ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ

ବାରିପଦା,୧୭।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାସକ ପରେ ପୁଣି ଫେରିଛି ହାଡ଼ଭଙ୍ଗା ଶୀତ। ଦିନ ତମାମ କୁହୁଡିଆ ପାଗ ସାଙ୍ଗକୁ ସୁଲୁସୁଲିଆ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ ହୋଇଛି। ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅଭୟାରଣ୍ୟର ଉପର ବାର୍‌ହାକାମୁଡ଼ା ରେଞ୍ଜରେ ଶୂନ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲା, ନଅଁଣା, ବରେହିପାଣି, କାଇଝରୀ, ରାମତୀର୍ଥ ଓ ଗୁଡଗୁଡ଼ିଆ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି ା
ଗତ ୨୪ଘଣ୍ଟା ମଧ୍ୟରେ ଜିଲାରେ ସର୍ବନିମ୍ନ  ତାପମାତ୍ରା ୧୨ଡିଗ୍ରୀ ତଳେ ରହିଥିବା ବେଳେ ଶିମିଳିପାଳରେ ଶୂନ ଡିଗ୍ରୀ ସେଲସିୟସ ରହିଛି ା ବନ ବିଭାଗର ସ୍ବତନ୍ତ୍ର ତାପମାତ୍ରା ମାପ ଯନ୍ତ୍ରରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ ମଙ୍ଗଳବାର ସକାଳ ୬ଟାରେ ଶିମିଳିପାଳ ଅଭୟାରଣ୍ୟର ରାମତୀର୍ଥଠାରେ ୧୩ ଡିଗ୍ରୀ, ଗୁଡଗୁଡ଼ିଆରେ ୧୧, କାଇଝରୀରେ ୧୨, ବରେହିପାଣିରେ ୧୧, ଚହଲାରେ ୫, ନଅଁଣାରେ ୯ ଓ ଉପର ବାର୍‌ହାକାମୁଡ଼ାରେ ଶୂନ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ଜିଲାର ୬ଟି ବ୍ଲକରେ ଶୀତର ଲହରୀ ସାଙ୍ଗକୁ କୁହୁଡ଼ିଆ ପାଗ ଲାଗିରହିଛି। ମକର ମେଳାରେ ବିଶେଷ ଭିଡ଼ ପରିଲ୍ଲକ୍ଷିତ ହେଉ ନ ଥିବା ଦେଖିବାକୁ ମିଳିଛି। ଶୀତ ପାଇଁ ଦିନ ତମାମ ଗଁାରୁ ସହର ପର୍ଯ୍ୟନ୍ତ ଚଳପ୍ରଚଳ କମ ଦେଖିବାକୁ ମିଳିଛି। ଅତ୍ୟଧିକ ଶୀତ ଯୋଗୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପଶୁପକ୍ଷୀ ତଥା ବନ୍ୟଜନ୍ତୁ କଷ୍ଟ ଭୋଗୁଛନ୍ତି। ସନ୍ଧ୍ୟାରେ ଗଁାଗଣ୍ଡା  ଶୂନଶାନ ହୋଇଯାଉଛି ା ଗ୍ରାମାଞ୍ଚଳର ଲୋକେ ନିଅଁା ଜାଳି ଶୀତ କଷ୍ଟକୁ ଲାଘବ କରୁଛନ୍ତି। ରାତି ୮ଟା ପରେ ସହର ବଜାର ଜନଶୂନ୍ୟ ହୋଇପଡୁଛି। ଦିନ ତମାମ ଶୀତ ବସ୍ତ୍ର ପିନ୍ଧି ଲୋକେ ଚଳପ୍ରଚଳ କରୁଛନ୍ତି। ସକାଳେ କୁହୁଡି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି।

Enter your email to get our daily news in your inbox.

All Right Reserved By Dharitri.Com

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ ଦେବୁନି

ରାୟଗଡ଼ା,୧୦।୫(ଭାଗ୍ୟଶ୍ରୀ ମିଶ୍ର ): ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଆଜି ବି ଅନେକ ଅଞ୍ଚଳ ଅପହଞ୍ଚ l କଲ୍ୟାଣସିଂପୁରର ୧୫ ନମ୍ବର ୱାର୍ଡରେ ଥିବା ଘାଗୁଡ଼ିମାଳ...

ଲେଖାଶ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ପ୍ରତାପ

ବାଲେଶ୍ୱର,୧୦।୫(ମାନସ ବିଶ୍ୱାଳ): ଓଡ଼ିଶାରେ ଦୀର୍ଘ ୨୫ବର୍ଷ ଧରି ବିଜେଡି ଭ୍ରଷ୍ଟାଚାର ଓ ଦୁର୍ନୀତି କରିଆସୁଥିବା ଅଭିଯୋଗ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି ଭାଜପା ରାଜ୍ୟ...

ମୋରମ,ମାଟି ଚାଲାଣକାରୀ ସକ୍ରିୟ

ମୋରଡ଼ା,୧୦ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ ବେଆଇନ ମାଟି ଓ଼ ମୋରମ ଚାଲାଣକାରୀ ସକ୍ରିୟ ହୋଇ ପଡ଼ିଛନ୍ତି। ସଂରକ୍ଷିତ ଜଙ୍ଗଲରୁ ମାଟି ଓ଼ ମୋରମ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

ରଥଯାତ୍ରା ବେଳେ ଖୋଲିପାରେ ରତ୍ନଭଣ୍ଡାର

ପୁରୀ,୧୦ା୫(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ...

୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର

ଖୋର୍ଦ୍ଧା,୧୦ା୫(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀ ଏବେ ପ୍ରଚାରକୁ ଜୋରଦାର...

ଚାଷଜମିରେ ପହଞ୍ଚୁନି ପାଣି, ଚାଷୀ ନିରାଶ

ନିରାକାରପୁର,୧୦ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ଚାଷ ଓ ଚାଷୀଙ୍କ ଉନ୍ନତ୍ତି ସରକାର ବିଭନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri