Posted inଜାତୀୟ

‘ଆଇନରେ କଳା କେଉଁଠି କୁହ’

ନୂଆଦିଲ୍ଲୀ, ୬।୨(ପି.ଟି.): ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାଯାଇ ତାହା ସ୍ଥାନରେ ବିସ୍ତୃତ ବିଚାର ବିମର୍ଶ କରି ନୂଆ ଆଇନ ଅଣାଯାଉ ବୋଲି ଶୁକ୍ରବାର ରାଜ୍ୟ ସଭାରେ ଶିବସେନା, ଶିରୋମଣି ଅକାଳୀ ଦଳ, ଏନ୍‌ସିପି, ସମାଜବାଦୀ ପାର୍ଟି ଏବଂ ବାମଦଳଗୁଡ଼ିକ ଦାବି କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ବେଳେ ବିରୋଧୀ ସଦସ୍ୟମାନେ ସରକାରଙ୍କ ଉପରେ ବର୍ଷିଥିଲେ। ଚାଷୀ ଆନ୍ଦୋଳନକୁ ସରକାର ଜାତୀୟତା ବିରୋଧୀ କହି ଏହାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ ଚଳାଇଥିବାରୁ ବିରୋଧୀ ଦଳଗୁଡ଼ିକ ଏହାର ସମାଲୋଚନା କରିଥିଲେ। କେହି ସତ କଥା କହିଲେ ତାଙ୍କୁ ଦେଶଦ୍ରୋହୀ କୁହାଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କହିଥିଲେ। ଚାଷୀ ନିଜ ହକ୍‌ ପାଇଁ ଆନ୍ଦୋଳନ କରୁଥିବାବେଳେ ସେମାନଙ୍କୁ ଜାତୀୟତା ବିରୋଧୀ କିମ୍ବା ଖଲିସ୍ଥାନୀ ଭାବେ ନାମିତ କରାଯାଉଛି। ସରକାର ଚାଷୀଙ୍କ ଦାବି ଶୁଣନ୍ତୁ ଓ କୃଷି ଆଇନ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଶିବସେନା ଏମ୍‌ପି ଦାବି କରିଥିଲେ।
ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବଢ଼ାଇବା ସହ ଚାଷୀଙ୍କ ଆୟ ଦୁଇଗୁଣା କରିଥିବା ଦାବି କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ମିଛ ବୋଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସେ ପୁଞ୍ଜିପତି ମୁନାଫା ଯୋଜନା ଭାବେ ଅଭିହିତ କରିଥିଲେ।
ଅନ୍ୟପକ୍ଷରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, କୃଷି ଆଇନକୁ ବିରୋଧ କରି ଏହାକୁ କଳା ଆଇନ କହୁଥିବା ଲୋକେ ସେଥିରେ କ’ଣ କଳା ରହିଛି, ତାହା କହିବା ପାଇଁ ପ୍ରସ୍ତୁତ ନୁହନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନର ନେତାମାନେ ଏହାର ବ୍ୟବସ୍ଥା ଉପରେ ଆଲୋଚନା କରିବା ଉଚିତ। ସମସ୍ୟା ଦର୍ଶାଇଲେ ଏହାର ସମାଧାନ ହୋଇପାରିବ। କିନ୍ତୁ ଆଇନରେ କ’ଣ ସମସ୍ୟା ସେମାନେ ଦେଖାଇ ପାରୁନାହାନ୍ତି ବୋଲି ତୋମାର ରାଜ୍ୟ ସଭାରେ କହିଥିଲେ। ଆନ୍ଦୋଳନ କେବଳ ଗୋଟିଏ ରାଜ୍ୟରେ ସୀମିତ ରହିଛି। ଚାଷୀମାନଙ୍କୁ ଉସୁକାଯାଉଥିବା କୃଷିମନ୍ତ୍ରୀ କହିଥିଲେ। କଂଗ୍ରେସ ପକ୍ଷରୁ ସଦ୍ୟ ପ୍ରକାଶିତ ପୁସ୍ତକକୁ ନେଇ ମନ୍ତ୍ରୀ ସମାଲୋଚନା କରିଥିଲେ। ଚାଷ ପାଇଁ ପାଣି ଦରକାର ଏହା ସମସ୍ତେ ଜାଣନ୍ତି। କେବଳ କଂଗ୍ରେସ ରକ୍ତ ବ୍ୟବହାର କରି ଚାଷ କରିପାରେ ବୋଲି ସେ କହିଥିଲେ। ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେବା ଅର୍ଥ ଆଇନ ତ୍ରୁଟିପୂର୍ଣ୍ଣ ନୁହେଁ। କୃଷି ଆଇନକୁ ସମର୍ଥନ କରି ତୋମାର କହିଥିଲେ, ଚାଷୀ ଯେତେବେଳେ ଚାହିଁବେ ଚୁକ୍ତିନାମାରୁ ଓହରିଯାଇପାରିବେ, ଏଥିପାଇଁ କୌଣସି ଜରିମାନା ବ୍ୟବସ୍ଥା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri