୬ ବର୍ଷ ପରେ Indian Idol ଛାଡ଼ିଲେ ବିଶାଲ ଦଦଲାନୀ, ଏହି କାରଣ ପାଇଁ…

ମୁମ୍ବାଇ: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ’ ମଧ୍ୟରୁ ‘ଇଣ୍ଡିଆନ ଆଇଡଲ’ ଅନ୍ୟତମ। ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ହୋଇଥିଲା। କୋଲକାତାର ୨୪ ବର୍ଷୀୟ ମାନସୀ ଘୋଷ ଏହାର ଟ୍ରଫି ଜିତିଥିଲେ। ଚଳିତ ସିଜନକୁ ରାପର ବାଦ୍‌ଶାହା, ଶ୍ରେୟା ଘୋଷାଲ ଏବଂ ବିଶାଲ ଦଦଲାନୀ ହୋଷ୍ଟ କରିଥିଲେ। ହେଲେ ଏବେ କିଛି ସମୟ ପୂର୍ବରୁ ବିଶାଲ ଶୋ’ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ୬ ବର୍ଷ ପରେ ସେ ହଠାତ୍‌ ଶୋ’ ଛାଡ଼ୁଥିବାରୁ ପ୍ରଶଂସକ ଏବଂ ଦର୍ଶକ ଚକିତ ହୋଇଛନ୍ତି।

ଏଯାବତ ବିଶାଲ ‘ଇଣ୍ଡିଆନ ଆଇଡଲ୍‌’ର ୬ ସିଜନ ହୋଷ୍ଟ କରିଛନ୍ତି। ପ୍ରାରମ୍ଭିକ ଦିନରେ ସେ ନେହା କକ୍କର ଏବଂ ହିମେଶ ରେଶମିୟାଙ୍କ ସହ ହୋଷ୍ଟ କରିଥିଲେ। ଏବେ ସେ ଶୋ’ରୁ ବିଦାୟ ନେଇ କହିଛନ୍ତି, ବିଚାରପତି ଭାବେ ଏହାର ମୋର ଅନ୍ତିମ ସିଜନ ଥିଲା। ସମସ୍ତଙ୍କୁ ବିଦାୟ ଜଣାଉଛି। ଆଶା କରୁଛି ଶୋ’ ମୋତେ ସେତିକି ମନେ ପକାଇବ ଯେତିକି ମୁଁ ମନେ ପକାଇବି। । ଅଧିକାରଠାରୁ ଅଧିକ ଭଲପାଇବା ମୋତେ ମିଳିଛି। ଏବେ ସମୟ ଆସିଯାଇଛି ଯେ ମୁଁ ସଂଗୀତ ପ୍ରସ୍ତୁତ କରିବି, କନସର୍ଟ କରିବି ଏବଂ ବିନା ମେକ୍‌ଅପ୍‌ରେ ରହିବି ବୋଲି ସେ କହିଛନ୍ତି।

 

View this post on Instagram

 

A post shared by VISHAL (@vishaldadlani)

ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୋଷ୍ଟରେ ଆଦିତ୍ୟ ନାରାୟଣ ପ୍ରତିକ୍ରିୟା ଦେଇ କହିଛନ୍ତି, ଏକ ଯୁଗର ଅନ୍ତ। ବିଶାଲ ଆପଣଙ୍କ ବିନା ଏହି ଶୋ’ କିଭଳି ଚାଲିବ। ଆପଣଙ୍କ ସହ ବିତାଇଥିବା ସମୟ ପାଇଁ ଋଣି ରହିବି।

ତେବେ ୨୦୦୪ରେ ଶୋ’ର ପ୍ରଥମ ସିଜନ ଲଞ୍ଚ ହୋଇଥିଲା। ଏହାକୁ ପ୍ରଶଂସକ ବହୁତ ଭଲପାଇବା ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?