Posted inଜାତୀୟ

ତେଲଙ୍ଗାନା ଆଫଗାନିସ୍ତାନ୍‌, କେସିଆର୍‌ ତାଲିବାନ୍‌

ମହବୁବାବାଦ୍‌,୨୦ା୨: ତେଲଙ୍ଗାନାକୁ ଆଫଗାନିସ୍ତାନ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କୁ ତାଲିବାନ ସହ ତୁଳନା କରି ବିବାଦୀୟ ହୋଇଛନ୍ତି ଯୁବଜନ ଶ୍ରମିକ ରାଇଥୁ ତେଲଙ୍ଗାନା ପାର୍ଟି (ଓ୍ବାଇଏସ୍‌ଆର୍‌ଟିପି) ମୁଖ୍ୟ ଓ୍ବାଇ.ଏସ୍‌. ଶର୍ମିଲା। ତେଲଙ୍ଗାନା ପୋଲିସ ତାଙ୍କୁ ଗିରଫ କରି ମାମଲା ରୁଜୁ କରିଛି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌ ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ଓ୍ବାଇଏସ୍‌ଆର୍‌ଟିପି ନାମରେ ଦଳ ଗଢ଼ି ତେଲଙ୍ଗାନାର ଶାସକ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ଠାରୁ କ୍ଷମତା ଛଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି।

ଶର୍ମିଲା ରବିବାର ମହବୁବାବାଦରେ ପଦଯାତ୍ରା ବେଳେ ତେଲଙ୍ଗାନା ହେଉଛି ଭାରତର ଆଫଗାନିସ୍ତାନ୍‌ ଏବଂ ମୁଖ୍ୟମନ୍ତ୍ରୀ କେସିଆର୍‌ ଏହାର ତାଲିବାନ୍‌ ବୋଲି କହିଥିଲେ। କେସିଆର୍‌ ଜଣେ ଏକଚ୍ଛତ୍ରବାଦୀ, ସ୍ବେଚ୍ଛାଚାରୀ ଶାସକ। ତେଲଙ୍ଗାନାରେ ଭାରତୀୟ ସମ୍ବିଧାନ କାମ କରୁନାହିଁ। ଏଠାରେ କେବଳ କେସିଆର୍‌ଙ୍କ ସମ୍ବିଧାନ ପ୍ରଚଳିତ। ମହବୁବାବାଦ ବିଧାୟକ ତଥା ବିଆର୍‌ଏସ୍‌ ନେତା ବନୋଥ ଶଙ୍କର ନାଏକ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ସ୍ଥାନୀୟ ବିଧାୟକ ଜଣେ ଚ୍ଛିନ୍ନ ମୁଷ୍କ। ଶର୍ମିଲାଙ୍କ ଏହି ଆପତ୍ତିଜନକ ମନ୍ତବ୍ୟ ପରେ ବିଆର୍‌ଏସ୍‌ ପକ୍ଷରୁ ଧାରଣା ଦିଆଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ଶର୍ମିଲାଙ୍କୁ ଗିରଫ କରି ହାଇଦ୍ରାବାଦକୁ ଉଠାଇନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନାରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଜମ୍ମୁ-କଶ୍ମୀର ଯୁବକ

ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫(ଏ) ହଟାଇ ଦିଆଯିବା ପରେ ସେଠାରେ ଏବେ ଭିନ୍ନ ବାତାବରଣ ଦେଖିବାକୁ ମିଳିଛି। ଗୋଟିଏ ଦିନ ପୂର୍ବରୁ ଏଠାକାର...

ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ

ପୁଣେ,୨୮।୨: ଦେଶରେ କରୋନା ଆତଙ୍କ ଯୋଗୁ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର କେତେକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ି ଚାଲିଛି।...

ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ

ନୂଆଦିଲ୍ଲୀ,୧୦।୩ : କେନ୍ଦ୍ରର ୩ ବିବାଦୀୟ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ସଂଗଠନ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ସଂଯୁକ୍ତ...

କୋ-ଓ୍ବିନ୍‌ ଆପ୍‌ରେ ତ୍ରୁଟି: ଟିକା ନେବା ପାଇଁ ପହଞ୍ଚି ପାରୁନି ମେସେଜ୍‌

ନୂଆଦିଲ୍ଲୀ,୧୯।୧: କରୋନା ମହାମାରୀ ବିରୋଧରେ ଭାରତରେ ଲଢ଼େଇ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଏପରେ ସ୍ଥଳେ ଦେଶରେ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇଛି। ତେବେ ଟିକାକରଣ କାର୍ଯ୍ୟକ୍ରମରେ...

ଜିନପିଙ୍ଗ୍‌ଙ୍କ ଭଳି ରାଜନାଥ ମଧ୍ୟ ଦେଲେ ଜବାବ…

ନୂଆଦିଲ୍ଲୀ/ବେଜିଂ,୧୦।୧୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବରିଷ୍ଠ ସେନା କମାଣ୍ଡୋମାନଙ୍କୁ କହିଛନ୍ତି ଯେ କୌଣସି ପରିସ୍ଥିତି ଲାଗି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ। ଏହି...

ମୋଦି ପୁଣି ଦେଲେ ଝଟ୍‌କା: ଲୋକ ସଭା ବାଚସ୍ପତି ହେବେ ଓମ୍‌ ବିର୍ଲା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଝଟ୍‌କା ଦେଇଛନ୍ତି। ଲୋକ ସଭା ବାଚସ୍ପତି ପଦ ପାଇଁ ବହୁ ଚର୍ଚ୍ଚା ଲାଗି ରହିଥିଲା। ତେବେ ରାଜସ୍ଥାନ କୋଟା...

କମ୍ପ୍ୟୁଟର ଭାଇରସ ହେବ ହାଇବ୍ରିଡ୍‌ ଯୁଦ୍ଧର ଅଂଶବିଶେଷ…

ନୂଆଦିଲ୍ଲୀ, ୧୨।୪ : ଭାରତୀୟ ବାୟୁସେନା ମୁଖ୍ୟ ବିବେକ ରାମ ଚୌଧରୀ ମଙ୍ଗଳବାର କହିଛନ୍ତି ଯେ ଭବିଷ୍ୟତରେ ଯୁଦ୍ଧର ପ୍ରକୃତି ହାଇବ୍ରିଡ ହେବାର ସମ୍ଭାବନା ରହିଛି।...

ମୋଦି ଦେଲେ ଭରସା

ଥିରୁଭାନନ୍ତପୁରମ୍‌,୧୭।୧୦: କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ସହରରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କୋକ୍କାୟାରରେ ଭୂସ୍ଖଳନ ପରେ ୩ଟି...

Advertisement
Archives

Model This Week