Posted inଜାତୀୟ

ଜଳୁଛି ଅଗ୍ନିପଥ ନିଆଁ: ପୋଲିସ ଗୁଳିରେ ଜଣେ ମୃତ

ହାଇଦ୍ରାବାଦ,୧୭।୬: ଅଗ୍ନିପଥ ଯୋଜନା ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଏବେ ଉଗ୍ର ରୂପ ଧାରଣ କରିଛି। ଦିନକୁ ଦିନ ଏହାର ନିଆଁ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଲାଣି। ଇତିମଧ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦରେ ଶୁକ୍ରବାର ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର ସିକନ୍ଦରାବାଦରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେବଳ ସେତିକି ନୁହେଁ ଟ୍ରାକ୍‌ରେ ଠିଆ ହୋଇଥିବା ଟ୍ରେନ୍‌ରେ ମଧ୍ୟ ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଥିଲେ। ଏଥିସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରେଲଓ୍ବେ ଷ୍ଟେସନର ଗୋଟିଏ ପାର୍ଶ୍ୱରେ ପୋଲିସକର୍ମୀ ରହିଥିବା ବେଳେ ଅନ୍ୟ ପାର୍ଶ୍ୱରେ ପ୍ରଦର୍ଶନକାରୀ ରହିଥିବା ଦେଖିବାକୁ ମିଳିଛି। ଲଗାତର ଭାବେ ବିକ୍ଷୋଭକାରୀମାନେ ପୋଲିସଙ୍କ ଉପରେ ପଥରମାଡ଼ କରିଥିଲେ। ସେମାନଙ୍କୁ ରୋକିବାକୁ ଯାଇ ପୋଲିସ ମଧ୍ୟ ୧୭ରାଉଣ୍ଡ ଗୁଳି ଚଳାଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ତେଲେଙ୍ଗାନା ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଇଛି। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବିକ୍ଷୋଭ ପ୍ରଦର୍ଶନ ହେଉଥିବା ସ୍ଥାନଗୁଡ଼ିକରେ ସିଆରପିଏଫ୍‌ର ୩ଟି କମ୍ପାନୀକୁ ପଠାଇବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ବୁଲୁଥିବା ଲୋକଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର: ହାଇକୋର୍ଟ…

ମୁମ୍ବାଇ, ୨୮।୩ : ଯେଉଁମାନେ ରାତିରେ ବୁଲାବୁଲି କରିଥାନ୍ତି ସେମାନଙ୍କୁ ପଚରାଉଚରା କରିବା ପୋଲିସର ଅଧିକାର ରହିଛି ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏହା ସହିତ...

ବିହାର ଦ୍ୱାଦଶ ପରୀକ୍ଷା ଫଳ: ବିଜ୍ଞାନ-ବାଣିଜ୍ୟ-କଳାରେ ଛାତ୍ରୀ ଟପ୍ପର…

ପାଟନା,୨୧।୩ : ବିହାର ବୋର୍ଡ ଦ୍ୱାଦଶ ପରୀକ୍ଷା ଫଳ ୨୦୨୩ ଘୋଷଣା କରାଯାଇଛି। ପାଟନାରେ ଥିବା ବିଏସବି କାର୍ଯ୍ୟାଳୟରେ ଶିକ୍ଷା ମନ୍ତ୍ରୀ ଏହି ଫଳାଫଳ ଘୋଷଣା...

୧୨ ଦେଶରେ ଚିଦାମ୍ବରମ୍‌ଙ୍କ ୧୭ ଆକାଉଣ୍ଟ

ନୂଆଦିଲ୍ଲୀ,୨୭ା୮(ପି.ଟି.): ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କର ୧୨ଟି ଦେଶରେ ୧୭ଟି ବ୍ୟାଙ୍କ୍‌ ଆକାଉଣ୍ଟ ରହିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଶେଲ୍‌ ଓ୍ବେବ୍‌...

ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା: ଟି.କେ. ରଙ୍ଗରାଜନଙ୍କୁ ଜୀବନବ୍ୟାପୀ ସଫଳତା ସମ୍ମାନ…

ନୂଆଦିଲ୍ଲୀ,୨୧।୨ : ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା ମଙ୍ଗଳବାର କରାଯାଇଛି। ୧୩ ଏମ୍‌ପି, ୨ ସଂସଦୀୟ କମିଟି ଏବଂ ଗୋଟିଏ ଜୀବନବ୍ୟାପୀ ସଫଳତା ପୁରସ୍କାର ଘୋଷଣା...

କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା

ନୂଆଦିଲ୍ଲୀ, ୩।୧୦: ଭାରତରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ଲକ୍ଷେ ୮୪୨ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ...

ୟୁପିରେ ଟିକସମୁକ୍ତ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବେ ‘ଦ କେରଲା ଷ୍ଟୋରି’ର ଟିମ୍‌

ଲକ୍ଷ୍ନୌ, ୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। କେତେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଅନ୍ୟ...

ସାଇକେଲରେ ଗ୍ୟାସ ସିଲିଣ୍ଡର ନେଇ ଭୋଟ ଦେବାକୁ ପହଞ୍ଚିଲେ କଂଗ୍ରେସ ପ୍ରାର୍ଥୀ, ଭିଡ଼ିଓ ଭାଇରାଲ…

ଅମରେଲି,୧।୧୨ : ଗୁଜରାଟରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଗୁରୁବାର ଆରମ୍ଭ ହୋଇଛି। ଏହି ସମୟରେ ଆମରେଲିରେ କଂଗ୍ରେସ ପ୍ରାର୍ଥୀ ପରେଶ ଧନାନୀଙ୍କ...

୩୦୦ ସ୍ପିଡ୍‌ରେ ବାଇକ୍‌ ଚଳାଇ କରୁଥିଲେ ଭିଡିଓ, ଦୁର୍ଘଟଣାରେ ୟୁଟ୍ୟୁବରଙ୍କ ଜୀବନ ଗଲା

ଅଲୀଗଡ଼,୩ା୫: ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ବୁଧବାର ଏକ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଅଗସ୍ତ୍ୟ ଭିଡିଓ କରିବା ପାଇଁ ତାଙ୍କ ରେସିଂ ବାଇକ୍‌ରେ ଆଗ୍ରା ଠାରୁ ଦିଲ୍ଲୀ...

Advertisement
Archives

Model This Week