରୀ ଇସ୍ତଫା ଦେବା ପରେ ବୋରିସ୍‌ ବାଧ୍ୟହୋଇ ପଦ ଛାଡ଼ିଥିଲେ। ତାଙ୍କ ଉତ୍ତରାଧିକାରୀ ଦୌଡ଼ରେ ଋଷି ଆଗୁଆ ଥିଲେ। ଗତ ସେପ୍ଟେମ୍ବର ୫ରେ କଞ୍ଜଭେଟିଭ୍‌ ପାର୍ଟି ନେତା ନିର୍ବାଚନରେ ଟ୍ରସ୍‌ ବିଜୟୀ ହୋଇଥିଲେ। ତାଙ୍କ ଇସ୍ତଫା ପରେ ଋଷି ପ୍ରଧାନମନ୍ତ୍ରୀ ହେବା ଆଶା ଉଜ୍ଜ୍ୱଳ ହୋଇଛି।

ପେନ୍ନି ମୋର୍ଡଣ୍ଟ

୪୯ ବର୍ଷୀୟା ପେନେଲୋପ୍‌ ମେରି ମୋର୍ଡଣ୍ଟ ହେଉଛନ୍ତି ହାଇସ୍‌ ଅଫ୍‌ କମନ୍ସର ନେତା। ଗତ ସେପ୍ଟେମ୍ବରରୁ ସେ ଲର୍ଡ ପ୍ରେସିଡେଣ୍ଟ ଅଫ୍‌ ଦି କାଉନ୍‌ସିଲ ଲିଡର ରୂପେ ମଧ୍ୟ କାର୍ଯ୍ୟ କରୁଛନ୍ତି। ୨୦୧୦ ମେ’ରେ ପୋର୍ଟସ୍‌ମାଉଥ୍‌ ନର୍ଥ ଆସନରୁ ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରୁଥିବା କଞ୍ଜରଭେଟିଭ୍‌ ପାର୍ଟିର ଏହି ଏମ୍‌ପି ବୋରିସ୍‌ ଜନ୍‌ସନ କ୍ୟାବିନେଟରେ କନିଷ୍ଠ ମନ୍ତ୍ରୀ ଥିଲେ। ଏହା ପୂର୍ବରୁ ଥେରେସା ମେ’ କ୍ୟାବିନେଟରେ ଅନ୍ତର୍ଜାତୀୟ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ୨୦୧୭-୧୯ କାର୍ଯ୍ୟ କରିଥିଲେ। ୨୦୧୯ ଜୁଲାଇରେ ତାଙ୍କୁ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଲୋକ ସମ୍ପର୍କ ଶିଳ୍ପରେ କ୍ୟାରିୟର ଆରମ୍ଭ ପୂର୍ବରୁ ପେନ୍ନି ୟୁନିଭର୍ସିଟି ଅଫ୍‌ ରିଡିଂରେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ।

ବେନ୍‌ ଓ୍ବାଲେସ୍‌

୧୯୭୦ ମେ’ ୧୫ରେ ଜନ୍ମିତ ରବର୍ଟ ବେନ୍‌ ଲୋବ୍ବାନ ଓ୍ବାଲେସ୍‌ ବ୍ରିଟିଶ ଆର୍ମି ଅଧୀନ ସ୍କଟ ଗାର୍ଡସ୍‌ ରେଜିମେଣ୍ଟର ଜଣେ ପୂର୍ବତନ ସୈନିକ। ୨୦୧୯ ଜୁଲାଇ ୨୪ରୁ ସେ ପ୍ରତିରକ୍ଷା ମନ୍ତ୍ରୀ ରୂପେ କାର୍ଯ୍ୟରତ। ଓ୍ବିରେ ଏବଂ ପ୍ରେଷ୍ଟନ ନର୍ଥରୁ ୨୦୦୫ ମସିହରୁ ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରୁଥିବା ବେନ୍‌ ଡେଭିଡ୍‌ କାମେରୁନ୍‌ ସରକାର ଅମଳରେ ନର୍ଦ୍ଦନ ଆୟର୍ଲାଣ୍ଡ ଅଫିସରେ ସଂସଦୀୟ ଅନୁସଚିବ ଥଲେ। ୨୦୧୬ରେ ପ୍ରଧାନମନ୍ତ୍ରୀ ଥେରେସା ମେ ତାଙ୍କୁ ନିଜ କ୍ୟାବିନେଟରେ ସୁରକ୍ଷା ଓ ଅର୍ଥନୈତିକ ଅପରାଧ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିଯୁକ୍ତ କରିଥିଲେ। ବୋରିସ ଜନ୍‌ସନ୍‌ଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ବେନି ବୋରିସ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ସେପ୍ଟେମ୍ବର ୬ରେ ଲିଜ୍‌ ଟ୍ରସ୍‌ ତାଙ୍କୁ ଏହି ଦାୟିତ୍ୱ ପାଇଁ ପୁନଃ ନିଯୁକ୍ତି ଦେଇଥିଲେ।

୨୮ ସୁଦ୍ଧା ନୂଆ ପ୍ରଧାନମନ୍ତ୍ରୀ

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ଦେଶରେ ରାଜନୈତିକ ସଙ୍କଟ ଓ ଆର୍ଥିକ ଅସ୍ଥିରତା ଘନେଇବାରେ ଲାଗିଥିବାବେଳେ କଞ୍ଜରଭେଟିଭ୍‌ ପାର୍ଟିର ନୂଆ ନେତା ଅକ୍ଟୋବର ୨୮ ସୁଦ୍ଧା ଦାୟିତ୍ୱ ଗ୍ରହଣ କରିବେ ବୋଲି ଗୁରୁବାର ଟୋରି ବ୍ୟାକ୍‌ବେଞ୍ଚ ୧୯୨୨ କମିଟି ଅଧ୍ୟକ୍ଷ ସାର୍‌ ଗ୍ରାହାମ ବ୍ରାଡି ଘୋଷଣା କରିଛନ୍ତି। ଅକ୍ଟୋବର ୩୧ରେ ପାର୍ଲାମେଣ୍ଟରେ ଅଫିସ୍‌ ଅଫ୍‌ ବଜେଟ୍‌ ରେସ୍‌ପନ୍ସିବିଲିଟି (ଓବିଆର୍‌) ବା ମଧ୍ୟମ ଅବଧିର ବିତ୍ତୀୟ ଯୋଜନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିବୃତି ଉପସ୍ଥାପନ କରାଯିବ। ତେଣୁ ଏହା ପୂର୍ବରୁ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?