୭ ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଉଛନ୍ତି ତେଜସ୍ବିନୀ

ଭୁବନେଶ୍ୱର,୮।୩ (ବ୍ୟୁରୋ): ଦିବ୍ୟାଙ୍ଗ ହୋଇ ବି ମନରେ ରହିଛି ଦୃଢ଼ ଆତ୍ମବିଶ୍ୱାସ। ସ୍ବାଭାବିକ ଭାବେ ଚାଲି ପାରୁ ନ ଥିଲେ ମଧ୍ୟ ୭ ଦିବ୍ୟାଙ୍ଗ ମହିଳାଙ୍କୁ ରୋଜଗାର ଦେଉଛନ୍ତି।
ବହୁ ସଂଘର୍ଷ ଭିତରେ ବଡ଼ ସଫଳତା ପାଇଥିବା ଦିବ୍ୟାଙ୍ଗ ତେଜସ୍ବିନୀ ଆଜି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
କୋରାପୁଟ ଜିଲା ସୁନାବେଡା ଏନ୍‌ଏସି ଅନ୍ତର୍ଗତ ଜଡାଗୁଡା ଗ୍ରାମର ବାସିନ୍ଦା ହେଉଛନ୍ତି ତେଜସ୍ବିନୀ। ପୂରା ନାମ ଅମ୍ବାରିକା ତେଜସ୍ବିନୀ ନାୟକ। ବାପା ବିଜୟ ଓ ମା’ କଳ୍ପନାଙ୍କ ୬ ସନ୍ତାନଙ୍କ ମଧ୍ୟରୁ ସେ ହେଉଛନ୍ତି ତୃତୀୟ। ପିଲାଟିବେଳୁ ତାଙ୍କ ଜୀବନର ସଂଘର୍ଷ ଆରମ୍ଭ ହୋଇଥିଲା। ୧୯୯୦ ସେପ୍ଟେମ୍ବରରେ ଜନ୍ମଗ୍ରହଣ କରିଥିବା ତେଜସ୍ବିନୀ ମାତ୍ର ୬ମାସର ହୋଇଥିବାବେଳେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚାଲିବା ଶକ୍ତି ହରାଇଥିଲେ। ବାପା ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିବାବେଳେ ଦୁର୍ଘଟଣାରେ ସେ ମଧ୍ୟ ନିଜର ଗୋଡ ହରାଇ ଥିଲେ। ଏହାପରେ ମା’ କଳ୍ପନା ଏକ ବିଦ୍ୟାଳୟରେ କାମ କରି ୬ ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ଥିଲା। ଏ ପରିସ୍ଥିତିରେ ତେଜସ୍ବିନୀ ନିଜେ କିଛି ରୋଜଗାର କରିବାକୁ ଅଣ୍ଟାଭିଡ଼ିଥିଲେ। ଦିବ୍ୟାଙ୍ଗ ଓ ପଡୋଶୀଙ୍କ କଟାକ୍ଷକୁ ଖାତିର ନ କରି ସ୍ବାବଲମ୍ବୀ ହେବାକୁ ଦୃଢ ସଂକଳ୍ପ କରିଥିଲେ। ବହୁ କଷ୍ଟରେ ଦଶମ ପାସ୍‌ କରିବା ପରେ ଆଇଟିଆଇ ଟ୍ରେନିଂ ନେଇଥିଲେ। ଝିଅ ଚାକିରି କରୁ ବୋଲି ମା’ ଚାହୁଁଥିଲେ ମଧ୍ୟ ତେଜସ୍ବିନୀ ନିଜେ ଆତ୍ମନିର୍ଭରଶୀଳ ହୋଇ ଅନ୍ୟକୁ ଚାକିରି ଦେବାକୁ ଅଣ୍ଟାଭିଡ଼ିଥିଲେ। ସେଥିପାଇଁ ସେ ଭୁବନେଶ୍ୱର ଚାଲି ଆସିଥିଲେ। ଗାଁରେ ଥିବାବେଳେ କିଛି କିଛି ସିଲେଇ ଓ ବୁଣାବୁଣି କାମ ଜାଣିଥିଲେ। ତେଣୁ ସେ ଭୁବନେଶ୍ୱରରେ ସିଲେଇ ସହ ହସ୍ତକଳା ସାମଗ୍ରୀର ଟ୍ରେନିଂ ନେଇଥିଲେ। ସାମନ୍ତରାପୁରରେ ରହୁଥିବା ତେଜସ୍ବିନୀ ଏବେ ଜଣେ ସଫଳ କାରିଗର ଓ ଉଦ୍ୟୋଗୀ। କୁସନ୍‌, ତକିଆ ଖୋଳ, ପେଟିକୋଟ୍‌ ସହ ବିଭିନ୍ନ ହାତ ତିଆରି ସାମଗ୍ରୀ ତିଆର କରୁଛନ୍ତି। ଏହାବ୍ୟତୀତ କନ୍ଧମାଳ ହଳଦୀ, ପାମ୍ପଡ ସହିତ ନିଜ ବ୍ରାଣ୍ଡ(ତେଜସ୍‌ ପ୍ରଡକ୍ଟ)ର ହାତ ତିଆରି ଫିନାଇଲ୍‌, ହାଣ୍ଡଓ୍ବାଶ୍‌ ଆଦି ବିକ୍ରି କରୁଛନ୍ତି। ଅନ୍ୟ ୭ଜଣ ଦିବ୍ୟାଙ୍ଗ ଯୁବତୀଙ୍କୁ ମଧ୍ୟ ନିୟୋଜିତ କରି ରୋଜଗାର ଦେଉଛନ୍ତି। ରାଜ୍ୟର ବିଭିନ୍ନ ମେଳାରେ ଷ୍ଟଲ ପକାଇ ନିଜ ସାମଗ୍ରୀକୁ ବିକ୍ରି କରୁଛନ୍ତି। ଯେଉଁଥିରୁ ତାଙ୍କର ମାସକୁ ପ୍ରାୟ ୩୦ରୁ ୪୦ ହଜାର ଟଙ୍କା ଆୟ ହେଉଛି। ଏଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଯେଉଁମାନେ ଦିନେ ତାଙ୍କୁ ଥଟ୍ଟା କରିବା ସହ ଅସହାୟ ବୋଲି ଦେଖାଇବାକୁ ଚେଷ୍ଟା କରୁଥିଲେ, ଏବେ ସେମାନେ ତେଜସ୍ବିନୀଙ୍କ ଦକ୍ଷତା ଆଗରେ ହାର୍‌ ମାନିଛନ୍ତି। ଆଗକୁ ଆହୁରି ଅଧିକ କାମ କରିବା ସହ ଅଧିକ ଦିବ୍ୟାଙ୍ଗ ପିଲାଙ୍କୁ କିପରି ନିୟୋଜିତ କରିପାରିବେ ତାହା ତାଙ୍କର ଲକ୍ଷ୍ୟ ବୋଲି ତେଜସ୍ବିନୀ କହିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ଅନ୍ୟ ଦିବ୍ୟାଙ୍ଗଙ୍କୁ ରୋଜଗାର ପ୍ରଦାନ କରିବା ନିଶ୍ଚିତ ପକ୍ଷେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବାସ୍ତବରେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ତେଜସ୍ବିନୀ ଏକ ପ୍ରେରଣାର ଉତ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri